ଉତ୍ତମ ବନ୍ଧୁ

ହେତୁ ହେଲା ଦିନୁ,ସାଙ୍ଗ ସାଥି ହେଲି

ଭାବ ବିନିମୟ କଲି,

କଲି ବୁଲା ବୁଲି, ଦୁଃଖ ସୁଖ ହେଲି

ଆସ୍ତେ ଆସ୍ତେ ଚି଼ହ୍ନl ହେଲି,

ଜ୍ଞlନ ନେତ୍ରେ ମୋର, ପରଖିଲି ସବୁ

ଭଲ ମନ୍ଦ ହାବ ଭାବ,

ଗଣ୍ଡା ଗଣ୍ଡା ସାଥି, ସାଙ୍ଗ, ସହୋଦର

ଅତ୍ମୀୟ ବନ୍ଧୁ ବାନ୍ଧବ ll(2)

ସ୍ୱାର୍ଥ ବିଜଡ଼ିତ, ସଂକୀର୍ଣ୍ଣତା ଚିତ୍ର

ଆନ୍ତର ବିହୀନ ପ୍ରୀତି,

ଲାଭ ଲୋଭ ମତି, ପାଉଣାରେ ବ୍ୟସ୍ତ

କରିବାକୁ ସବୁ ଇତି ll(3)

ମୁଣ୍ଡରେ ବନ୍ଧୁକ,ରଖି ଶିକାରୀ କେ

ଶିକାରର କଳା ବlଢେ,

ସମ୍ପଦ ପାଇଲେ, ଅଂଶିଦାର ହୁଏ

ବିପଦ ମଥାରେ ଛିଡ଼େ ll(4)

କଥା କୁହାଳିଆ, ଭାରି କେ ଗୋଳିଆ

ମେଳିଆ ସ୍ୱଭାବ ଧରି,

ଡରାଇ ଥରାଇ, ଜଟି, ଭଣ୍ଡି ନେଇ

ବିଶ୍ୱାସରେ ବିଷ ଭରି ll(5)

ଏକରୁ ଅନେକ,ଛୋଟରୁ ପ୍ରମୁଖ

ପାଶେ ବସା ଉଠା କଲି,

ଚି଼ହ୍ନlରେ ଅଚିହ୍ନl, ଅଚିହ୍ନlରେ ଚି଼ହ୍ନl

ସଖା,ବନ୍ଧୁ, ଭାବ ବୋଳି ll(6)

ବୟସ ବଢିଲା, ଅନୁଭବ ହେଲା

ମୋର ଦୁଃଖ,ସୁଖ କାଳେ,

ଦୂର ବ୍ୟବଧାନ ବଢ଼ି ବଢ଼ି ଗଲା

ନିଜ ନିଜ ବାଟେ ଚଳେ ll(7)

କେତେଯେ ବାହାନା

କେତେଯେ ଛଳନl

ମିଛେ ଗଢପୀଢ଼ କଥା,

ସ୍ୱାର୍ଥ ସିଦ୍ଧିପରେ,ଆପଣା ପଥରେ

ସବୁ ହେଲା ମୋର ବୃଥା ll(8)

ସମୟ ଶକତି, ହେଲା ଅକାରଣ

ହତାଶା କରିଲା ଘର,

ଚିନ୍ତାରେ ଦୁଶ୍ଚିନ୍ତା,ରୋଗ ଦେଲା ପନ୍ଥା

ଶିକ୍ଷା କଲି ନିରନ୍ତର ll(9)

ସବୁ କଲି ଦୂର, କଲି ଆପଣାର

ପାଠ୍ୟ ବହି କଲି ସାଥି,

ହେଲା ଆପଣାର, ଧରି ମୋର କର

ହେଲା ସାଥି କରି ପ୍ରୀତି ll(10)

କେତେ ଶିଖାଇଛି,

କେତେ ସେ ଦେଇଛି

ଅମୁଲ ମୁଲକ ସବୁ,

ସେଇ ମୋରଏକା, ଅତ୍ମୀୟ ସଖା

ସେଇ ବନ୍ଧୁ ଆଉ ପ୍ରଭୁ ll(11)

ରଖି ତାର ଧର୍ମ, ଅନାବିଳ ପ୍ରେମ,

ଦେଇଅଛି କେତେ ଅବା,

ତାର ଋଣେ ଋଣୀ,ସେହି ଗୁଣମଣି

ସେହି ମୋର ମନଲୋଭା ll(12)

ଦେଖାଇଛି ରାହା,

ହୋଇ ପାଶେ ସାହା

ଜ୍ଞାନ ବୁଦ୍ଧି କେତେ ଦେଇ,

ଅନ୍ଧର ଲଉଡ଼ି, ନିର୍ଦ୍ଧନ କଉଡ଼ି

ଅନ୍ଧାରେ ଆଲୋକ ସେହି ll(13)

ଆପତ୍ତି ବାନ୍ଧବ,ସୁଖ କେତେ ଦେବ

ଚାହିଁ ନାହଁ କିଛି ସେହି,

ଅତି ହିତାକାଂକ୍ଷୀ, ଦୀନ ଜନ ଦୁଖୀ

ଜ୍ୟୋତିର୍ମୟୀ ସେତ ହୋଇ ll(14)

*************************

ଜୟ କୁମାର ମିଶ୍ର, ଗ୍ରାମ-ବୁଦୁରା

ଡାକ-ଗଜପତି, ମାଧ୍ଯମ-କାଶୀନଗର

ଜିଲ୍ଲା-ଗଜପତି, ଓଡିଶା, ପିନ-761206, ଯୋଗାଯୋଗ

6372127449

 21 total views,  1 views today

Leave a Reply

Your email address will not be published. Required fields are marked *