🙏ଛନ୍ଦା ଚରଣରେ ବନ୍ଧା ଏ ପରାଣ🙏
***************
ଗୋପୀ ପ୍ରାଣ ଧନ ହେ ଛନ୍ଦା ଚରଣ
ତୋ’ ପାଦେ ଗଲି ଶରଣ,
ପିତାମ୍ବର ପିନ୍ଧା ଭକ୍ତି ରସେ ବନ୍ଧା
ଆହେ ପ୍ରଭୁ ନାରାୟଣ l
କର୍ଣ୍ଣ ଶୁଣୁ ମୋର ବଇଁଶୀର ସ୍ୱର
ହୃଦୟରେ ଗୁଞ୍ଜରଣ,
ଆହେ ବାସୁଦେବ କେଶବ ମାଧବ
ଅଧମ କରେ ଜଣାଣ l
ଜଗତର ଗୁରୁ ଆହେ ମହାମେରୁ
ଗୁହାରି ମୋହର ଶୁଣ,
ହେ ରାଧିକାପ୍ରିୟ ହୁଅହେ ସହାୟ
ଧନ୍ୟ ତୁମ ବଡ଼ ପଣ l
ଦେବକୀ ନନ୍ଦନ ଶ୍ରୀବତ୍ସଲାଞ୍ଚନ
ପାପୀଙ୍କୁ କର ତାରଣ,
ତୋ’ର ନାମ ଗାଇ ରୂପ ତୋର ଧ୍ୟାୟୀ
ଯାଉ ଏ ପାପ ପରାଣ l
ନାହିଁ ମୋର ଜ୍ଞାନ କଳୁଷିତ ମନ
ନନ୍ଦନନ୍ଦନ ଶରଣ,
ତୋର ନାମ ସ୍ମରି ଦିନ ଯାଉ ସରି
ମନ ମୋ କରିଛି ଟାଣ l
##############
ପ୍ରଶାନ୍ତ କୁମାର ଶତପଥୀ
ଛତ୍ରପୁର, ଗଞ୍ଜାମ