ବନ୍ଧୁର ଅଭୁଲା ସ୍ମୃତି
ଦୀର୍ଘ ବର୍ଷ ବିତି ଗଲାଣି l ଆମେ ଯେତେବେଳେ ଛୋଟ ଥିଲୁ ସେତେବେଳେ ଅନେକ ମଜା ମସ୍ତି କରୁଥିଲୁ l ଆମ୍ବ ତୋଟାରେ ବସି କେତେ ଆମ୍ବ ଖାଉଥିଲୁ l ଆଉ ସେହି ଆମ୍ବ ତୋଟା ର ମାଲିକ ଆମକୁ ବହୁତ ଗଳିକରନ୍ତି l ସେ ଛୋଟ ଛୋଟ ଆଉ ପିଲାଳିଆ କଥାରେ ଆଜି ମନେପଡୁଛି, ଆଉ ତୁମେ ଯେଉଁ ଦୁଷ୍ଟାମୀ କରୁଥିଲ l ଘର ଲୋକ ତୁମକୁ କେତେ ବାଡାନ୍ତି,ଭଲବି ପାଆନ୍ତି l ଆଉ ଏକଥା ତୁମର ମନେପଡେ ଆମେ ଯେତେବେଳେ ପାଠପଢିବା ପାଇଁ ଯାଆନ୍ତି l ସେତେବେଳେ ଶିକ୍ଷକ ଆମକୁ କେତେ ଭଲ ପାଉଥିଲେ l ଗୁରୁଜୀ ଶ୍ରେଣୀଗୃହରେ ପଚାରୁଥିଲେ ତୁମେ ପଡହେଲେ କଣ କରିବ l ମାଧବ ତୁମେ ସେତେବେଳେ ଉତ୍ତର ଦେଇଥିଲ” ମୁ ଦେଶ ପ୍ରେମି ଟିଏ ହେବି ” ବୋଲି l ଏହି କଥା ତୁମର ସତ ହୋଇଛି l ଆଜି ତୁମ କଥା ମନେପଡୁଛି ଆଉ ଏହି ଚିଠିଟିଏ ତୁମ ପାଇଁ ଲେଖୁଛି l
*ପ୍ରିୟ ମାଧବ,*
*ସ୍ନେହ ନେବ । ଆଶା ,ପତ୍ରଟି ପାଇ ଆଶ୍ଚର୍ଯ୍ୟ ହେବ । ବର୍ଷ ପ୍ରତିପଦା ନବ ବର୍ଷର ଅଭିନନ୍ଦନ ନେବ । ତୁମ ପାଖକୁ ହଠାତ୍ ଚିଠି ଲେଖିବାର ଆଗ୍ରହ ହେଲା, ଲେଖିଲି । ଦେଶ ପ୍ରେମର ଯେଉଁ ଦୀପଟିଏ ଭୋଦଳ ଗାଁରେ ଜାଳୁଛ,ତାର ଆଲୋକରେ ସେ ଅଂଚଳ ଆଲୋକିତ ହେଉ;ଏହା ହିଁ କାମନା କରୁଛି । ତୁମ ଭଳି ଶାନ୍ତ ସୁନ୍ଦର ସରଳ ହୃଦୟର ଯୁବକ ମନରେ “ଦେଶ ପ୍ରେମ”ର ପବିତ୍ର ମନ୍ଦାକିନୀ ପ୍ରବାହିତ ହେଉ । ବଜ୍ର ପରି କଠୋର ହୋଇ “କେଶବ ଆଦର୍ଶ”ର ଅନୁଗାମୀ ହୋଇ ରାଷ୍ଟ୍ରର ଏ ଯେଉଁ ବିରାଟ ଯଜ୍ଞ ଚାଲିଛି, ଗୁଣ୍ଡୁଚି ମୂଷାର ଦାୟିତ୍ୱ ସମ୍ପାଦନ କରି ପାରିଲେ ଜୀବନ ଧନ୍ୟ ହେବ ।ସଙ୍ଘ ଆଣିଦେବ ତମ ପାଇଁ ଅଶେଷ ଜ୍ଞାନ,ସମ୍ମାନ, ଯାହାକି ଅନ୍ୟମାନଙ୍କ ପାଇଁ ସ୍ବପ୍ନ ହୋଇଯିବ । ଜୀବନରେ ବିଶ୍ଳେଷଣ କରିପାରିଲେ କିଛି ମିଣିଷର ହୃଦୟରେ ରହି ପାରିଲେ ଜନ୍ମ ସାର୍ଥକ ହେବ ସିନା । ରହିଲି ।ଶେଷରେ ସ୍ନେହ ନେବ ।*
(ଇତି)
ସତରେ ପୁଷ୍ପା ତୁମ ଚିଠି ପାଇଁକି ଖୁସି ଲାଗୁଛି l ବାପା, ମା ଙ୍କୁ ପ୍ରଣାମ ଜଣାଇବ l ସେ ପିଲାଦିନର କଥା କୁ ତୁମେ ଭୁଲି ନାହଁ l ପୁଣିଥରେ ତୁମ ଚିଠିର ଅକ୍ଷର ଗୁଚ୍ଛରେ ମୁଁ କେଇମୁହୂର୍ତ୍ତ ପାଇଁ ସରିଯାଇଥିବା ପିଲାଦିନକୁ ପାଇଗଲି l ତୁମର ଅତିପ୍ରିୟ ମାଧବ l
ପୁଷ୍ପିତା ମହାରଣା
କେନ୍ଦୁଝର