ସକାଳ ଜଣାଣ
***********
କଳ୍ପନା ରାୟ
**********
ମନ ମୋର ଆଉ ଲାଗୁନି କେଉଁଠି
ନେଇଯା ମୋତେ ତୁ ଶିରିମନ୍ଦିର
ବାଇଶି ପାହାଚେ କରିଵି ମୁଁ ସ୍ତୁତି
ଭାବିବିନି ଆଉ ଘର ପରିବାର
ତୋର ମନ୍ଦିରରେ ରଖିଛୁ ସଭିଙ୍କୁ
ଆମ ଘରେ କାହିଁ ଲଗାଉ କଳି
ଭଲ ଲାଗେ ହାତଯୋଡି ଡାକିବାକୁ
ଭାବରେ ତୁ ପରା ଯାଉ ତରଳି
ଡଙ୍ଗା ଟଳମଳ ମଣିଷ ବିକଳ
ସଂସାର ଜଞ୍ଜାଳ ବଡ଼ ବିଷମ
ଦେଖିନୁ କାଳିଆ ଥରେ ତ କହିଲ
ବାରବର୍ଷ ବୁଲିଲ, ଖାଇବା କଠିନ
ବଞ୍ଚିଛି ମୁଁ ପରା ତୁମରି ଇଛାରେ
ଜନ୍ମ ପରା ତୁମ ଇଛାରୁ ହେଲା
ପଚାରୁଛି କାଳିଆ କେଉଁ ଦୋଷରେ
ପବନ ତୋଫାନ ଡଙ୍ଗା ଭାଙ୍ଗିଲା
ତୁମେ ଥିଲେ ପ୍ରଭୁ ବାଟ ତ ସହଜ
ଆସୁ ଯେତେ ଝଡଝଞ୍ଜା
ଥାଉ ତୁଣ୍ଡେ ମୋର ତୁମ କୋଟି ନାମ
ଅକ୍ଟୋପାସ୍ ମାରେ ପଞ୍ଝା
ତୁମରି ଦେଉଳେ ରଖନ୍ତ କାଳିଆ
ସଵୁ ଦୁଃଖ ଯାଆନ୍ତି ଭୁଲି
ତୁମ ମୁହଁ ଦେଖି ଶାନ୍ତି ଲାଗିବ ପା
ମନ୍ଦିରରେ କର କୁଲି
ସଫା ମୁଁ କରନ୍ତି ତୋର ଶ୍ରୀ ମନ୍ଦିର
ଭେଟନ୍ତି ଭକ୍ତଙ୍କ ପଦରଜ
ଭାବ ଵିନୋଦିଆ ଭାବ ନେଉ ଭକ୍ତର
ଦେଖନ୍ତି ଚତୁର୍ଦ୍ଧାମୂର୍ତ୍ତିଙ୍କ ସଜ
ସେବାକାରୀ କରି ଦିଅନ୍ତୁ କାଳିଆ
କରନ୍ତି ଖୁସିରେ ସେବା
ଡାକି ଡାକି ମୁହିଁ ଯାଇ ପାରୁନି ପା
କଷ୍ଟ ମୋର ଖାଲି ତୁମେ ଜାଣୁଥା
ତୁମ ନାଲି ହସ ଦେଖିଦେଲେ ଥରେ
ସ୍ବର୍ଗସୁଖ ମିଳି ଯାଏ
ଭାଇଭଉଣୀଙ୍କ ସହ ବସିଛୁ ଖୁସିରେ
ଭକ୍ତବଲ୍ଲଵ କ’ଣ ଇୟେ
ଅନ୍ତର ଲୁହରେ କାନ୍ଦୁଛି ଗୋସାଇଁ
ଆଖିରେ ଲୁହ ଆସୁନି
ସଂସାରର ଖୁସି ପ୍ରାର୍ଥନା କରୁଛି
ଆଉ ନ ରୁହ ସେ ତୁନି
ତୁମ ତୁନି ପଣ ଲାଗଇ କଷଣ
ଜନ୍ମ ତୁମ ପାଇଁ ହେଲା
କଷଣ ମୋ ପାଇଁ କଣ ତୁମ ଦାନ
ଜୀବନଟା କଷ୍ଟରେ ସନ୍ତୁଳି ହେଲା
ଜୀବନଟା ଯଦି ତୁମ ଦାନ ହୁଏ
ମୃତ୍ୟୁ ବି ତୁମରି ଦାନ
ଜନ୍ମ ମୃତ୍ୟୁ ଭିତରେ କଷ୍ଟ ପ୍ରାଣୀ ପାଏ
କାହିଁକି ଦେଉ କଷଣ
କଷଣ ଯଦି ପ୍ରାରଵ୍ଧ ହୋଇଲା
ସୁଖ ବି ପ୍ରାରଵ୍ଧ ଫଳ
ସଂସାରରେ ଭଲ ଭୋକ କଷ୍ଟ ପାଇଲା
ମନ୍ଦଲୋକର ନ ଵୁହେ ଝାଳ
************
କଳ୍ପନା ରାୟ,
ଲଇଡା, ସମ୍ବଲପୁର