🌹“ସା,ରେ,ଗା,ମା,ପା,ଧା,ନି,ଶା”🌹
*********************
ସଂଗୀତ ଗାଇବି ସାତ ସୁରେ ଆଜି
ସା,ରେ,ଗା,ମା,ପା,ଧା,ନି,ଶା,
କୋଇଲି ସମ ହେବି ଭାବୁଛି ମନେ
ସତେକି ଗାୟକ ପେଶା।
ନିଜ ହାତ ଲେଖା ଗୀତ ଏହି ମୋର
ହୃଦୟେ ଶବ୍ଦ ଯୋଡିଲି,
କଲମ ଧରିଣ ଡାଏରି ଦେହରେ
ତାକୁ ସହଜେ ଲେଖିଲି।
ଉତ୍କଳ ଜନନୀର ବିଷୟ ବସ୍ତୁ
ଉଲ୍ଲେଖ ଯେ କରିଅଛି,
ତାହାର ସହିଦ ବିର ସନ୍ତାନଙ୍କ
ସ୍ମୃତି ବର୍ଣ୍ଣନା କରିଛି।
ଚାରୁ କଳା କୃତି,ପର୍ବପର୍ବାଣୀ ର
କମି ନାହିଁ ଉତ୍କଳରେ,
ଏସବୁକୁ ନେଇ ଗର୍ବରେ ଏକଥା
ଯୋଡି ଦେଲି ଆନନ୍ଦରେ।
ନଦୀ,ସିନ୍ଧୁ,ସାଗର,ନିର୍ଝର ଯେ
ପ୍ରାକୃତିର ଉପହାର,
କେବେ ଫିକା ପଡିନି ସବୁଜ ରଙ୍ଗ
ଆମ ବନ,ଅରଣ୍ୟର।
ଉତ୍କଳ ଗୌରବ କୋଣାର୍କ,ଧଉଳି
ଜଗନ୍ନାଥ ଶ୍ରୀମନ୍ଦିର,
ଆମ ଦେଶ ଛାଡ ଶ୍ରୀକ୍ଷେତ୍ରରେ ପରା
ଭିଡ଼ ବିଦେଶୀ ଭକ୍ତର।
ଏହି କେତୋଟି ତଥ୍ୟ ଖୋଜି କରିଲି
ମୁଁ ନୂତନ ସୃଷ୍ଟି ଟିଏ,
ବାଟ ଛାଡି ଦିଅ ଏଇ ଥର ପାଇଁ
ଗୀତ ଟିକୁ ଗାଇ ଦିଏ।
**************
ତପନ କୁମାର ସ୍ୱାଇଁ ✍️