” ମୋ ଭାବନା ”
ମନ ଅଟେ ଏକ ଚମତ୍କାର ଜାଗା
ଭାବନା ଯହିଁରୁ ସୃଷ୍ଟି
କିଏ କହେ ଏହା ଭାରି ସୁନ୍ଦର
କାହା ପାଇଁ ଲୁହର ବୃଷ୍ଟି ।।
ଏହି ଭାବନାର ଅର୍ଥ କେବେ ପ୍ରେମ
କେବେ ଫୁଣି ପ୍ରତାରଣା
ତଥାପି ମଣିଷ ଭାବୁଛି ଭାବିବ
ସବୁ ଜାଣି ସେ ଅଜଣା ।।
ଏହି ଭାବନା ଯେ ଗଢ଼ି ତୋଳି ପାରେ
କେତେ ନୂଆ ସବୁ ଜିମା
ଫୁଣି କେତେବେଳେ ନଷ୍ଟ କରିଦିଏ
ଅସୀମା ଗର୍ବ ଗାରିମା ।।
ଭାବନା ଅଟଇ ଅନ୍ଧର ଲଉଡ଼ି
ଅକୁହା ମନର ବ୍ୟଥା
ଚାଲ ଏହି ସାଥେ ଲଙ୍ଘିଯିବା ଆମେ
ବନ୍ଧୁର ଦୁର୍ଗମ ରାସ୍ତା ।।
———-୦———-
ଅଭିମନ୍ୟୁ ପ୍ରଧାନ
ବଡ଼ଚଣା, ଯାଜପୁର
267 total views, 1 views today