June 10, 2023
11 11 11 AM
ଏକତା ହିଁ ବଳ – ବିନୋଦିନୀ ଦାଶ
ଆତ୍ମା ନନ୍ଦିଘୋଷେ ଶ୍ରୀ ଜଗନ୍ନାଥ -ନଳିନୀ ପ୍ରଭା ମିଶ୍ର
ଉଠ ଉଠ ନୀଳମଣି – ବିଜୟ କୁମାର ସ୍ବାଇଁ
ପ୍ରକୃତି –  ଡଃ ପ୍ରିୟମ୍ବଦା ସାମଲ
କାଳିଆ ଭରଷା – ଅଶୋକ କୁମାର ପତି
କାମନାର ବିନାଶରେ ଦୁଃଖର ବିନାଶ – ଭାସ୍କର ରାଉତ
ସେ ତ ଭକତ ଭାବରେ ବନ୍ଧା – ତରୁଣ କୁମାର ମିଶ୍ର
ଝିଅ ଜନମ ପର ଘରକୁ – ଡଃ ପ୍ରିୟମ୍ବଦା ସାମଲ
‌ଅପରାହ୍ନ – ନଳିନୀ ପ୍ରଭା ମିଶ୍ର 
କବିତା – ନଳିନୀ ପ୍ରଭା ମିଶ୍ର
ALLUSION OF EVOLUTION – Manoj Kumar Panda 
ALLUSION OF MASOCHISM – Manoj Kumar Panda 
ତିନି ରୂପେ ଏକ କାୟା ଜନନୀ ଭଗିନୀ ଜାୟା – ବିଜୟ କୁମାର ସ୍ବାଇଁ
ମା’ତୁମେ ମମତାର ସାଗର – ଭାସ୍କର ରାଉତ
ହସିବ ପ୍ରକୃତି ରାଣୀ – ତରୁଣ କୁମାର ମିଶ୍ର
ମହାପ୍ରଭୁ ତୁମେ – ବିଜୟ କୁମାର ସ୍ବାଇଁ
ସମୟ ବଡ଼ ବଳବାନ – ଭାସ୍କର ରାଉତ
ଶାନ୍ତି ମିଳୁ ଜୀବନେ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ
କର୍ମ ଭୂଇଁ ଏହୁ – ଅଜିତ କୁମାର ରାଉତ
ସୁନ୍ଦରେ କି ଅଛି ଲାଭ – ଅଜିତ କୁମାର ରାଉତ
Latest Post
ଏକତା ହିଁ ବଳ – ବିନୋଦିନୀ ଦାଶ ଆତ୍ମା ନନ୍ଦିଘୋଷେ ଶ୍ରୀ ଜଗନ୍ନାଥ -ନଳିନୀ ପ୍ରଭା ମିଶ୍ର ଉଠ ଉଠ ନୀଳମଣି – ବିଜୟ କୁମାର ସ୍ବାଇଁ ପ୍ରକୃତି –  ଡଃ ପ୍ରିୟମ୍ବଦା ସାମଲ କାଳିଆ ଭରଷା – ଅଶୋକ କୁମାର ପତି କାମନାର ବିନାଶରେ ଦୁଃଖର ବିନାଶ – ଭାସ୍କର ରାଉତ ସେ ତ ଭକତ ଭାବରେ ବନ୍ଧା – ତରୁଣ କୁମାର ମିଶ୍ର ଝିଅ ଜନମ ପର ଘରକୁ – ଡଃ ପ୍ରିୟମ୍ବଦା ସାମଲ ‌ଅପରାହ୍ନ – ନଳିନୀ ପ୍ରଭା ମିଶ୍ର  କବିତା – ନଳିନୀ ପ୍ରଭା ମିଶ୍ର ALLUSION OF EVOLUTION – Manoj Kumar Panda  ALLUSION OF MASOCHISM – Manoj Kumar Panda  ତିନି ରୂପେ ଏକ କାୟା ଜନନୀ ଭଗିନୀ ଜାୟା – ବିଜୟ କୁମାର ସ୍ବାଇଁ ମା’ତୁମେ ମମତାର ସାଗର – ଭାସ୍କର ରାଉତ ହସିବ ପ୍ରକୃତି ରାଣୀ – ତରୁଣ କୁମାର ମିଶ୍ର ମହାପ୍ରଭୁ ତୁମେ – ବିଜୟ କୁମାର ସ୍ବାଇଁ ସମୟ ବଡ଼ ବଳବାନ – ଭାସ୍କର ରାଉତ ଶାନ୍ତି ମିଳୁ ଜୀବନେ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ କର୍ମ ଭୂଇଁ ଏହୁ – ଅଜିତ କୁମାର ରାଉତ ସୁନ୍ଦରେ କି ଅଛି ଲାଭ – ଅଜିତ କୁମାର ରାଉତ

