April 25, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ରେଣୁ ଅପା(ପ୍ରଥମ ଭାଗ)–ମମତା ଶତପଥୀ*

➖➖ରେଣୁଅପା➖➖
(ପ୍ରଥମ ଭାଗ)
(ଧାରାବାହିକ ଉପନ୍ୟାସ)
🖌️🖌️🖌️🖌️🖌️🖌️
ରେଣୁ ଫଟାକପାଳୀ।ଜନ୍ମ ରୁ ମାଛେଉଣ୍ଡ।ବାପା ମଦୁଆ।ଏଇ ଫଗୁଣରେ ରେଣୁକୁ ଷୋହଳ ଛୁଇଁଲା।ସେ ଏବେ ଢଳ ଢଳ ଦରଫୁଟା କଳୀ୍।ଯାହାକୁ ଗାଁ ଲୋକେ ସାଇ ମାଇପେ ‘ଘଇତା ଖାଇ’ କହି ନିନ୍ଦା ଅପବାଦ ଦିଅନ୍ତି, ସେହି ଜେଜେମାର ତତ୍ତ୍ବାବଧାନରେ ରେଣୁ ଉତିଆଣି ଛୁଆରୁ ଷୋହଳ ବର୍ଷର କିଶୋରୀ।ରେଣୁର ବାପା ରବି ମାତ୍ର ବର୍ଷକର ହୋଇଥିଲା ବେଳେ ତା ବାପା ଅର୍ଥାତ୍ ରେଣୁର ଜେଜେ ବଜ୍ରପାତରେ ପରପାରିକୁ ଚାଲିଯାଇଥିଲେ।କଞ୍ଚା ବୟସରୁ ରେଣୁର ଜେଜେମା ସୁଖ ସୋହାଗ ଭୁଲିଗଲା।ବୟସର ଦାବିକୁ ବେଖାତିର କଲା।ଦ୍ୱିତୀୟ ବିବାହ କଲା ନାହିଁ।ଦୋଚାରୁଣୀ ହୋଇ ବିପଥଗାମୀ ହେଲା ନାହିଁ।ପରଘରେ ମୂଲ ଲାଗି ରବିକୁ ବଡ କଲା ହାତକୁ ଦିହାତ କଲା।
ସର୍ବସୁଲକ୍ଷଣୀ ସୁନାନାକି ସୁନ୍ଦରୀ ବୋହୂଟିଏ ପାଇ ତା’ ଗୋଡ ଖୁସିରେ ତଳେ ଲାଗୁନଥିଲା।କିନ୍ତୁ ତା ହସଖୁସି ଭରା ସଂସାରରେ କାହାର ନଜର ଲାଗିଗଲା।ନାତୁଣୀ ରେଣୁର ଅନ୍ତୁଡି ନିଆଁ ନଲିଭୁଣୁ ତା ବୋହୁର ଜୁଇ ନିଆଁ ଜଳିଲା।ସାବତମା ଆସିଲେ ଫଟାକପାଳୀ ରେଣୁର ଦୁଃଖ କୁଲାକୁଣ୍ଢେଇରେ ରହିବନି।ତେଣୁ ରବି ଦ୍ୱିତୀୟ ବିବାହ କଲାନାହିଁ ସିନା ମଦକୁ ନିଜର ଘନିଷ୍ଠ ସାଥୀ କରିଦେଲା।
ଏଇ ଦୁଃଖ କଷ୍ଟର ସଂସାରରେ ଜେଜେମାର ସାହାରାରେ ରେଣୁ ବଡ ହେଲା।ସେ ଯେତେ ଯେତେ ବଡ ହେଉଥିଲା ଜେଜେମାର ସ୍ନେହ ଶ୍ରଦ୍ଧା ଵଢିବା ସହିତ କାଇଦା କଟକଣା ମଧ୍ୟ କଠୋର ହେଉଥିଲା।ରେଣୁ ବେଫାଇଦା ହେବାର କୌଣସି ସମ୍ଭାବନା ନଥିଲା।ମନଦେଇ ପାଠ ପଢୁଥିଲା।ମାଟ୍ରିକ ପରୀକ୍ଷାରେ ତାଙ୍କ ଜିଲ୍ଲାର ଟପ୍ପର ହେଲା ରେଣୁ।ତାକୁ କଲେଜରେ ପଢାଇବା ପାଇଁ ବହୁତ ସାହାଯ୍ୟ ସହଯୋଗର ହାତ ଲମ୍ବି ଆସିଲା।ସାହାଯ୍ୟ କରିବାକୁ ଚାହୁଁଥିବା ବ୍ୟକ୍ତି ମାନେ କିନ୍ତୁ ନିଜ ନିଜ ତତ୍ତ୍ବାବଧାନରେ ରଖିଥିବା କଲେଜରେ ରେଣୁକୁ ପଢାଇବାକୁ ଚାହିଁଲେ।
