April 20, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ଅନୁଭୂତିରେ ସୂର୍ଯ୍ୟୋଦୟ–ହୃଦୟ ରଞ୍ଜନ ପରିଡ଼ା*

*: ଅନୁଭୂତିରେ ସୂର୍ଯ୍ୟୋଦୟ :*

*ହୃଦୟ ରଞ୍ଜନ ପରିଡ଼ା, ଯାଜପୁର*

ଜୀବନର କାଳ ଚକ୍ରରେ ପ୍ରତିଦିନ ଘଟିଥାଏ ଅନେକ ଘଟଣା, ଜୀବନର ଅଙ୍କା ବଙ୍କା ରାସ୍ତାରେ ପ୍ରତିଦିନ ମିଳଥାନ୍ତି ଅନେକ ସାଥୀ| ସେଥିରୁ କିଛି ମନର ସିଲଟରୁ ଲିଭିଯାଏ ତ କିଛି ଆଙ୍କି ହୋଇ ରହିଯାଏ ସ୍ମୃତିର କାନଭାସ୍ ଉପରେ | କିଛି ଏମିତି ସ୍ମୃତି ଆଜି ଆଙ୍କି ହୋଇଯାଇଛି ମୋର ମନର କାନଭାସ ଉପରେ ଏକ ସାହିତ୍ୟ ଅନୁଷ୍ଠାନର ସହ ଯାହାକୁ ମୁଁ କରୁଅଛି ଉପସ୍ଥାପନ |

ପ୍ରଦୋଷ କାଳରେ ନବ ଦିଗନ୍ତରେ ସିନ୍ଦୁରା ଫାଟିଲେ ସମଗ୍ର ବିଶ୍ୱ ଭୂମଣ୍ଡଳ ହୋଇଥାଏ ନବ ରବିଙ୍କ କିରଣରେ ଉଦ୍ଭାସିତ | ଠିକ ସେହିପରି ଏକ ଅନୁଷ୍ଠାନ, ଯେଉଁଠାରୁ ସବୁ ବାଧା ବିଘ୍ନର ଚୂଡ଼ାକୁ ଅତିକ୍ରମ କରି ହୋଇଥାଏ ନବ ପ୍ରତିଭାଙ୍କର ଉଦୟ | ଏଥିପାଇଁ ବୋଧେ ଏ ଅନୁଷ୍ଠାନ ନାମ ସୂର୍ଯ୍ୟୋଦୟ |

ଯାଜପୁରରୁ ଯାକର୍ତ୍ତା, ବାଲେଶ୍ବରରୁ ବଙ୍ଗାଳଦେଶ, ଭୁବନେଶ୍ୱରରୁ ଭଟାନ, ତଥା ଫୁଲବାଣୀରୁ ଫିଲିପାଇନ୍ସ ଯାଏ ସମସ୍ତ ସାହିତ୍ୟିକଙ୍କୁ ଏ ଅନୁଷ୍ଠାନ ବାନ୍ଧି ପାରିଛି ନିବିଡ଼ ସମ୍ପର୍କର ଡୋରିରେ | ଏକ ପରିବାର ଯେଉଁଠି ଛୋଟ ବଡ଼ ନିର୍ବିଶେଷରେ ଦିଆଯାଇଥାଏ ପ୍ରତିଭାକୁ ସମ୍ମାନ | ଇଏ ଏକ ଏପରି ଅନୁଷ୍ଠାନ ଯିଏ ସ୍ୱପ୍ନର ତାସ୍ ଘରକୁ ରୂପ ଦେଇଥାଏ ବାସ୍ତବ ମିନାରର |

