ଅନୁଭବ
ଅନ୍ଧାରର ବାହୁ ଡୋରେ
ରାତି ଯେମିତି
ନୀରବରେ ହଜିଯାଇଛି,,,
ଠିକ ସେମିତି
ତୁମ ସ୍ମୃତିର
ବିସ୍ତୃତ ଇଲାକା
ଗୋପନରେ ଘେରିଯାଇଛି…
ଫର୍ଦ୍ଦ ପରେ ଫର୍ଦ୍ଦ
ଓଲଟି ଯାଉଛି,
କେବେ ପ୍ରେମର
ମଳୟ ବହିଯାଉଛି,
କେବେ ଅଭିମାନ
ବିବ୍ରତ କରୁଛି,
କେବେ ସ୍ୱପ୍ନ ରେ ମିଳନ,
ପୁଣି ସେ ମଧୁର ଚୁମ୍ବନ…
କେମିତି ମୁଁ ମୁକୁଳିବି ???
ନିଦ ଫେରିଯାଉଛି,
ଆଖି ପଲକରେ ତ
ତୁମ ଅତୀତର ପସରା,
କେବେ ତୁମ
ପ୍ରୀତିଭରା ଆଲିଙ୍ଗନ,
ପୁଣି କେବେ
ବିରହ ରେ ଜ୍ବଳନ,
ସାରା ରାତି ତୁମ
ମୋହରେ ମୋହିତ ମୁଁ,
ଏମିତି ତ
ପାହିଯାଏ ପ୍ରହର
ତୁମେ କିନ୍ତୁ ସେମିତି ରହିଥାଅ
ଅବ୍ୟକ୍ତ ଅନୁଭବ ଟିଏ ହୋଇ।
ରଶ୍ମିତା ନାଥ
ଭଦ୍ରକ
257 total views, 1 views today