#ଶୈଶବ ରୁ ସ୍ୱପ୍ନ#

ଶୈଶବ ରୁ ଉଙ୍କି ମାରୁଥିବା
ସ୍ୱପ୍ନ ସବୁ ମୋର,
ଧୂଆଁ ପାଉଁଶିଆ କଳା
ଆଚ୍ଛନ ଅନ୍ଧାର |
ଆଜି ମୋ ବୟସର
ଉର୍ଦ୍ଧ୍ୱଗାମୀ ସ୍ରୋତ,
ମୃଦଙ୍ଗ ପିଟେ ଖାଲି
ସ୍ୱପ୍ନ ହେବ ନାହିଁ ସତ |
କ୍ରମନ୍ୱୟେ ନିମ୍ନଗାମୀ
ମୋର ଉଚ୍ଚଅଭିଳାଷ,
ଥକି ଗଲିଣି ମୁଁ
କରି ବୃଥା ପ୍ରୟାସ |
ସ୍ୱପ୍ନର ସ୍ପର୍ଶ ରେ ମୁଁ
ଆନନ୍ଦରେ ପୁଲ୍ଲକିତ,
ବାସ୍ତବତା ର ଅଭାସେ
ନୟନେ ଅଶ୍ରୁର ସ୍ରୋତ।
ତଥାପି ବଂଚିଛି ମୋ ମନେ
ବୀଜ ଯେ ସଫଳତା ର,
ନିଶ୍ଚୟ କରିବ ସୃଷ୍ଟି
ସ୍ୱତନ୍ତ୍ର ପରିଚୟ ମୋର ।।

ଲକ୍ଷ୍ମୀପ୍ରିୟା ମହାନ୍ତି, ଜଗତସିଂହପୁର, ଓଡ଼ିଶା

 1,061 total views,  1 views today

Leave a Reply

Your email address will not be published. Required fields are marked *