—- ହଲିଆ ଗୀତ—-
ଆଁଖ୍ ଆଁଖ୍ ରେତି ରେତି କମିହାଁ ପିଲା
ଉଠ ଲା ବଢ଼େ ସକାଲ୍ ,,
ତାର ସିଆନି ଢ଼ାପି ଦେଇଛେ ଖୁରେ
ବାସି ପଖାଲ୍ ,,
ହଲ ନଙ୍ଗଲ୍ ଧରି ମୁଡ଼େ ପାଗ୍ ମାରି
ସିଆନିକେ ଦେଲା ଡାକ୍ ,,
କାଲି ଗୁରି କେ ସୁଆଁଲି ସୁଆଁଲି ଉଠାଲା
ଏଛେଁନ୍ ହିଛେ ଜୁତା ପାଗ୍ ,,
ଉସତ୍ ମନେ ଘଡେ ଛନେ ତୁଇ ବି ଆଏବୁ
ବାଏଲ୍ ଡୁଲି ତରେ ବସବୁ ,,
ଥିର୍ ପାଁଏନ୍ ଢୁକେ ଜେନଟା ଥିବାଘରେ
ଲିଆ, ଉଇଲ ଆନବୁ ,,
ଯେନ୍ ଟା ଭାବିଛେ ହେଟା କରମି ମୁଇଁ
ପଲାଘାରି କେ ଦେମିକାସେ ,,
ଉଡିଯାଏସି ନିଷଦ ଉରଘା ଯେତେ
ତୁଇ ଥିଲେ ମୋର୍ ପାସେ ,,
ଇ ବଛର୍ ଆର ନାଇଁ ହୁଏ ନ ଲଟକା
ସବୁ କେ କରମି ବୁନା ,,
ଯିଏ ଜେନତା ଚାଷକାମ୍ କେ କରୁଛନ୍
ରୋକ୍ ଠୋକ୍ ମନା ,,
କପା ସମଲା ଜେନଦିନୁ ଆମର କୁତିକେ
ବାକିଟା ହେଲେ ସାରି ,,
ସଭେ ଯଦରବି ଛାଡ଼ିଦେମା ଚାଷକାମ୍
ବାଁଚମା କେନ୍ତେଇ କରି ,,
ଚଷା ଲକ୍ଷେପୁସା ବଲି ପଡୁଛେ ଡାକ୍
ନାଇଁମିଲେ ସନମାନ୍ ,,
ବିହି ଗଢିଛେ ମୁନୁଷ କେ ପରେ ଦେଇ
ଯହ ବୁଧି ଗିଆଁନ୍ ,,
ବୁଆ ଅଜାର ଅରଜିଲା ଜମିନ୍ ଭିତେଥି
ମୁଇଁ ହେଉଥିମି ଘାଟି ,,
ଏନତା ବଫୁ ଦେଗୋ ମାଁ ଲଖି ତୁଇ
ମୁଠେ ଆଁନମି ସୁଆଁଟି ,,
ଚାଷର କଥା ହଲ ଜାନବା କଲେ ଯତନ୍
ଆଦର ଥିଲେ ମନେ ,,
ସାହାଁକାରର୍ କାମେ ସବୁବେଲେ ଭିଡିଥିସି
ଦୁଃଖ ନାଇଁ ଛନେ ,,
ଆଝିର୍ ଚଷାର ମାନ୍ ମହତ କେ ଦେଖି
ଆଁଖ୍ ଥୁ ଲୁହୁଝରେ ,,
ଏଛେନ୍ ବି ଅଛେ ସମିଆଁ,ଘରୁ ବାହାର
ଖେତକେ ଯିମା ଥରେ ,,
ଜିଏ କରୁଛେ ଚାଷକାଁମ ହେସି ମାଁଏଟ
ସଙ୍ଗେ ମାଁଏଟ ,,
ଦିନ୍ ରାଏତ୍ ତାର୍ ସପନେ ଆଉଛେ
ଖେତ ଖଲାର ବାଟ୍ ,,
———————–
ଆଶୁତୋଷ ଠାକୁର,
ମଣ୍ଡଲ,ବଲାଙ୍ଗୀର,
ମୋବା-୯୯୩୭୯୩୩୧୧୪