*ବିଜୟା ଦଶମୀ*
**********
ନୀହାରିକା ପଣ୍ଡା
••••••
ଆଶ୍ୱିନ ମାସର ଶୁକ୍ଳ ପ୍ରତିପଦା
ନବରାତ୍ର ଶୁଭାରମ୍ଭ
ନବ ଦୁର୍ଗାଙ୍କର ନବରୂପ ସୃଜେ
ଜଗତ ଜୀବନେ ଶୁଭ।
ନବଦୁର୍ଗା ନାମ ତୁଣ୍ଡେ ଉଚ୍ଚାରିଣ
ପୂଜାର୍ଚ୍ଚନା ନବରାତ୍ରୀ
ନବରାତ୍ରୀ ପରେ ବିଜୟା ଦଶମୀ
ଦଶହରା ସିଦ୍ଧିଦାତ୍ରୀ।
ପୁରପଲ୍ଲୀ ସର୍ବ ଉତ୍ସବମୁଖର
ମଣ୍ଡପେ ମୃଣ୍ମୟ ମୂର୍ତ୍ତି
ଆଶ୍ୱିନ ଆଶିଷ ଆଶ୍ଳେଷ ବେଭାରେ
ଭକ୍ତ ବାଞ୍ଛା ପରିପୂର୍ତ୍ତି।
ଜୟ ଦୁର୍ଗାଦେବୀ ଦୁର୍ଗତିନାଶିନୀ
ଦଶଭୁଜା ଦଶା ହର
ବିଜୟା ଦଶମୀ ବିଜୟର ଟେକ
ସଂକଟମୋଚନ ଭାର।
ମନଦୀପ ଜାଳି ବାଢେ ଶ୍ରଦ୍ଧାଞ୍ଜଳି
ଘେନା କର ମାତ ତୁମେ
ନଜାଣଇ ମନ୍ତ୍ର ନଜାଣଇ ବିଧି
ଭକ୍ତ ପ୍ରାଣଧାରେ ନମେ।
ଶକ୍ତିସ୍ୱରୁପିଣୀ ସୃଷ୍ଟିର ସୁରକ୍ଷା
କେବଳ ତୁମରି ହାତେ
ସ୍ଥାବରୁ ଜଙ୍ଗମ କୀଟରୁ ପତଙ୍ଗ
ପାଳନ ପୋଷଣ ପ୍ରୀତେ।
ଅଭୟ ମୁଦ୍ରାରେ ଅସୀମ ସାଧନା
ଜାଗୃତିରେ ଜଗଦମ୍ବା
ହସ୍ତରେ ଖର୍ପର ଖଣ୍ଡାର ଧାରଣ
ମନ୍ଦାର ,ସିନ୍ଦୁରେ ଶୋଭା।
ଧରାପୃଷ୍ଠେ ଶାନ୍ତି ଫେରାଇ ଆଣ ମା’
ସିଂହର ପୃଷ୍ଠରେ ବସି
ନମସ୍ତେ ମା’ କାତ୍ୟାୟିନୀ ମାହେଶ୍ୱରୀ
ଭରିଦିଅ ହସଖୁସି।
ରାବଣକୁ ବଦ୍ଧ କରିବା ନିମନ୍ତେ
ଶ୍ରୀରାମ କରିଲେ ପୂଜା
ବିଜୟା ଦଶମୀ ବିଜୟ ବାରତା
ମାତା ଦୁର୍ଗା ଧ୍ୟାନ ଧ୍ୱଜା।
**********
ନୀହାରିକା ପଣ୍ଡା