March 29, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*ଚିତ୍ର ଓ ଚରିତ୍ର–ସଙ୍ଘମିତ୍ରା ନାୟକ*

💝◆●◆◆◆●◆●◆●◆●◆●◆●◆◆◆◆◆◆◆◆◆◆

 

ଚିତ୍ର ଓ ଚରିତ୍ର***
****************
ସଙ୍ଘମିତ୍ରା ନାୟକ
****”******”***
ଜଣେ ସୁନାମଧନ୍ୟ ଚିତ୍ରକାର।
ବୟସ ତାଙ୍କର ମଧ୍ୟମ ହେବ।
ଖବ୍ ସୁନ୍ଦର ଚିତ୍ର ଆଙ୍କନ୍ତି, ତୁଳୀ
ଓ ରଙ୍ଗ ସାହାଯ୍ୟରେ ଏମିତି
ଛବିଗଡ଼ିକୁ ଜୀବନ୍ତ କରନ୍ତି,
ଦେଖିଲେ ଆଖି ଲାଖି ରହିଯାଏ, ପାହାଡ଼/ଝରଣା/ଜଙ୍ଗଲ ଏମିତି
କେତେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ସନ୍ଦର ଭାବେ ଉପସ୍ଥାପନା
କରନ୍ତି। ଏମିତି ବିଭିନ୍ନ ପ୍ରକାରର ଚିତ୍ର ଆଙ୍କିବା ପରେ ତାଙ୍କର
ଇଚ୍ଛା ହୁଏ ସନ୍ଦର ଦିଶୁଥିବା ଛୋଟ ପିଲାଟିର ଚିତ୍ର ଆଙ୍କିବା ପାଇଁ
ଅନେକ ସ୍ଥାନ ପରିଭ୍ରମଣ ପରେ ଗୋଟିଏ ସନ୍ଦର ଫୁଲ ବଗିଚାରେ
ଛୋଟ ପିଲାଟିଏ ସେଓ ହାତରେ ଧରିଖେଳଛୁି, ଚିତ୍ରକାର ଜଣକ
ବହୁତ ଖସୁିହେଲେ ଏହା ଦେଖି ଏବଂ ସଙ୍ଗେ ସଙ୍ଗେ ବ୍ୟାଗ୍ର ତୁଳୀ ଓ
କାନଭାସ୍ ବାହାର କରିସେ ପିଲାର ଛବି ଆଙ୍କିଲେ, ସେ ପିଲା ଯେଉଁ
ଭାବେ ବସିକି ଖେଳୁଥାଏ ଅବିକଳ ସେହି ଭଳି ଛବିଟି ଆଙ୍କିଲେ,
ବହୁତ୍ ଆତ୍ମଶାନ୍ତିଲାଭ କଲେ ଚିତ୍ରକାର ଜଣକ….।
ଏମିତିକିଛି ବର୍ଷ ବିତିଗଲା ଚିତ୍ରକାର ବୃଦ୍ଧା ଅବସ୍ଥାରେ
ପହଁଚିଲେ, ଚିତ୍ରଆଙ୍କିବାରୁ ଅବସର ନେବା କୁ ମନେ
ମନେ ଚିନ୍ତାକଲେ, ମନେ ମନେ ଭାବୁଥିଲେ ମୁ ମୋ ଜୀବନକାଳ
ମଧ୍ୟରେ ସମସ୍ତ ସନ୍ଦର ଦିଶୁଥିବା ଛବି ଆଙ୍କିଛି, ହେଲେ କେବେ
ତ ଅସୁନ୍ଦର/ ଅପଛନ୍ନ ଦିଶଥିବା ଛବି ଆଙ୍କିନାହିଁ। ଚିତ୍ରକାର
ଜୀବନରୁ ଅବସର ନେବା ପୂର୍ବରୁ ଅତି କୁତ୍ସିତ/ ଅସୁନ୍ଦର/
ଅପରିଛନ୍ନ ଓ ଅତି ଭୟଙ୍କର ଦିଶୁଥିବା ମଣିଷର ଛବି ମୁ ଆଙ୍କିବି,
ଏମିତି ଭାବନା ନେଇ ଚିତ୍ରକାର ଜଣକ ସେମିତି ଦିଶୁଥିବା
ମଣିଷର ସନ୍ଧାନରେ ବାହାରିଲେ। ଏମିତି ବହୁତ ଜାଗାରେ
ଖୋଜିଲେ ହେଲେ ଆଜିକାଲିକା ଫେସନ ସହରରେ ଏତେ
ଅପରିଛନ୍ନ ଦିଶୁଥିବା ଲୋକଟେ ମିଳିବା ବହୁତ କଷ୍ଟ ବୃଦ୍ଧା
ଚିତ୍ରକାର ଜଣକ ଥକ୍କାମାରିଗୋଟେ ଗଛ ପାଖେ ବସିଲେ।
ମନକୁ ଆସିଲା ଟିକେ ଜେଲ୍ ଆଡ଼େ ବୁଲି ଆସିବାକୁ,
ସଙ୍ଗେ ସଙ୍ଗେ ଜେଲ୍ କର୍ତ୍ତୃ ପକ୍ଷଙ୍କ ସହ ଯୋଗାଯୋଗ କରନ୍ତି,
ଏହା ଶୁଣି ବହୁତ ଖସୁି ହୁଅନ୍ତି,କାରଣ ସେ ଯେମିତି ମଣିଷର
ସନ୍ଧାନରେ ଥିଲେ, ଠିକ୍ ସେହିପରି ଜେଲ୍ ରେ ଜଣେ କଏଦୀ
ରହୁଛି। ଅତି ଉଦ୍‌ବେଗର ସହ ଚିତ୍ରକାର ଚାଲିଲେ ଜେଲ୍ ର ଅଭିମଖେୁ ।
