ଗ୍ରୀଷ୍ମ ଗୋଧୂଳି
ଗ୍ରୀଷମ ଗୋଧୂଳି ଦେହକୁ ଲାଗଇ
ଚନ୍ଦନ ପ୍ରଲେପ ପ୍ରାୟ ,
ସୂର୍ଯ୍ୟଙ୍କ ଉତ୍ତାପ ପଡଇ ମଳିନ
ନଥାଏ ସ୍ବେଦର ଭୟ ।
ରୌଦ୍ର ତାପେ ଜୀବ ହୁଅଇ ଅଥୟ
ପୂର୍ଣ୍ଣ ମାତ୍ରାରେ ଦିବସେ ,
ଶୁଷ୍କ ବୃକ୍ଷ ଲତା ସତେଜ ଦିଶନ୍ତି
ଯେମିତି ଗୋଧୂଳି ଆସେ ।
କ୍ଷେତ କାମ ଶେଷେ ବିଶ୍ରାମ ନିଅନ୍ତି
ବୃକ୍ଷ ତଳେ ଚଷା ପୁଅ ,
ଥଣ୍ଡା ବାଆ ଦେହେ ଶାନ୍ତି ଦିଏ ଯେବେ
ହୁଏ ଗୋଧୂଳି ସମୟ ।
ସକାଳ ପ୍ରହରୁ ଯାଇଥାନ୍ତି ଦ୍ବିଜ
ଖଦ୍ୟ ଅନ୍ୱେଷଣ ପାଇଁ ,
ଗୋଧୂଳି ଲଗନେ ବାହୁଡନ୍ତି ନିଡେ
ଚଞ୍ଚୁରେ ସୁଖଦ୍ୟ ନେଇ ।
ଦିନ ଯାକ ତାଙ୍କ ଶୁଭେନା କାକଳି
ଏହି ଗ୍ରୀଷମ ଋତୁରେ ,
ଗୋଧୂଳି ଆସନ୍ନ ହେଲେ କଳରବ
ଗୁଞ୍ଜରି ଉଠେ କର୍ଣ୍ଣରେ ।
ପଣ୍ଡା ଓ ମଇଁଷି ଲୋଟନ୍ତି ପାଣିରେ
ସୂର୍ଯ୍ୟଙ୍କ ପ୍ରଖର ତେଜେ ,
ଖରା ମଉଳିଲେ ଜଳାଶ୍ରୟୁ ଉଠି
ଗୃହକୁ ତା ପଥ ଖୋଜେ ।
ଗ୍ରୀଷ୍ମ ଗୋଧୂଳିର ବିଶେଷତ୍ଵ ଏହି
କେବେ କେବେ ଧୂଳିଝଡ ,
ବିଶାଳ ବୃକ୍ଷକୁ କରେ ଧରାଶାୟୀ
ଭାଙ୍ଗି ତାଙ୍କ ମେରୁ ହାଡ଼ ।
ଶବ୍ଦ ବିନ୍ଧାଣି କୁଞ୍ଜବିହାରୀ ଦଳାଇ
ସିଂଲା
ବାଲେଶ୍ଵର।