“ସତ୍ୟ ପାଇଁ ପଦେ “
🙏🏻🙏🏻🙏🏻🙏🏻🙏🏻🙏🏻
ସତ୍ୟରୁ ଆନନ୍ଦ ଜନମେ ପ୍ରାଣରେ
ସତ୍ୟପରା ମୁକ୍ତିପଥ,
ମିଥ୍ୟାରୁ ବିଷାଦ ସୃଷ୍ଟିହୁଏ ମନେ
ବନ୍ଧନର ମହାଭୃତ୍ୟ l
ସତ୍ୟରୁ ଆସଇ ଦିବ୍ୟ ଚିନ୍ତାଧାରା
ମୋହ,ମାୟାଲାଗେ ତୁଚ୍ଛ,
ଚିହ୍ନିପାରେ ନିଜେ ନିଜକୁ ଜୀବନେ
ସବୁଲାଗେ ମିଛ ମିଛ l
ସତ୍ୟ ଚିରନ୍ତନ ଚିନ୍ମୟ ପବିତ୍ର
ନାହିଁତାର ଅବକ୍ଷୟ,,
ଲିଭିଯାଏ ଯିଏ କ୍ଷୟଯାର ସ୍ଥିତି
ମିଥ୍ୟା ତାର ପରିଚୟ l
ସତ୍ୟ ହିଁ ଈଶ୍ୱର ଈଶ୍ୱର ହିଁ ସତ୍ୟ
ସୁରୁଜ ଶଶାଙ୍କ ସତ,
ଗ୍ରହ ଓ ନକ୍ଷତ୍ର ସତ୍ୟର ଆଧାର
ଉଇଁ ଆସୁଥାନ୍ତି ନିତ୍ୟ l
ପ୍ରେମ ଚିରନ୍ତନ ଆତ୍ମାର ନିଳୟେ
ହୋଇଥାଏ ଉପବିଷ୍ଟ,
ମାଗେନାହିଁ କେବେ ସ୍ୱାର୍ଥର ପାଉଣା
ତ୍ୟାଗରେ ମହତ ସେତ l
ଜୀବନ ଅଳିକ ପୁଣି ସେ କ୍ଷଣିକ
ହୋଇଯାଏ ମହନୀୟ,
ସତ୍ୟପଥେ ବ୍ରତୀ ଦିବସ ରଜନୀ
କର୍ମହେଲେ ସତ୍ୟମୟ l
ମିଥ୍ୟା,ପ୍ରବଞ୍ଚନା ଲୋଭର ଲାଞ୍ଚନା
କାମନାର ଯଉଘରେ,
ଅସତ୍ୟ କେବଳ ବାସ କରିଥାଏ
ସତ୍ୟନାହିଁ ସେଇଠାରେ l
ସତ୍ୟରେ ବିଶ୍ୱାସ କଷ୍ଟ ସହିଷ୍ଣୁତା
ଧର୍ଯ୍ୟ,କ୍ଷମା ରହିଥାଏ,
ତ୍ୟାଗ,ତିତିକ୍ଷାର ଅନ୍ତଃ ଘଟାଇ
ସତ୍ୟଦିନେ ଉଭାହୁଏ l
ପିୟୁଷର ଧାରା ସତ୍ୟରୁ ଜନମି
ଜୀବନକୁ କରେ ଧନ୍ୟ,
ବିଶ୍ୱପିତା ଖୁସି, ଜୀବନ ସାର୍ଥକ
ନର ଅର୍ଜେ ବହୁପୁଣ୍ୟ l
🌻🌻🌻🌻🌻🌻
ସୁଜାତା ରାଉତ