🙏ମଣିଷ ସମୟର ଦାସ 🙏
********************
ସମୟ ଆମର ନିଜ ନୁହେଁ ସେ ତ
ରହେ ଖାଲି ଆମ ସାଥିରେ
ମଣିଷ ସହିତ ଯୋଡ଼ି ହେଇ ରହେ
ଦୁଃଖ ହଉ ଅବା ସୁଖରେ ll
ସମୟାନୁକ୍ରମେ ମାଆ ର ଗର୍ଭରୁ
ବିହି ଦେଇଥାନ୍ତି ଜନମ
ଭାଲପଟରେ ସେ ଭାଗ୍ୟ ଲେଖିଥାନ୍ତି
ଦେଇ ନଥାନ୍ତି ସେ କରମ ll
ଛୋଟ ସମୟରେ ଚିନ୍ତା, ଜ୍ଞାନ ନାହିଁ
କଟୁଥାଏ ଖୁସି ମଜାରେ
କେତେ ଖେଳକୁଦ ବାଲ୍ୟଚପଳତା
ମନ ଥାଏ ନୂଆ ଶିକ୍ଷାରେ ll
କୈଶୋର ଯୁବକ ଧୀରେ ଧୀରେ ଆସେ
ପ୍ରାପ୍ତ ବୟସରେ ଉଭା
ସଂସାରର ରୀତି ପରମ୍ପରା ନୀତି
ଯୋଗେଣ ହୁଅଇ ବିଭା ll
ଦାୟିତ୍ୱର ବୋଝ ଲଦି ହେଇଯାଏ
କାର୍ଯ୍ୟରତ ସମାଜରେ
ପେଟ ପାଟଣା ବି ଅନ୍ତେ ମରିଯାଏ
ପରିବାର ପୋଷିବାରେ ll
ଛାଡି ହିଂସା ରାଗ ତ୍ୟାଗ ପରେ ତ୍ୟାଗ
ତାକୁ ବା ବୁଝିବ କିଏ
ଦୁଃଖ, କଷ୍ଟ, କୋହ ଛାତିରେ ଜାବୁଡି
ଲୋକଦେଖା ହସୁଥାଏ ll
ବୟସ ସୁଅରେ ଆୟୁଷ ହାରଇ
ଆସିଯାଏ ବୃଦ୍ଧାବସ୍ତା
ନିଜ ପରିବାର ଯାତନା ଦିଅନ୍ତି
କରୁଥାନ୍ତି କେତେ ଅବସ୍ଥା ll
ନିଜ ହସ ଖୁସି ବଳିଦାନ ଦେଇ
ସନ୍ତାନ ଭବିଷ୍ୟ ଉଦୟ
ସେହି ପୁଅ,ଝିଅ, ପୁତ୍ରବୋଧୁ ପାଖେ
ବାପା ପାଇଁ ନାହିଁ ସମୟ ll
କେତେ ଯାତନାରେ ସମୟ ବିତାଏ
କାଟୁଥାଏ ଦିନ ରାତି
ସମୟ ତାଳରେ ତାଳକୁ ମିଶେଇ
ସମୟର ବଶବର୍ତ୍ତୀ ll
ବେସାହାରା ହେଇ ଭାଗ୍ୟକୁ ଆଦରେ
ହତାଦର ଏଇ ମଣିଷ
କାଳ ଚକ୍ରେ ଥାଇ ସମୟ ଘୁରଇ
ମଣିଷ ସମୟର ଦାସ
ହଁ, ମଣିଷ ସମୟର ଦାସ ll
✍️ସୁଭ୍ରାନ୍ତ ବେହେରା, ଅନୁଗୋଳ ✍️