ଆସ_ଭାଷାପାଇଁ _ନେବା_ଶପଥ

ଜନନୀ ଜଠରୁ ଭୂମିଷ୍ଟ ହୋଇଲି
କୁଆଁ କୁଆଁ ରାଵ ବୋଲି,
ଯେଉଁ ଭୂମି ପରେ ଜନମ ଲଭିଲି
ମାତୃଭୂମି ପରତିଲି ।
ମାତୃଭୂମି ପରେ ଶଶିକଳା ପରି
ଶ୍ରୀ ବୃଦ୍ଧି ମୋହର ଘଟି,
ମାଆ ମାଆ କହି ଖୋଲିଥିଲା ପାଟି
ଆନନ୍ଦରେ ଗଲି ନାଚି ।
କେତେ କେତେ ଭଙ୍ଗି ପ୍ରକାଶ ହେଲା
ଭାବ ବିନିମୟ କରି,
ବିତାଇ ଥିଲେ କେତେ କେତେ ଯୁଗ
ଆମପୂର୍ବ ନରନାରୀ ।
ଗଛ କୋରଡ଼ରେ ବାସଥିଲା ତାଙ୍କ
ଫଳମୂଳ ଥିଲା ଆହାର,
ଜୀବନ ଯୁଦ୍ଧ ସଂଗ୍ରାମ କରିବା ପାଇଁ
ଅସ୍ତ୍ର ଥିଲା ପଥରର ।
ମାତୃଭୂମି ମାତୃଭାଷା ମମତା ତାଙ୍କର
ଥିଲା ଅତିବ ପ୍ରଗାଢ ,
ଲେଖି ଚାଲିଲେ କେତେ କେତେ ଗାଥା
ନିମ୍ବ ପୋତିଲେ ଦୃଢ ।
ଉତ୍ଥାନରୁ ଉଡ୍ର ଉତ୍କଳ କିର୍ତ୍ତିରୁ କଳିଙ୍ଗର
ଧୂଜା ଉଡ଼ାଇଲେ ସବୁରି,
ମାତୃଭୂମି ମାତୃଭାଷା ବୀରଗାଥା କିର୍ତ୍ତି
ରଚିଗଲେ ଅସୁମାରି ।
ଆଜିର ଦିନରେ ପଡେ ବେଶି ମନେ
କାହିଁ ଗଲା ଏ ଶୌର୍ଯ୍ୟ,
ଅନ୍ୟଭାଷା କିର୍ତ୍ତି ମଧ୍ୟେ ଯାଉଅଛି ରୁନ୍ଧି
ଆମ ମାତୃଭାଷା ଐଶ୍ଚର୍ଯ୍ୟ ।
କରହେ ଶପଥ ଆହେ ଉତ୍କଳ ଅପତ୍ୟ
ଜାତି ଭାଷା ଟେକ ପାଇଁ,
କିଛି କରିଯାଅ ବିନା ଅନୁ ଶୋଚନାରେ
ଆମ ମାତୃଭୂମି ମୁହଁକୁ ଚାହିଁ ।

———–( #ସମାପ୍ତ )———–

ଦୀନବନ୍ଧୁ ବେଜ , #ବାଷଠୀ , #ବାସୁଦେବପୁର
ଭଦ୍ରକ, ଭ୍ରାମ୍ୟଭାଷ:-୭୬୮୩୯୨୦୨୨୧

 140 total views,  2 views today

One thought on “ଆସ ଭାଷାପାଇଁ ନେବା ଶପଥ — ଦୀନବନ୍ଧୁ_ବେଜ”

Leave a Reply

Your email address will not be published. Required fields are marked *