March 25, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

*ଏକାନ୍ତରେ ମୁଁ–ଲକ୍ଷ୍ମୀପ୍ରିୟା ମହାନ୍ତି*

#ଏକାନ୍ତରେ ମୁଁ #

ଟିକେ ଚୂପଚାପ ହେବ କି ସମସ୍ତେ, କାହିଁକି ଏତେ ଜୋରେ ଚି ଲାଉଛ ପୁଣି ହସୁଛ, ଆରେ ତୁମମାନଙ୍କୁ କଣ ଖାଲି ନିଜ ଖୁସିରେ ଖୁସି ହେବାଟା ଦେଖାଯାଏ କେବେ ତ ଅନ୍ୟର ଦୁଃଖରେ ଟିକେ ଭାଗିଦାର ହୁଅ | ଓଃ କହିକି ବି କି ଲାଭ ଏସବୁ ପୁଣି ଏମାନଙ୍କୁ, ଆରେ ଏମାନତ ଟିକେ ସାନ୍ତ୍ୱନା ବି ଦିଅନ୍ତି ନାହିଁ, ଭଲ ହେବ ମୁଁ କିଛି ଆଡ଼ୁସଡୁ ନଭାବି ସମସ୍ତଙ୍କ ସହ ଖୁସି ମଜା କରିବି | ଏ ଏତିକି ବେଳେ କେହି ଫୋନ କରିବାର ଥିଲା, ଆରେ ସୀମା, ମୋ ପିଲାଦିନ ର ବନ୍ଧୁ, ହେଲେ ମୁଁ ତାକୁ ଏ ବାହାଘର ପାଇଁ ନିମନ୍ତ୍ରଣ କରିଛି ପୁଣି କୋଉ ଅଭିଯୋଗ ପାଇଁ ତାର ଫୋନ! ଫୋନ ତ ରିସିଭ କରି ଦେଖେ, ଆରେ ଶୁଣ ତୁ ଏ ବାହାଘର ପାଇଁ ମନା କର ଘରେ, ସେ ପୁଅ ଟା ଟା ବିଲକୁଲ ଭଲ ପିଲା ନୁହଁ, ତା ତୋର ମ୍ୟାରେଜ ହେଲେ ତୁ ସମ୍ପୂର୍ଣ ଏକା ହେଇଯିବୁ, ଏମିତି ଏନେକ କଥା କହୁଥିଲା ସୀମା, ମୁଁ ବି ସଫା ସଫା କହିଦେଲି ତୁ ଭଲ ଭାବରେ ଜାଣୁ ରିତିକ ବହୁତ ଭଲ ପାଉଥିଲି ହେଲେ ଘରେ ରାଜିହେବେନି ବୋଲି ନା ମୁଁ ରିତିକ କହିଲି ନା ଘରେ ଜଣେଇଲି, ତୁ ତ ଜାଣୁ ମୋ ବାବା, କକା, ଭାଇ ସମସ୍ତଙ୍କର କେତେ ବିଶ୍ୱାସ ମୋ ଉପରେ କେମିତି ଏମିତି ଭାବରେ ସମସ୍ତଙ୍କ ବିଶ୍ୱାସ କୁ ଭାଙ୍ଗିଦେବି | ତା ପରେ ଏ ପୁଅଟିକୁ ମୋ ବାବା ଦେଖି ଭାରି ପସନ୍ଦ କରିଛନ୍ତି ଏମିତି ରେ ଏ ବାହାଘର କଥା ଟା ତୋ ବାପା ହିଁ କହିଥିଲେ ଆଉ ମୋର ମଉସା ଙ୍କ ଉପରେ ଖୁବ ଭରସା | ଏତକ କହିସାରିଛି ଟା ସୀମା ଆଉ କିଛି ହୁଁ ଚୁଁ ନକହି ଫୋନ ଟି କାଟିଦେଲା, ମୁଁ ତ ପୁରା ଏକା ହେଇ ସାରିଥିଲି ଆଜି ରାତି ପାହିଲେ କାଲି ମୋ ବାହାଘର ଘରେ ସମସ୍ତେ ଖୁବ ଖୁସିରେ, ଯୋଉ ଘରର ଭଲପାଇବା, ସମାନ ଆଉ ବିଶ୍ୱାସ କୁ ଆଖିରେ ରଖି ମୋ ଭଲ ପାଇବା, ସ୍ୱାଧୀନତା, ଖୁସି ସବୁକିଛି ଜଳାଞ୍ଜଳି ଦେବାକୁ ପ୍ରସ୍ତୁତ ହେଉଛି ସେଇ ଘରେ ମୋତେ ବୁଝାଯାଉଛି କି ମୁଁ ପର, ଆଉ ଯୋଉଠିକି ଯିବି କାଲି ମୁଁ ସେମାନେ ମୋର ନିଜର ଯାହା ବିଷୟରେ ମୋର ଟିକେ ବି ଧାରଣା ନାହିଁ | ଏ ତ ହିଁ ଏକଲା ପଣ……….
ରାତି ନପାହୁଣୁ ମୋ ଶଶୁର ମୋ ସାମ୍ନା ରେ ଭାରି ଡରିଗଲି, ବାପା କହିଥିଲେ ବାହାଘର ପରେ ମୋ ଶଶୁର ହିଁ ମୋର ବାପା, କିନ୍ତୁ କେବେ ବାପା ଙ୍କୁ ଦେଖିତ ଏମିତି ଡ଼ରିନି କେବେ, ବଡ ଶ୍ରଦ୍ଧା ରେ ଶଶୁର କହିଲେ ମା ଆମକୁ କ୍ଷମା କରିବୁ ତୋ ସ୍ୱାମୀ କାଲି ରାତିରେ ଗୋଟେ ଝିଅ କୁ ନେଇ ଚାଲିଯାଇଛି, ସେ ଏମିତି କରିବ ବୋଲି ଆମେ କେବେ ଆଶା କରିନଥିଲୁ ମା ରେ…
ମା ଆମେ ତୋ ବାପା ମା ଙ୍କ ଭଳି ତୁ କେଶ କରିବୁନି ନା କହ ମା…..
ମୁଁ ଶଶୁର ଙ୍କ ମୁହଁରୁ ଯେତେଥର ମା ମା ଶୁଣୁଥିଲି ମୋ ବାବା ବୋଧେ ଏତେଥର କହିନଥିବେ | ମୋ ଜେଜେମା କହେ ଏ ଦୁନିଆରେ ସ୍ୱାର୍ଥ ହାସଲ ପାଇଁ ହିଁ ଅନେକ ସ୍ନେହ ଶ୍ରଦ୍ଧା ମିଳେ |
ତାପରଦିନ ସକାଳୁ ମୁଁ ପୁଣି ଆମ ଘର ଝିଅ, ଘର କୁ ଆସିଲା ପରେ ଜାଣିଲି ମୋ ସ୍ୱାମୀ ଯୋଉ ଝିଅ ପାଇଁ ହତାଦର କରିଛନ୍ତି ସେ ସୀମା….


