ତ୍ୟାଗ
*******
ପିତା ମାତା ନିଜ ସନ୍ତାନ ପାଇଁକି
ନିଜ ସୁଖ ତ୍ୟାଗ କରି
ସନ୍ତାନକୁ ସବୁ ସୁଖ ଦେଇଥାନ୍ତି
ନିଜେ ଲହୁ ଲୁହ ବରି।।
ତ୍ୟାଗ ତାଙ୍କ ସବୁ ପାଣି ଫାଟିଯାଏ
ବୃଦ୍ଧାବସ୍ଥା ଯେବେ ଆସେ
ଗୃହ ତ୍ୟାଗ କରି ରହିବାକୁ ପଡେ
ଶେଷରେ ଜରାନିବାସେ।।
ସାମ୍ପ୍ରତିକ ସମାଜରେ ବୂଝନ୍ତିନି
ତ୍ୟାଗର ମୂଲ୍ୟ ଯେ କେହି
ସ୍ବାର୍ଥ ଥିବାବେଳେ ଅତି ଆପଣାର
ସରିଗଲେ ଦେଖାନାହିଁ ।।
ତ୍ୟାଗର ମୂଲ୍ୟ ଯେ ଅଟଇ ମହାନ
ଚିତ୍ତ ପ୍ରଶାନ୍ତି ଲଭଇ
ଅନ୍ୟ ହିତ ପାଇଁ ସ୍ବାର୍ଥ ତ୍ୟାଗ କରି
ଜୀବନ ଥାନ୍ତି ବିତାଇ।।
ପିତୃସତ୍ୟ ପାଳି ପ୍ରଭୁ ରାମଚନ୍ଦ୍ର
ରାଜପଦ ତ୍ୟାଗ କଲେ
ଭାତୃ ଭକ୍ତ ଭରତ ରାଜ ଭୋଗ ତ୍ୟାଗି
ରାମ ପାଦୁକା ପୂଜିଲେ।।
ଏଇ ଜୀବନରେ କିଛି କିଛି ତ୍ୟାଗ
ସଭିଏଁ ତ କରିଥାନ୍ତି
ସାଧୁ ସନ୍ଥମାନେ ଗୃହ ତ୍ୟାଗ କରି
ତୀର୍ଥ ସବୁ ଭ୍ରମୁଥାନ୍ତି।।
ତ୍ୟାଗ ମମତାର ପ୍ରତିମୂର୍ତ୍ତି ନାରୀ
ମଦର ଟେରେସା ଥିଲେ
ଦୁଃଖୀ ରୋଗୀଙ୍କର ସେବାରେ ନିଜର
ଜୀବନ ବିତାଇ ଦେଲେ।।
ଯୌଥପରିବାରେ ଘରର ମୁରବୀ
ନିଜ ସ୍ବାର୍ଥ ତ୍ୟାଗ କରି
ପରିବାର ଖୁସି ଚାହିଁ ଥାଏ ସଦା
ସବୁ ଚିନ୍ତାକୁ ଆବୋରି।।
ଝିଅଟିଏ ଯେବେ ଶାଶୁଘର ଯାଏ
ବାପଘର ତ୍ୟାଗ କରେ
ବିଧିର ବିଧାନ କେ କରିବ ଆନ
ନୟନୁ ଲୋତକ ଝରେ।।
ମାନବ ଜୀବନ ଅଟଇ ଦୁର୍ଲ୍ଲଭ
କରିଯାଅ ଭଲ କାମ
ଦୟା କ୍ଷମା ତ୍ୟାଗ ଗୁଣକୁ ଆଚରି
ଧରାରେ ଅର୍ଜ ସୁନାମ।।
**********
ବନଲକ୍ଷ୍ମୀ ମହାନ୍ତି
ନଡିଆବରାଇ
କେନ୍ଦ୍ରାପଡ଼ା ।।