ପହଞ୍ଚିସେଠାରେ ଥିବା ଦରୁଆନ୍ ଙ୍କ ସାହାଯ୍ୟରେ ଦେଖିବାକୁ ଗଲେ
ଅସୁନ୍ଦର ଅପରୀଛନ୍ନ ଦିଶୁଥିବା ସେହିଲୋକ ପାଖକୁ। ଯେଉଁଭଳି
ମଣିଷ ଖୋଜୁଥିଲେ ଚିତ୍ରକାର, ଠିକ୍ ସେହିଭଳି ଦେଖିବାକୁ ଜେଲ୍ ର
କଏଦୀ ଜଣକ ଦରଆନ୍ ଙ୍କ କଥା ମୁତାବକ ଗେଟ୍ ବାହାରେ ରହି
ଚିତ୍ରକାର ନିଜ ରଙ୍ଗ/ ତୁଳୀ ଓ କାନଭାସ୍ ସାହାଯ୍ୟରେ ଭୟଙ୍କର
ଦିଶୁଥିବା କଏଦୀର ପ୍ରତିଛବି ଆଙ୍କିଲେ। ଆତ୍ମତୃପ୍ତିହେଲା ଭଳି ଛବିଟିଏ
ଆଙ୍କି, ନିଜ ସରଞ୍ଜାମ ବ୍ୟାଗ୍‌ରେ ରଖି ବାହାରିଲେ ଘରକୁ ଆସିବାକୁ,
ଦରୁଆନ୍ ଜଣକ ପାଖେ ପାଖେ ରହିଥାଏ, ସରୁକ୍ଷା ଦେବାକୁ।
ଚିତ୍ରକର ଯିବାକୁ ବାହାରିଛନ୍ତି, ସେ କଏଦି ଜଣକ ଧୀର
ସ୍ୱରରେ ଡାକିଲା ଅଙ୍କଲ୍ ଆପଣ ସିଏନା ଯିଏ, ମୁଁ ଛୋଟ ଥିଲା
ବେଳେ ମୋତେ ସ୍ଥିର ଭାବେ ବସାଇ ମୋର ଛବି ଆଙ୍କିଥିଲେ,
ମୋର ମନ ଅଛି ଆପଣଙ୍କ ଚେହେରା…।
ଚିତ୍ରକାର ଆଶ୍ଚର୍ଯ୍ୟ ହୋଇ ଦୁଇ ପାଦ ପଛକୁ ଝୁଙ୍କି ପଡ଼ିଲେ ଓ ଗଭୀର
ଭରା କଣ୍ଠରେ କହିଲେ ତୁମେ…! ଏଠି ଏମିତି
ଅବସ୍ଥାରେ। କିଛିକହିବା ପୂର୍ବରୁ
ଦରୁଆନ୍ ଜଣକ
ଚିତ୍ରକାରଙ୍କୁ ଘଉଡ଼େଇଲା ଭଳି କଏଦୀଠୁ ଦୂରକୁ
ନେଇ ଆସିଲା, ସେଠାକାର କର୍ତ୍ତୃପକ୍ଷଙ୍କୁ ଅବଗତ
ହେଲେ କିସେ ନିଜ ସ୍ତ୍ରୀକୁ ଅତି ନିର୍ମମ ଭାବେ ହତ୍ୟା
କରି ଆଜୀବନ କାରାଦଣ୍ଡ ଭୋଗକରଛୁି। ସେଠାରେ
ଚିତ୍ରକାରଙ୍କୁ ଖବ୍ ଆଘାତ ହୋଇଛି, ମନେ ମନେ ଚିନ୍ତା କରନ୍ତି ଛୋଟ ବେଳେ ଏତେ ସୁନ୍ଦର ଦିଶୁଥିବା ପିଲା ଟି ବଡ଼ ହେଇ ଆଜି କଏଦୀ ସାଜିପାରିଲା କେମିତି..?
ସେ ସେଠାରେ କେବଳ ପରିବେଶକୁ ହିଁ ଦାୟୀ କରନ୍ତି। ଛୋଟ ଛୁଆଟେ
ଯେତେବେଳେ ଜନ୍ମ ହୁଏ ସେ କେବେ କଏଦୀ ହେବାର ସ୍ୱପ୍ନ ନେଇ
ଦୁନିଆକୁ ଆସି ନଥାଏ। କେବଳ ପରିବେଶ ହିଁ ତାକୁ ନୂତନତ୍ୱର ପରିଭାଷା ବୁଝାଇଥାଏ। ସେ ବଡ଼ ହେଲେ କଏଦୀ ହେବ କି ଭଲ ମଣିଷଟିଏ ହେବ? ଆମ ସମସ୍ତଙ୍କର ପ୍ରଥମ ଦାୟିତ୍ବ ଆମେ ଭଲ ପରିବେଶଟିଏ
ଗଢ଼ିବା, ନିଜେ ଶିକ୍ଷିତ ହେବା ସହ ଅନ୍ୟର ମାର୍ଗଦର୍ଶକ ହେବା।

Loading

8 thoughts on “*ଚିତ୍ର ଓ ଚରିତ୍ର–ସଙ୍ଘମିତ୍ରା ନାୟକ*

  1. ଖୁବ୍ ସୁନ୍ଦର ଶିକ୍ଷଣୀୟ ଗଳ୍ପ ଟିଏ

    ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା

  2. ଆରେ ବାଃ ! ଗପଟି ଅତି ସୁନ୍ଦର ହେଇଛି ଢ଼େର ସାରା ଶୁଭେଚ୍ଛା

Leave a Reply

Your email address will not be published. Required fields are marked *