ବେଳ କାହିଁ
ଜୀବନ ଏଠି ଜୀବନ୍ତ
ମରିବା ପାଇଁ ବେଳ କାହିଁ
ଖୋଜା ଚାଲିଛି ନିତି ବାହନା
ହେଲେ ହଜିବା ପାଇଁ ବେଳ କାହିଁ
ନିଦ ହଜାଏ ଭାବନା ଏଠି
ସ୍ବପ୍ନ ପାଇଁ ରାତି କାହିଁ
ଖୋଜା ପଡେ ଏଠି ଆୟୂଷ
ହେଲେ ସ୍ପନ୍ଦନ ପାଇଁ ହୃଦୟ କାହିଁ
ଆକାଶ ଏଠି ବାଦଲ ଆଢୁଆଳେ
ଜହ୍ନର ସେ ଚମକ କାହିଁ
ଦୀପ ଅନାଇ ରହିଛି ଖାଲି
ଜଳିବା ପାଇଁ ସଳିତା କାହିଁ
ସମ୍ପର୍କ ଖୋଜେ ଆପଣା ଏଠି
ବନ୍ଧନ ପାଇଁ ମଣିଷ କାହିଁ
ଭବ ସାଗରରେ ଭାସିଯାଏ ସବୁ
ହତ ଧରିବା ପାଇଁ ବେଳ କାହିଁ
ନାହିଁ ନାହିଁର ମରୁଭୂମି ଏଠି
ସେ ଆତୁର ତୃଷ୍ଣା କାହିଁ
ବୁହାଇ ଦେବାକୁ ସମସ୍ତ ଯନ୍ତ୍ରଣା
ଚକ୍ଷୁରେ ସେ ଲୁହର ସାଗର କାହିଁ
ଜୀବନ ପୃଷ୍ଠା ଖୋଜେ ଜୀବନ୍ୟାସ
ହେଲେ ସୃଜନ ପାଇଁ ଶବ୍ଦ କାହିଁ
କୋଟି ହୁରୁଦ ଯେ ଛୁଇଁବ ଲିଖନ
ସତରେ ଆଉ ସେ ଭାବନା କାହିଁ ।
ତଫିଜୁଲ ହୋସେନ
ଚିପିଲିମା, ସମ୍ବଲପୁର
9439221989