ପୂର୍ବ ବର୍ଷ ମୁଁ ମଧ୍ୟ ଏହି ଆନ୍ତର୍ଜାତୀୟ ଯୁବ ପ୍ରତିଭା ସମ୍ମାନର ପ୍ରତିଯୋଗିତାର ପ୍ରତିଯୋଗୀ ରହି ସାରିଛି ଏବଂ ଆଜି ପୁଣି ଥରେ ସେହି ପ୍ରତିଯୋଗିତାରେ ଜଣେ ପ୍ରତିଯୋଗୀ | ପ୍ରତିଯୋଗିତାରେ ଯୋଡ଼ି ହେବା ପରଠାରୁ ଆମକୁ ମିଳିଥିଲେ ଅଭିଜ୍ଞତାରେ ପୂର୍ଣ୍ଣ ଏବଂ ତାଙ୍କର ତତ୍ୱାବଧାନରେ ଆମକୁ ଆଗକୁ ନେବା ପାଇଁ ମାର୍ଗ ଦର୍ଶକ ଏବଂ ମାର୍ଗ ଦର୍ଶିକା | ମୋର ମାର୍ଗଦର୍ଶକ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ମେହେର ମହୋଦୟ | ପ୍ରତ୍ୟେକ ଥର ମୁଁ ଯାହା ବି କିଛି କବିତା ଲେଖିଥାଏ sir ଙ୍କୁ ଦିଏ ଏବଂ sir ମଧ୍ୟ କବିତା ଉପରେ ମତାମତ ରଖନ୍ତି | ପ୍ରତିଦିନ ସକାଳୁ ଆସିଥାଏ ଜିତେନ୍ଦ୍ର sir ଙ୍କ ମେସେଜ | ସିଏ ତ ଖାଲି ମେସେଜ ନୁହେଁ ସେଥିରେ ଲୁଚି ରହିଥାଏ ପୁରା ଦିନରେ ତଥା ଜୀବନରେ ଆସୁଥିବା ଅନେକ ପ୍ରଶ୍ନର ଉତ୍ତର | ଆଭାସୀ ଆସରେ ଯୋଗ ଦେଇଥିବା ସମସ୍ତ ମୁଖ୍ୟ ଅତିଥି ମହୋଦୟ / ମହୋଦୟଙ୍କ ଶିକ୍ଷଣୀୟ କଥା, ପ୍ରିୟ ରାଜ ଭାଇ, ଶିବ ସୁନ୍ଦର ଭାଇ, ପ୍ରଶାନ୍ତ Sir ଏବଂ ଆମ ସମସ୍ତ ମାର୍ଗ ଦର୍ଶକଙ୍କ ବକ୍ତବ୍ୟ ଅନେକ କିଛି ଶିକ୍ଷଣୀୟ ବାର୍ତ୍ତା ପ୍ରଦାନ କରିଥାଏ | ଏଥରର ଯୋଗାଦାନ କରିଥିବା ସମସ୍ତ ପ୍ରତିଯୋଗୀ ଯେବେ କବିତା ପଢ଼ିଥାନ୍ତି ନୂଆ ଶୈଳୀ ମଧ୍ୟ ଶିଖିବାକୁ ମିଳିଥାଏ |

ଭାରତର ଅନ୍ୟାନ୍ୟ ରାଜ୍ୟରୁ ଏବଂ ଭାରତ ବାହାରୁ ଅନେକ ସାରସ୍ୱତ ସାଧକ ମଣ୍ଡଳୀ ଯୋଡ଼ି ହୁଅନ୍ତି ଆମ ସହ | ଆଉ ତାହା ମଧ୍ୟ ଦେଇଥାଏ ଏକ ନୂଆ ଅନୁଭବ | ସବୁଠାରୁ ଖୁସି ଲାଗିଥିଲା ଯେବେ ବିଦେଶରୁ Mildred Par ମାମ କହିଥିଲେ ଜୟ ଜଗନ୍ନାଥ | ଯେଉଁଥିରୁ ସ୍ପଷ୍ଟ ଭାବରେ ଜଣାଯାଏ, ଆମ ଭାଷା,ସଂସ୍କୃତି ଆଉ ସାହିତ୍ୟକୁ ଆଜି ସାତ ଦରିଆ ପାରିରେ ପହଞ୍ଚାଇବାର ଏ ଯେଉଁ ଉଦ୍ୟମ ବୀର୍ଯ୍ୟ ରୋପଣ କରାଯାଇଛି, ସୂର୍ଯ୍ୟୋଦୟ ଦ୍ୱାରା ତାହା ନିଶ୍ଚୟ ଭବିଷ୍ୟରେ ଯେ ବିଶାଳ ମହାଦ୍ରୁମର ରୂପ ନେବ ସେଥିରେ ତିଳେ ହେଲେ ସନ୍ଦେହ ନାହିଁ |

ଆଉ ଏ କୋଣାର୍କର ଯିଏ କାରିଗର ଅର୍ଥାତ ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀମାନ ମନୋଜ କୁମାର ପଣ୍ଡା ମହୋଦୟ, ପ୍ରିୟ ବଡ଼ ଭାଇ ମନୋଜ ଭାଇ ତାଙ୍କ ଠାରୁ ମଧ୍ୟ ଅନେକ ଗୁଡ଼ିଏ ଶିକ୍ଷଣୀୟ ବାର୍ତ୍ତା ମିଳିଥାଏ ପ୍ରତ୍ୟେକ କାର୍ଯ୍ୟକ୍ରମରେ ଏବଂ ଆମର ପରିବାରରେ |

ପ୍ରତିଯୋଗିତାରେ ରହିଥିବା ସମସ୍ତ ପର୍ଯ୍ୟାୟ ସତରେ ବହୁତ ଶିକ୍ଷଣୀୟ | ସମସ୍ତଙ୍କ ସହ ଗଢ଼ି ଉଠିଥିବା ନୂଆ ସମ୍ପର୍କ ଆଉ ଏ ପ୍ରତିଯୋଗିତା ଶେଷରେ ନିଶ୍ଚୟ ଏକ ସୁନ୍ଦର ଅନୁଭବ ତଥା ଅନୁଭୂତି ଆଣି ଦେବ ବୋଲି ମୋର ପୂର୍ଣ୍ଣ ଭରସା ରହିଛି |

Loading

2 thoughts on “*ଅନୁଭୂତିରେ ସୂର୍ଯ୍ୟୋଦୟ–ହୃଦୟ ରଞ୍ଜନ ପରିଡ଼ା*

Leave a Reply

Your email address will not be published. Required fields are marked *