ଘର ଲୋକ ବାରବାର କହିଲେ ଥାନା କୁ ଯାଇ ଗୋଟେ କେଶ ଦେଇଦେବାକୁ , ମୁଁ କିନ୍ତୁ ସଫା ମନା କଲି, ଏକଥା କୁ ନେଇ ଘରେ ଅନେକ ଦିନ ଧରି ଝଗଡା ଲାଗି ରହିଲା, ବାପା ବି କହିଲେ ଝିଅ ବଡ ହୋଇଗଲାଣି ସେ ଆଉ ଆମ କଥା ମାନିବନି, ଆମେ ଯେତକି ବିଶ୍ୱାସ ରଖିଲେ ତାର ଫଳ ପାଇଲେ…..
ଏସବୁ କଥା କେସ କରିବାକୁ ରାଜିନାହେବାରୁ ଶୁଣିବାକୁ ପଡୁଥିଲା | ସେ ଯାହା ହେଉ ମା ଆସି କହିଲା ତୁ ଗୋଟେ ପୁଅ ପସନ୍ଦ କର ତା ସହ ଆମେ ତୋର ବାହାଘର କରେଇଦେବୁ , ଏମିତି ରେ ସୀମା ବି କହୁଥିଲା ତୁ ଗୋଟେ କାହାକୁ ପସନ୍ଦ କରୁଥିଲୁ ବୋଲି | ମୁଁ ଚୂପଚାପ ସବୁ ଶୁଣୁଥିଲି ଆଉ ହସୁଥିଲି ହାତରେ ଫୋନ ଧରି ରିତିକ କୁ କଲ କଲି | ମୁଁ କିଛି କହିବା ପୂର୍ବରୁ ସେ ଆରମ୍ଭ କଲା ଆରେ ମୁଁ ତୋତେ ଏବେ ଫୋନ କରିଥାନ୍ତି, ମୋ ଉଠରେ ଟିକେ ହସ କୁହୁଳୁ ଥିଲା ପୁଣି କହିଲା ତୁ ତ ବାହାହେଲୁ ମୋତେ କହିଲୁନି, ହେଲେ ଶୁଣ ମୋର ନିର୍ବନ୍ଧ ସରିଛି ବାହାଘର ଏଇ 25 ରେ ତୁ ଆସିବୁ ଆଛା ତୁ କାଇଁ ଫୋନ କଲୁ ଏତେ ଦିନ ପରେ , ଆରେ congrats କହିବା ପାଇଁ ବେ କହି ଜୋରେ ହସିଲି…..
ଫୋନ ରଖି ମା କୁ ଯାଇ କହିଲି ମୁଁ ବାହା ହେବାକୁ ଚାହୁଁନି, ମା କିଛି କହିବା ପୂର୍ବରୁ ଭାଉଜ କହିଲେ ଚାହୁଁନ ମାନେ କଣ ଆମ ପାଖରେ ସବୁବେଳେ ରହିବ, ଆରେ ଝିଅ ଜନମ ପରଘରକୁ | ଅବଶ୍ୟ ମୁଁ ଭାଉଜ ଙ୍କ କଥା ବୁଝୁଥିଲି ତଥାପି ହସି ଦେଇ କହିଲି ମୁଁ ତ ମଜାକ କରୁଥିଲି | ମା, ବାବା ଙ୍କୁ କହ ଗୋଟେ ପୁଅ ଦେଖିବେ ମୁଁ ପାରିବିନି ସେ କାମ |
ଏବେ ଖାଲି ଅପେକ୍ଷା ଆଉ କେତେଦୂର ମୁଁ ଏମିତି ଏକା ଚାଲିପାରିବି……….

ଲକ୍ଷ୍ମୀପ୍ରିୟା ମହାନ୍ତି
ଜଗତସିଂହପୁର, ଓଡ଼ିଶା

 388 total views,  1 views today

One thought on “*ଏକାନ୍ତରେ ମୁଁ–ଲକ୍ଷ୍ମୀପ୍ରିୟା ମହାନ୍ତି*

Leave a Reply

Your email address will not be published. Required fields are marked *