ଆସ ଆସ ନୂଆ ବରଷ
ଆସ ଆସ ଆସ ହେ ନୂଆ ବରଷ
ଆସ ଖୁସି ରେ ତୁମେ ଧାଇଁ
ସ୍ଵାଗତ କରିବୁ ସର୍ବେ ଚାହିଁ ଅଛୁ
ଏ ଧରା ଧାମ ରେ ପାଇ
ଆସିଥିଲା ବରଷ ଦୁଇ ହଜାର କୋଡ଼ିଏ
ଯାଇଛି ପୁରୁଣା ହୋଇ
କେତେ ଦୁଃଖ ଦେଲା ଏ ମଣିଷ ଜୀବନେ
ଗଲା ଅଭୁଲା ସ୍ମୃତି ରହି
ଦେଇଗଲା ଦୁଃଖ ଆସି ସେଇ ମହାମାରୀ
ସଭିଏଁ ରଖିଲେ ମନେ
ମନେ ପଡ଼ିବ ଦୁଇ ହଜାର କୋଡ଼ିଏ
ହୃଦୟ ଥରାଇ ଥିଲା ଦିନେ
କେତେ ଯନ୍ତ୍ରଣା ରେ ଶେଷ ତୁମେ ହେଲ
ଯାତନା ଦେଲ ଯେ କେତେ
ଏ ମାନବ ଜାତି କୁ ହନ୍ତ ସନ୍ତ କଲ
ଡରି ଡରି ଦିନ ବିତେ
କରୋନା ଆତଙ୍କେ ତୁମେ ପୁରୁଣା ବରଷ
କୋକୁଆ ଭୟ କରିଲ
ଆସିଲା ଦୁର୍ଦ୍ଦିନ ନେଲା କେତେ ପ୍ରାଣ
ସାରା ବିଶ୍ବ ତୁମେ ଧ୍ଵଂସ କଲ
ନାହିଁ ରୋଜଗାର ନାହିଁ ତ ସମ୍ବଳ
ପ୍ରତି ଟି ମଣିଷ ପାଇଁ
ଆର୍ଥିକ ସମସ୍ୟା ଭୋଗୁଛନ୍ତି ଘରେ ଘରେ
ଖାଲି ଦୁଃଖ ରେ ଦିନ ବିତଇ
ଏ ନୂଆ ବରଷ ଆସ ହେ ହରଷ
ଆମ ମନ ଖୁସି କର ଯାଇଁ
ଭୁଲି ଯିବୁ ଆମେ ସେଇ ପୁରୁଣା ଦିନ କୁ
ମିଳି ମିଶି ପାଳି ଭାଇ
ଆସ ନୂଆ ବରଷ ରେ ଏକାଠି ହୋଇବା
ଆମେ କରିବା ଭୋଜି ଭାତ
ନେଇ ଯିବ ଦୁଃଖ ଦେଇ ଯିବ ସୁଖ
ଏ ନୂଆ ବରଷ ସେତ
ପ୍ରତି ବର୍ଷ ପାଳୁଛୁ ନୂଆ ବରଷ କୁ
କେତେ ଆନନ୍ଦ ଉଲ୍ଲାସ ରେ
ପୁରୁଣା ବର୍ଷ କୁ ବିଦାୟ ଦେଉଛୁ
ସ୍ଵାଗତ ସମ୍ବର୍ଦ୍ଧନା ରେ
ହେ ନୂଆ ବରଷ ବେଗେ ତୁମେ ଆସ
ଡେରି ଆଉ କର ନାହିଁ
ଖୁସି ରେ ରହିବ ଆମ ସାଥେ ତୁମେ
ଏକ ବରଷ ଟି ପାଇଁ
ଆସ ଆସ ଆସ ହେ ନୂଆ ବରଷ
ସରଧାରେ ତୁମେ ଆସ
ହରଷ ରେ ଆସି ପୀୟୂଷ ବରଷି
ଖୁସି ଭରି ଦିଅ ବିଶ୍ବ
ପଟିଆ ,ଭୁବନେଶ୍ୱର