*ତୁମେ ଆଉଥରେ ଆସନ୍ତନି*
ତୁମେ ଆଉ ଥରେ ଆସନ୍ତନି
ଏଇ ସୀମାର ସାଗର ହୋଇ
ଆମେ ଦୁହେଁ ପ୍ରେମପକ୍ଷୀ ହୋଇ
ପୁଣିଥରେ ସମ୍ପର୍କର ଆକାଶରେ ଉଡି ବୁଲନ୍ତେ!!
ତୁମେ ଆଉଥରେ ଆସନ୍ତନି
ସେଇ ବର୍ଷା ରାତିର କଳା ବାଦଲ ହୋଇ
ମୁଁ ଦେଖି ଲୁଚି ଯାଆନ୍ତି
ତୁମ ବାହୁବନ୍ଧନର ଆଢୁଆଳରେ!!
ତୁମେ ଆଉଥରେ ଆସନ୍ତନି
ସେଇ ଶୀତୁଆ ସକାଳର କୁହୁଡି ହୋଇ
ମୁଁ ସେଇ ଧଳା ଧୂଆଁ ଭିତରେ
ଛୋଟ କଣିକାଟିଏ ହୋଇ ମିଳେଇଯାନ୍ତି!!
ତୁମେ ଆଉଥରେ ଆସନ୍ତନି
ସେଇ ପୂର୍ଣ୍ଣିମା ରାତିର ଜହ୍ନ ହୋଇ
ଯାହାର ଶାଶ୍ୱତ ଆଲୋକରେ
ମୋର ରୂପ ଯୌବନ ପୁଣିଥରେ ଚହଟି ଉଠନ୍ତା!!
ତୁମେ ଆଉଥରେ ଆସନ୍ତନି
ଅନ୍ତହିନ ରାସ୍ତାର ପଥିକଟିଏ ହୋଇ
ମୁଁ ସାରା ଜୀବନ ସାଥି ହୋଇ
ତୁମ ସହ ବାକି ଜୀବନ କାଟି ଦିଅନ୍ତି!!
*ସ୍ନେହଲତା ନନ୍ଦ, ଭଦ୍ରକ*
ଖୁବ ସୁନ୍ଦର ❤❤❤
“ଆଉ ଥରେ ଆସନ୍ତନି..?” ଛୁଇଁଲା ବେଶ
ପ୍ରଥମ ଏବଂ ଚତୁର୍ଥ ପଦରେ ଅଟକିଲି ଘଡ଼ିଏ
ଆବୃତ୍ତି ଶୈଳୀ ସୁନ୍ଦର ଲାଗୁଛି
Nice
So sweet voice didi…