ମୁଁ ଯିବାକୁ ପ୍ରସ୍ତୁତ
************
ଯୌବନ ଯବନିକା ପରେ ପରେ ……
ଅହରହ ସଂଗ୍ରାମ ତୁମ ସହିତ।
କେବେ ତୁମେ’ ,କେବେ ମୁଁ’ ବିଜୟଶ୍ରୀ ର ଶ୍ରେୟ ବାଣ୍ଟିଛନ୍ତି।
କିନ୍ତୁ ଆଜି’ ; ବିଦୀର୍ଣ୍ଣ କୁରୁକ୍ଷେତ୍ର ବକ୍ଷରେ ପନ୍ନଗ ନାରାୟଣ ସଦୃଶ ଘୁସୁରୁଛି…..
ନିପାଣ୍ଡବା କରିବା ପାଇଁ ଖୋଜୁନାହିଁ….ଚିରଞ୍ଜିବି ଅଶ୍ୱତ୍ଥମା’ କୁ।
ବାସ୍ ଖୋଜୁଛି……ତୁମକୁ…..
ଶିଥିଳ ନିଶ୍ୱାସ ନାମ୍ନୀ ବେରଙ୍ଗୀ ଅର୍ଚ୍ଚନ ପୁଷ୍ପକୁ,
କୃତାଞ୍ଜଳି ପୁଟରେ ଧରି…..କେବଳ ତୁମ ଆବାହନ ରେ ହିଁ ନିମଗ୍ନ…
ତୁମେ ହିଁ’ ମୋ ଆବହିତ ଦେବତା……
ଜୀବନ ଯଜ୍ଞ ରେ ……ମୋ’ ପ୍ରାଣ ପୂର୍ଣ୍ଣାହୁତି ବ୍ୟତିରେକ ଆଉ କଣ ବା ଯୋଗ୍ୟ ହୋଇପାରେ?
ମୁଁ ଯିବାକୁ ପ୍ରସ୍ତୁତ………..
ହେଲେ ତୁମ ଗତି ରେ ଶିଥିଳତା କାହିଁକି….?
ଆଶ କୁ ନାସ ନକରି, ଆସ ତୀବ୍ର, ଘୋର ଗର୍ଜିତ ଗତିରେ……..
ତୁମର ସେହି କ୍ଷଣିକ ସ୍ପର୍ଶ ….ହିଁ ମୋର କାମ୍ୟ।
ହେ ସମୟ…..
ମୁଁ ଯିବାକୁ ପ୍ରସ୍ତୁତ।
କୁମାର ସୋନୁ
ଗଞ୍ଜାମ