ବିଜ୍ଞାନ ଯୁଗ
_____________
ସମୟ ଚକ୍ର ର ଘୂର୍ଣ୍ଣନ ରେ ପଡି
ଖଣ୍ଡିଆ ଖାବରା ହୋଇ
ଖାଲ ଢିପେ କେତେ ଉଠିପଡ଼ି ଆଜି
ଯୁଗକୁ ନୂଆ ପୋଷାକ ଦେଇଛି ପିନ୍ଧାଇ।
ଇତିହାସ ପୃଷ୍ଠା ଉଇ ଖାଇ ଗଲା
କଷ୍ଟ ଯନ୍ତ୍ରଣା ର ଚିହ୍ନ ଗଲା ଲିଭି
ତୂଳୀ ଓ ପତର ଜାତକ ଲେଖା କୁ
ଭାଳୁଛନ୍ତି ଆଜି କବି।
କେଶ କୁ ରଙ୍ଗେଇ , ନିଶ କୁ ଫୁଲେଇ
ହାତେ ବିଜ୍ଞାନ ଅସ୍ତ୍ର କୁ ଧରି
ଜୀବନକୁ କରେ ସରସ ସୁନ୍ଦର
ପ୍ରଥା ପରମ୍ପରା ସବୁ ଭୁଲି
ତତ୍ପରତା ନାହିଁ ଅଙ୍ଗରେ ତାହାର
ପରିଶ୍ରମ କୁ ପାସୋରି
ହାତଠାରି ଡାକେ ରୋଗ ବୈରାଗ କୁ
ଏବେ ବିଜ୍ଞାନ ପଡ଼ଇ ଭାରି।
ବିଜ୍ଞାନର ଅପବ୍ୟବହାର ଫଳେ
ଛାଡ଼ି ଯିବ ରାଜପଣ
ଦିନଟି ଆସିବ ଏ ସମଗ୍ର ଧରିତ୍ରୀ
ହୋଇଯିବ ଜନ ଶୂନ୍ୟ।
__________________
ଓମ୍ ମିଶ୍ର
ସିକୋ,ରାଜକନିକା, କେନ୍ଦ୍ରାପଡ଼ା