ଅଭିଶପ୍ତ ବାର୍ଦ୍ଧକ୍ଯ
ସମୟ ସୁଅରେ ଦିନ ବିତିଗଲା
ରଖିନି ହିସାବ କେବେ
ବାର୍ଦ୍ଧକ୍ଯ ର ଏଇ ଅଦିନିଆ ଝଡ
କେବେ ଆସିଗଲା ଭାବେ ।।
ମଧୁ ବସନ୍ତ ର ସ୍ବପ୍ନ ସବୁ ମୋର
ଦିଗ ହରା ବାଟ ବଣା
ଅନ୍ଧାରି ରାଇଜେ ନିଜ ଅଜାଣତେ
ଖୋଜନ୍ତି ନିଜ ଠିକଣା ।।
କଳା ବଉଦ ର ଅମାବାସ୍ୟା ରାତ୍ରେ
ବାର୍ଦ୍ଧକ୍ଯ ଶରୀର ସୁପ୍ତ
ଆଶା ଅନ୍ତରାଳେ ଶୂନ୍ଯ ଭାବାନ୍ତର
ଚିରକାଳ ଅଭିଶପ୍ତ ।।
ଅନ୍ଧାରି ମୁଲକେ ମୁଠାଏ ଅତୀତ
ଚିରକାଳ ମୋର ସାଥୀ
ଯୌବନ ତୁଠରେ ଭଟ୍ଟା ପଡ଼ିଅଛି
ବେସୁରା ହେଲାଣି ଗୀତି।।
ଭୋଗିବାକୁ ପଡେ ଦୁଃଖ ସୁଖ ଏଠି
ଚିରକାଳ ତାହା ସତ୍ଯ
ଉଜୁଡା ଜୀବନେ ଦୁଃଖ ଉପଗତ
ମୁକ୍ତି ମୁଁ ଚାହୁଁଛି ନିତ୍ଯ ।।
ପଦ୍ମାବତୀ ସ୍ଵାଇଁ , ବଡରଂପାସ , କେନ୍ଦୁଝର