ତମେ…….
——————————
ତମେ ମୋ ମନର ଦଗ୍ଧ ଅରଣ୍ୟର
ଦେବତା ନା ଅପଦେବତା……..
ମୋର ସ୍ନାୟୁର ଭ୍ରୁଣ ବିନ୍ଦୁରେ
ଆଶିଷର ଉଷ୍ମ ପଳାସ ରକ୍ତ
ବିଗ୍ରତା ନା ତୁମେ ସ୍ଥିରତା???
କୁନି କାପ୍ତା ଚଢେଇର ଖନେଇ ପାଟିରେ,
ଆକାଶର ଫାଙ୍କା ଭାବନା
ଚୋରା ସ୍ୱପ୍ନର ବାଲିଝଡ଼?,
ନା ଆବେଗରେ ଆଦ୍ର ବ୍ୟଞ୍ଜନା???
କୁହ ଆଗୋ ମତେ,
କେଉଁ ଶିଳ୍ପୀର ନିଖୁଣ କଳାରେ
ହୋଇଅଛ ମୂର୍ତ୍ତିମନ୍ତ…..
କେଉଁ କୁଞ୍ଜେ ରହି ବଂଶୀ ବାଦନରେ,
କରିଅଛ ତନ୍ଦ୍ରାଶିକ୍ତ…..
ଏବେ ଯେବେ ଭୂରୁ ପବନରେ,
ଧାନ ଫୁଲର ଗନ୍ଧ ଆସିଲେ…
ଏଠି ସେଠି ଖୋଜି ବୁଲେ…..
ପଟାସ ବଣରେ….
ସୋରିଷ ଖେତରେ….
ପ୍ରାନ୍ତର ପ୍ରାଚୀରେ…..
ନିଜକୁ ନିଜେ ନା ତୁମର ଠିକଣା????
ନା କିଛି ନୁହଁ,
ଖୋଜିବୁଲେ ନିଜ ବିସ୍ମୃତ ଚେତନା……. *****************************
ଜିନାତମାମ୍ ଦର୍ଜୀ
ଲଇଡ଼ା, ସମ୍ବଲପୁର
702 total views, 2 views today
ବହୁତ ସୁନ୍ଦର କବିତା ଟିଏ ❤❤
ବହୁତ ସୁନ୍ଦର କବିତା ସହିତ ବହୁତ ସୁନ୍ଦର ଆବୃତ୍ତି
ଦିଦି ମନକୁ ଛୁଇଁଲା
ଆହା…….ସୁନ୍ଦର୍ ଆବୃତ୍ତି ଓ ଶବ୍ଦ ସଂଯୋଜନା
କବିତା ଓ ଆବୃତ୍ତି ଖୁବ୍ ଛୁଇଁଲା,,,ଢେର୍ ଅଭିନନ୍ଦନ ଓ ଶୁଭେଚ୍ଛା
ଧନ୍ୟବାଦ ମଧୁ ❤❤
ଆହା
ଖୁବ୍ ସୁନ୍ଦର ଉପସ୍ଥାପନ ଏବଂ ରଚନା
ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା
ଆଃ….. ଆପଣଙ୍କ କଣ୍ଠ ସ୍ବର ଅତିବ ମଧୁର୍, କୋକିଳ ଠାରୁ ଆହୁରି ମଧୁର, ବିମୋହିତ ହେଲି ଆପଣଙ୍କ କବିତା ପଠନ ଏବଂ ମନମୁଗ୍ଧକର କଣ୍ଠ ସ୍ବରରେ
ସୁନ୍ଦର୍ କବିତା ଟି
धन्यवाद
Voice is cuter than the poem. ବହୁତ ସୁନ୍ଦର କବିତା…ଜ଼ିନା Mam. ସୁନ୍ଦର ତୃପ୍ତିର ଅବସାଦ ନାହିଁ ଯେତେ ଶୁଣୁଥିଲେ ଶାନ୍ତି ମିଳୁଥାଇ
ସୁନ୍ଦର କବିତା ଟିଏ . ଆବୃତ୍ତି ମନକୁ ଛୁଇଁଲା ଦିଦି