ମୋ ମତରେ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ
“ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ”
ଏହାର ନାମ ଯେମିତି କାମ ବି ସେମିତି….
ସାହିତ୍ୟ ଜଗତର ଉଦୟମାନ ଯୁବକବିଙ୍କୁ ଉପଯୁକ୍ତ ମଞ୍ଚ ଦେଇ ସେମାନଙ୍କ ପ୍ରତିଭା ଜ୍ୟୋତିକୁ ବିଶ୍ୱ ଦରବାରରେ ପରିଚିତ କରାଇବା ଏହାର ମୂଳ ଲକ୍ଷ୍ୟ l
ନିରବଛିନ୍ନ ବା ନିଃସ୍ୱାର୍ଥପର ଭାବେ ଏହାର ସମସ୍ତ କର୍ମକର୍ତ୍ତା ବୃନ୍ଦ ଯୁବ ପ୍ରତିଭାମାନଙ୍କୁ ବିଭିନ୍ନ ପ୍ରକାର ସୁଯୋଗ ଦେବାରେ ସଦା ପ୍ରଚେଷ୍ଟିତ l
ବହୁତ କମ୍ ଦିନ ହେବ ଏ ପରିବାର ସହ ଯୋଡ଼ି ହେଲେ ମଧ୍ୟ ବହୁତ କିଛି ଶିକ୍ଷାଲାଭ କରିସାରିଲିଣି… ଏଠାକୁ ଆସିବା ପୂର୍ବରୁ ମୁଁ *ଶୀର୍ଷକ ଭିତ୍ତିକ କବିତା* ଲେଖିପାରୁନଥିଲି… କିନ୍ତୁ ପାକ୍ଷିକ ପ୍ରତିଯୋଗିତା ଯୋଗୁଁ ଶୀର୍ଷକ ଭିତ୍ତିକ କବିତା ଏବେ ମୋ ପାଇଁ ଖୁବ୍ ସହଜ ଲାଗୁଛି l ଆଜି ଯଦି ମୁଁ ଗଳ୍ପ /ଅଣୁଗଳ୍ପ ଲେଖିପାରୁଛି ଏହା କେବଳ ସୂର୍ଯ୍ୟୋଦୟ ପରିବାର ପାଇଁ ସମ୍ଭବ l ଏହି ପରିବାରର ଭିଡ଼ିଓ ମାଧ୍ୟମରେ କବିତା ଆବୃତ୍ତି କରିବା ପ୍ରତିଯୋଗିତା ମଧ୍ୟ ମୋ ମନରୁ ଏକ ପ୍ରକାର ଭୟ ଦୂର କରିଛି l ସର୍ବଶେଷରେ ଏତିକି କହିବି ଏ ପରିବାର ପାଇଁ ମୁଁ କେତେକଙ୍କ ସ୍ନେହପ୍ରେମ ବନ୍ଧନରେ ବାନ୍ଧିହେଇପାରିଛି ଏବଂ ଏ ସବୁ ପାଇଁ ଯେତେ ଧନ୍ୟବାଦ ଦେଲେ ମଧ୍ୟ କମ୍ ପଡ଼ିବ l
ସେଥିପାଇଁ ମୁଁ ନତମସ୍ତକ ଏ ପରିବାର ଓ ଏହାର ପ୍ରତିଷ୍ଠାତା ମନୋଜ ଭାଇଙ୍କ ଆଗରେ l ପ୍ରଣାମ ଜଣାଉଛି ମୋର ମାର୍ଗଦର୍ଶକ ଜିତେନ୍ଦ୍ର ଭାଇ ଓ ସୂର୍ଯ୍ୟୋଦୟର ସମସ୍ତ କର୍ମକର୍ତ୍ତାଗଣଙ୍କୁ ଏବଂ ଏ ପରିବାର ସହ ଜଡ଼ିତ ଥିବା ସମସ୍ତ ଗୁରୁଜନବୃନ୍ଦଙ୍କୁ 🙏🙏🙏
ଅଳ୍ପେ ଅଧିକ ଭାଇ
ଖୁବ୍ ସୁନ୍ଦର କଥା ଭାଇ