ଅନିନ୍ଦ୍ୟ ସୁନ୍ଦରୀ
°°°°°°°°°°°°°°
ବର୍ଣ୍ଣିବି କିପରି ସୌନ୍ଦର୍ଯ୍ୟକୁ ତୁମ
ନ ପାଏ ତା ପରିଭାଷା,
ଦେଖିଣ ତୁମକୁ ଏ ବେଶରେ ଆଜି
ଜହ୍ନ ବି କରୁଛି ଇର୍ଷା ll
କୁରଙ୍ଗୀ ନୟନୀ ମଧୁର ଭାଷିନୀ
ଗଣ୍ଡଦେଶେ ସରୁ ଜାଇ,
ସତେ କି ଆସିଛ ସ୍ବର୍ଗର ଅପ୍ସରୀ
ତରୁଣୀର ରୂପ ନେଇ ll
ରକ୍ତ ବର୍ଣ୍ଣ ସମ କୁବ୍ଲକ ଓଷ୍ଠରେ
ସ୍ମିତ ହାସ୍ୟ ଶୈବଳିନୀ,
ସତେ ତୁମ ଉଷ୍ମ ଅଧରେ ଶୁଭୁଛି
କମ୍ପନର ପ୍ରତିଧ୍ୱନି ll
କର୍ଣ୍ଣଦେଶେ ସଂଲଗ୍ନ କର୍ଣ୍ଣଭୂଷଣ
ଲଲାଟେ ଚନ୍ଦ୍ରମା ବିନ୍ଦୁ,
କଜ୍ଜ୍ୱଳ କୁନ୍ତଳେ କେଶର ବିନ୍ୟାସ
ସତେ ଲାଗ ତୁମେ ଇନ୍ଦୁ ll
ଗଳାରେ ଶୋଭୁଛି ସ୍ବର୍ଣ୍ଣର ଜଞ୍ଜିର
ଗୌର ତନେ ନାଲି ବସ୍ତ୍ର,
ସୌନ୍ଦର୍ଯ୍ୟେ ଶୋଭିତ ଅବା ପାରିଜାତ
ଭ୍ରମେ ପଡ଼େ ଦୁଇ ନେତ୍ର ll
ରୂପ ମାଧର୍ଯ୍ୟ ପରିପ୍ଲୁତ ଯୌବନ
ସତେ କି ଲାବଣ୍ୟବତୀ,
ଅଙ୍ଗେ ଅଙ୍ଗେ ସଞ୍ଚି ଶବ୍ଦ ସୁଧାନିଧି
ଢାଳୁଅଛି ପ୍ରେମ ପ୍ରୀତି ll
ବହୁତ ସୁନ୍ଦର କବିତା ଭାଇ।।।ବହୁତ ଭଲ ଲେଖୁଛନ୍ତି। ଜୟ ଜଗନ୍ନାଥ।।।
ବହୁତ ସୁନ୍ଦର କବିତା ଟିଏ,
ଭଲ ଲାଗିଲା
ବାଃ ବହୁତ ସୁନ୍ଦର କବିତା ଟିଏ.ମନକୁ ଛୁଇଁଲା
ଆହା
ଖୁବ୍ ସୁନ୍ଦର ରଚନା
ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା
ଧନ୍ୟବାଦ ଭାଇ ❣️❣️
ବାଃ ଅତି ସୁନ୍ଦର
ଅଶେଷ ଅଶେଷ ଧନ୍ୟବାଦ
ବହୁତ୍ ବଢିଆ
ଢ଼େର ସାରା ସ୍ନେହାଶିଷ ତୋତେ ଲୋ ❣️❣️
ଖୁବ୍ ସୁନ୍ଦର ଭାଇ❣️
ଧନ୍ୟବାଦ ଭଉଣୀ ❣️❣️
ବାଃ ❤️❤️
ଧନ୍ୟବାଦ ଦିଦୁ
ବହୁତ ସୁନ୍ଦର ଭାଇ
ଧନ୍ୟବାଦ ଭଉଣୀ
ହୃଦୟକୁ ଛୁଇଁଗଲା
ଅତି ଚମତ୍କାର ବର୍ଣ୍ଣନା
ବାଃ ଚମତ୍କାର ଲେଖାଟିଏ |ମହମ ପରି ଖୁନ୍ଦି ଦେଇଛନ୍ତି ମନ ର ଭାଷା କୁ ❤️❤️ଆଳଙ୍କାରିକ ଶବ୍ଦ ସହ ତୁଳନାତ୍ମକ ଲେଖା ମଧ୍ୟ ଖୁବ ହୃଦୟସ୍ପର୍ଶୀ
କୋଟି ଧନ୍ୟବାଦ l
ଧନ୍ୟବାଦ ଭାଇ
ଧନ୍ୟବାଦ ତୁମକୁ
ବାଃ ବାଃ ପୁରା Classic❤❤❤❤
ଚମତ୍କାର ଭାଇ….
ସ୍ନେହାଶିଷ ତୁମକୁ ସାନଭାଇ ମୋର