ହେ ମଧୁସୁଦନ: ଉତ୍କଳର ମାନ — ବିଶ୍ୱେଶ୍ୱର ମାଝୀ

ହେ ମଧୁସୁଦନ: ଉତ୍କଳର ମାନ

 

 

ମାଆ କହୁଥିଲା ପାଠ ପଢିବି ମୁଁ

କାଳିଆ ଘୋଡା ଚଢିବି

ଓକାଲାତି କରି ମଧୁବାବୁ ସଙ୍ଗେ

କଚେରୀରେ ମୁଁ ଲଢିବି।୧।

 

ଅଠେଇଶ ଅପ୍ରେଲ୍ ଅଠର ଶତାବ୍ଦୀ

ଅଠଚାଳିଶରେ ଜନ୍ମ

ରଘୁନାଥ ପିତା ପାରବତୀ ମାତା

ସତ୍ୟଭାମାପୁର ଗ୍ରାମ।୨।

 

ତୁଳସୀ ବାସଇ ଦୁଇ ପତରରୁ

ଗାଆଁ ରାସ୍ତା ମରାମତି

କରି ଦେଖାଇଲ ଶିକ୍ଷକ ଚକିତ

ବାଳକ କୋମଳମତି।୩।

 

ପ୍ରଥମ ଓଡିଆ ବି.ଏ. ଏମ୍.ଏ. ପୁଣି

ବିଲାତ ଫେରନ୍ତା ପୁଅ

ଆଦ୍ୟ ବାରିଷ୍ଟର ବିଧେୟକ ମନ୍ତ୍ରୀ

ଔଦ୍ୟୋଗିକ ପରିଚୟ।୪।

 

ଯୋତାର ମାନରେ ବୁଝାମଣା ନାହିଁ

କଲ ତାକୁ ପ୍ରତ୍ୟାଖ୍ୟାନ

ଉତ୍କଳ ଟାନେରୀ ଦେବାଳିଆ ରଖି

ଓଡିଆର ସ୍ୱାଭିମାନ ।୫।

 

ଭାଷାଭିତ୍ତି ରାଜ୍ୟ ଗଠନ ନିମନ୍ତେ

ଉତ୍କଳ ସମ୍ମିଳନୀର

ପରିକଳ୍ପନାର ପ୍ରମୁଖ ବିନ୍ଧାଣୀ

ଜାତି କରେ ନମସ୍କାର।୬।

 

ଜଗନ୍ନାଥ ପୂଜା ଗଜପତି ରାଜା

ଇଂରେଜ ହାତୁ ଛଡାଇ

ଆନ ଧର୍ମେ ଥାଇ ସଜୋରେ ଲଢିଲ

ଉତ୍କଳୀୟ ପ୍ରାଣ ହୋଇ।୭।

 

ଉଠରେ ଉଠରେ ଉତ୍କଳ ସନ୍ତାନ

କିଏ ବା ଆଉ କହିବ

ଜାତି ନନ୍ଦିଘୋଷ ଆଗେ ଭିଡିବାକୁ

ଆଉ କେ ଆହ୍ବାନ ଦେବ !୮।

 

ତୋ ପୂର୍ବ ପୁରୁଷ ଜୟ କରିଥିଲେ

ଗଙ୍ଗାଠାରୁ ଗୋଦାବରୀ

ନବ ଜାଗରଣ ଭରିଲ ଆପଣ

ଅଭିମନ୍ତ୍ର ଦେଲ କରି।୯।

 

ଦାରୁଣ ଅବସ୍ଥା ନିଃସ୍ୱାର୍ଥପରତା

ହେଲା ଆଜି ସାତସ୍ୱପ୍ନ

ହେ ମଧୁସୁଦନ ନିଲାମ ହେଉଛି

ମହାନ ଜାତିର ମାନ।୧୦।

 

ଉଣେଇଶି ଶହ ଚଉତିରିଶିର

ଫେବୃଆରୀ ଚାରି ଦିନ

ଚିର ପୂଜନୀୟ ଯୁଗପୁରୁଷଙ୍କ

ଇହଲୀଳା ସମ୍ବରଣ।୧୧।

 

ଉତ୍କଳ ଗୌରବ ଆହେ କୁଳବୃଦ୍ଧ

ଜାତିର ମୁରବି ଥିଲ

ଅସ୍ମିତା ବିସ୍ମୃତ ଅପାଙ୍ଗ ଜାତିକୁ

ଅଧା ବାଟେ ଛାଡିଦେଲ।୧୨।

 

ବିଶ୍ୱେଶ୍ୱର ମାଝୀ

 ଚନ୍ଦ୍ରଶେଖରପୁର, ଭୁବନେଶ୍ବର।

 108 total views,  1 views today

Leave a Reply

Your email address will not be published. Required fields are marked *