ବାପା କହିଛନ୍ତି ମୋତେ
ଦୁଷ୍ଟଜନ ସଙ୍ଗେ ଜମ୍ମା ମିଶିବୁନି
ଧୂଳି ମିଶେଇବେ ଭାତେ
ନିଜେ ଖାଇବେନି ତତେ ବି ଦେବେନି
ଢାଳିବେ ସେ ଚୁଲିଗାତେ ।
ମାଦକ ଦ୍ରବ୍ୟକୁ କେବେ ଛୁଇଁବୁନି
ଯେତେ ଯାଚୁ ଯିଏ ତତେ
ନିଜେ ପେଟେ ପିଇ ମାତାଲ ଉପାଧି
ଧରେଇ ଦେବେ ତୋ ହାତେ।
କୁଜିନେତା ସଙ୍ଗେ ଭାବ କରିବୁନି
ପିଠି ଥାପୁଡ଼ନ୍ତୁ ଯେତେ
ରାଣ ପକେଇ କି ଭୋଅଟୋ ମାଗିବେ
ଯେମିତି ନିଜର ସତେ ।
ଗୁରୁଜନ ଦେଖି ମୁଣ୍ଡିଆ ମାରିବୁ
ଆଶିଷ ମିଳିବ ତତେ
ତାଙ୍କ ଆଶିଷରେ ଦୁନିଆଁ ଜିତିବୁ
ବାପା କହିଛନ୍ତି ମୋତେ।
ଜିତେନ୍ଦ୍ର ଗିରି
ରୁପ୍ସା
ବାଲେଶ୍ୱର।
318 total views, 1 views today
ବହୁତ ସୁନ୍ଦର ଭାବରେ ବାପାଙ୍କ ଉପଦେଶଟିକୁ ବାଢିଛନ୍ତି।ଖୁବ ଉଚ୍ଚକୋଟୀର ଶବ୍ଦ ସରଞ୍ଜନା।
ଅଜସ୍ର ଧନ୍ୟବାଦ ତପୁ
ବାପା ସୁନ୍ଦର ଉପଦେଶ ଦେଇଛନ୍ତି ଆପଣଙ୍କୁ
ବହୁତ ଭଲ ଲାଗିଲା
ଅଜସ୍ର ଧନ୍ୟବାଦ ଶୁଭ।ଜୟ ଜଗନ୍ନାଥ।
ବହୁତ ସୁନ୍ଦର sir
ଅଜସ୍ର ଧନ୍ୟବାଦ ସ୍ନେହୀ
କେଉଁ ଶବ୍ଦ ଯୋଡି ପ୍ରଶଂସା କରିବି ଆଜ୍ଞା ମୁଁ ନିମିଷେ ମାତ୍ର ବାସ୍ ଏତିକି କହିବି ଆପଣଙ୍କ କଲମ ଓ ଆପଣଙ୍କ ସେ ନିତିଦିନିଆ ର
ସାଥି ଡାଏରି କୁ ମୁଁ ଚିହ୍ନି ସାରାଲିଣି ସେଥିରେ କିଛି ଭୁଲ୍ ଲେଖା ନଥିବ,ଆଉ ଆପଣଙ୍କ କଲମ ଆପଣଙ୍କ ଭାବନାକୁ ଠିକ୍ ଲେଖିଥିବା। ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି ଆଜ୍ଞା
ହେ ମୋର ପ୍ରିୟ ସ୍ରଷ୍ଟା ମୁଁ ଅଭିଭୂତ ହେଲି ତୁମର ଏହି ମତାମତ ରେ ଅଜସ୍ର ସାଧୁବାଦ ତୁମକୁ। ଜୟ ଜଗନ୍ନାଥ ।