ବଦନାମ ବାୟୁ
ବଡ ପ୍ରାଣ ଘାତି କରେ’ ତ ବେଜିତି
ଦେଖେନା ଜାଗା ଅଜାଗା….
ଲୋକବାକ ମାନେ ନାହିଁ ସେ ମନୁଆ
ଭାବେ ତ ନିଜକୁ ରାଜା…..
ଚଉଦିଗ ଏକାକାର କରି ଆସେ
ବଡ ଘାଙ୍ଗୁରିଆ ଶବ୍ଦ ବିଜୁଳି ପରା
ବାହାରି ଆସିଲେ ଯାହା ହୁଏ ଶବ୍ଦ
ଉଡ଼ିବ ଯେମିତି ଛାତ ଆଉ ଘର ବଖରା…
ଫୁସଫାସ, ଠୁସଠାସ ପୁଣି ଟୁଁ ଟାଁ
ଭଡ ଭଡ଼ିଆ ବୁଲେଟ ଗାଡ଼ି
ସୁବାସ ବାଜିବ ଯାହା ନାକରେ ସେ
ବିକଳେ ରାଗିକି ଛାଡିବ ରଡି…
ମଣିଷ ସାଙ୍ଗରେ ପବନ ବି ଚାଲେ
ମନ୍ଦ ଧୀର ଶବ୍ଦ କରି….
ପାଡ ଟି ସତରେ ଭାରି ବଦମାସୀ
ଲୋକ ଗହଳିରେ ଇଜ୍ଜତ ଯେ ଦବ ସାରି….
ପାଡ ଯେ ନୁହେଁ ବିମାରୀ
ସବୁ ମଣିଷ ଜୀବ ଜନ୍ତୁ ବି ପାଡନ୍ତି
କିଏ କିଏ ନିରୋଳାରେ ଖାସି ଯାନ୍ତି
ଆଉ କିଏ ଲୋକଲୋଚନରେ ବାରଣ୍ଡା ଦୀକଡା ହୁଅନ୍ତି….
ମଧୁସ୍ମିତା ରାଉତ
ଢେଙ୍କାନାଳ