*ବିପ୍ଳବ*
ବିପ୍ଳବୀ ତୁମ ବିପ୍ଳବ ସୁରତାଳେ
ଆଣିପାର ନୂତନତ୍ବ
ଲକ୍ଷ୍ୟ ତୁମ ବିନ୍ଦୁରେ କେନ୍ଦ୍ରିତ ରହୁ
ଭେଦ କରିବ ନିଶ୍ଚିତ।
କର୍ମର ପଥରେ ହୁଅ ଅଗ୍ରସର
ନିଶ୍ଚିତ ମିଳିବ ଫଳ
ପ୍ରଗତି ପଥରେ ସର୍ବଦା ବିଜୟ
ନ ହୁଏ କେବେ ବିଫଳ।
ଉଦ୍ଦେଶ୍ୟ ଯାହାର ଥାଏ ମହତରେ
କେବେ ସେ ପଛେ ଫେରେନା
ଆସୁ ପଛେ ଯେତେ ବାଧା ବିଘ୍ନ ଝଡ
ଅପମାନ କିବା ଲାଞ୍ଛନା।
ବିପ୍ଲବ ଆଣଇ ନୂତନ ଜାଗୃତି
ସମାଜେ ନବ ଚେତନା
ପ୍ରଗତିର ପଥ ଉନ୍ମୋଚନ କରେ
ଦିଏ ନୂଆ ଉନ୍ମାଦନା।
ନୂତନ ଆଲୋକ ପ୍ରଜ୍ୱଳିତ ପାଇଁ
ଲୋଡା ବିପ୍ଲବର ସ୍ୱର
ବିନା ବିପ୍ଳବର ପ୍ରଗତି ପଥରେ
ନ ହୋଇବା ଅଗ୍ରସର।
ଡ.ପ୍ରିୟମ୍ବଦା ସାମଲ
ଭୁବନେଶ୍ୱର।