ଶୀର୍ଷକ – ଦେବଦାସୀ
କେଉଁ ଜନମର ପୁଣ୍ୟଫଳ ଯୋଗୁଁ
ହୋଇଲି ମୁଁ ଦେବଦାସୀ
ନାଚି ନାଚି କେବେ ଥକେ ନାହିଁ ମୁଁ
ମୁଁ ପରା ତୁମ ପ୍ରେୟସୀ
ସଜେଇ ହୋଇଛି ତୁମ ପାଇଁ ପରା
ଆଖିରେ କଜଳ ନାଇ
କାନରେ କୁଣ୍ଡଳ ମସ୍ତକରେ ଟିକା
ହାତରେ କଙ୍କଣ ଦେଇ
ହାତକୁ କରିଛି ନାଲି ନାଲି ପୁଣି
ପାଦରେ ନାଲି ଅଳତା
ଘୁଙ୍ଗୁର ନାଇଛି ଗଭା ସଜାଇଛି
ମଥାରେ ଚନ୍ଦନ ଚିତା
ରସିକ ନାଗର ତୁମେ ପରା ମୋର
ନାଚରେ ରସିଵି ମନ
ଦାସୀ ମୁଁ ତୁମର କରି ସମର୍ପଣ
ଅଧରେ ଦେବି ଚୁମ୍ବନ
ଓଡିଶୀର ନୃତ୍ୟ ଛନ୍ଦରେ ଛନ୍ଦରେ
ଦେଖାଇ ମନ ମୋହିଵି
ଜନ୍ମ ଜନ୍ମ ପାଇଁ ମାଗୁଣି ମୋର ରେ
ଦେବଦାସୀ ଜନ୍ମ ନେବି
ସଂସାର ଜଞ୍ଜାଳ ବିଷମ ଜଗତେ
ତୋର ମୋର ଭାବ ଭାରି
ନିଶ୍ଚିତ ଶୁଣିମା ହେବ ଜଗନ୍ନାଥେ
ଏହା ମୋ ହୃଦୟ ଗୁହାରି
ମୃଦଙ୍ଗର ତାଳେ ପାଦ ମୋର ପଡେ
ମନ ହୃଦୟରେ ତୁମେ
ମନମୋହନ ତୁ ମନ କେଉଁ ଆଡେ
ଦେବଦାସୀ ନୃତ୍ୟ ବନ୍ଦ ଏବେ
ମୋର ଜନ୍ମ ଯାଉ ପ୍ରଥା ବନ୍ଦ ହେଉ
କୋଟି ପୁଣ୍ୟ ଫଳ ଲଭେ
ଏହି ଶରୀର ମୋ ତୁମ କାର୍ଯ୍ୟ କରୁ
ଯଶ ରହୁ ତୁମ ଭଵେ
ମୋ ଗଭାରେ ମଲ୍ଲୀ ତୋ ପାଖରେ ବାସ୍ନା
କର୍ଣ୍ଣ କୁଣ୍ଡଳରେ ତୁମ ଛାଇ
ମୋ କଟି କିଙ୍କିଣୀ ତୁମକୁ ଦେଖିବା ତୃଷ୍ଣା
ହାତ ବାଜୁ ଵାଜୁଛି ତୁମ ଗୁଣ ଗାଇ
ହେ ହୃଦୟେଶ୍ଵର, କରେ ସମର୍ପଣ
ମୋ ନାଚ ମନକୁ ପାଉ
ଭାବଵିନୋଦିଆ, ନିଅ ମୋର ଭାବ
ଜଗତ ଖୁସିରେ ରହୁ
କଳ୍ପନା ରାୟ, ଲଇଡା, ସମ୍ବଲପୁର
ବହୁତ୍ ସୁନ୍ଦର ଭଉଣୀ