ପିଲାଦିନୁ ଜେଜେମାର ପାଖ ଛାଡିନଥିବା ରେଣୁ ଏ ପ୍ରସ୍ତାବରେ ରାଜି ହେବା ପ୍ରଶ୍ନ ଉଠୁନଥିଲା।ଫଳତଃ ସେ ତାଙ୍କ ଗାଁ କଲେଜରେ ଯୁକ୍ତ ଦୁଇ ବିଞ୍ଜାନ ପଢିଲା।ପଢା ଖର୍ଚ୍ଚ ତୁଲାଇବା ପାଇଁ ଛୋଟ ପିଲାମାନଙ୍କୁ ଟିଉସନ କଲା।ସେହି ଛୋଟ ପିଲାମାନେ ଆଦରରେ ରେଣୁକୁ ରେଣୁ ଦିଦି ବା ରେଣୁ ଅପା ବୋଲି ଡାକିଲେ।ରେଣୁ କାହାଘରକୁ ପଢାଇବାକୁ ଯାଏନାହିଁ।ପିଲାମାନଙ୍କର ବାପା, ଦାଦା ବା ଭାଇମାନେ ସେମାନଙ୍କ ପିଲାଙ୍କୁ ରେଣୁ ଘରେ ଛାଡି ଦିଅନ୍ତି ଓ ଟିଉସନ୍ ସରିଲା ପରେ ନେଇଯାଆନ୍ତି।
ବାସ୍ ଏମିତି ଚାଲିଥିଲା।ସେଦିନ କିନ୍ତୁ ସବୁଦିନ ଠାରୁ ଅଲଗା କିଛି ଘଟିଗଲା।ଜେଜେମା ପଡୋଶୀ ଘରକୁ ଯାଇଥାଏ।ବାପା ମଦଖଟିରେ।ଟିଉସନ୍ ସରିଲା ପରେ ରେଣୁ କବାଟ ଖୋଲି ପିଲା ମାନଙ୍କୁ ବିଦା କରୁଥାଏ।ହଠାତ୍ କାହାର ଫିସ୍ ଫିସ୍ କଥା—-” ଇଏ ତୋ ଦିଦି।ବାଃ ଭାରି ସୁନ୍ଦରୀ,ତ ! ”
ଚମକି ପଡି ରେଣୁ ଚାହିଁ ଦେଲା।ସୁନ୍ଦର ସୁଦର୍ଶନ ଯୁବକ।ପ୍ରଥମ ଥର ପାଇଁ ରେଣୁ ତାଙ୍କୁ ଦେଖିଲା।ସବୁ ପିଲାମାନଙ୍କ ଅଭିଭାବକ ମାନଙ୍କୁ ରେଣୁ ଜାଣିଥିଲା।ଦେଖିଥିଲା।ଏ ଯୁବକ ଜଣକ କିନ୍ତୁ ସେମାନଙ୍କ ମଧ୍ୟରୁ କେହିନଥିଲେ।ବୋଧହୁଏ ବନ୍ଧୁ ଘରକୁ ଆସି ଥାଇପାରନ୍ତି।ତାଙ୍କୁ ଦେଖୁ ଦେଖୁ ରେଣୁର ହୃଦୟ ଅନ୍ୟ କିଛି କହିଲା।ନୂଆ ଗୋଟା ଭାବନା ତାକୁ କବଳିତ କଲା।ଅଙ୍ଗେ ଅଙ୍ଗେ ଶିହରଣ ଖେଳିଗଲା।ସେ ଯୁବକଙ୍କ ଆଖିଉପରୁ ନିଜ ଆଖିକୁ ରେଣୁ ଊଠାଇପାରୁନଥିଲା।ପ୍ରଥମ ଥର ପାଇଁ ଅଲଗା ଏକ ଆକର୍ଷଣ ତା’ର ମନ ହୃଦୟକୁ ଚହଲାଇ ଦେଲା।
ଏତିକି ବେଳେ ଆମ୍ବ ଗଛ ଗହଳିରେ କୋଉଠି ଥିଲା ସେ ଦୁଷ୍ଟ କୋଇଲିଟା “କୁ -ଉ–କୁଉ—କୁଉ-ଉ -ଉ” ଡାକିଦେଲା।
ଓଃ ରେଣୁ ନିଜକୁ ସମ୍ଭାଳି ପାରୁନଥିଲା।ଜେଜେମାର ପାଟି ଶୁଭିଲା —“ମୋ ରାଣୀ ମା ଆଜିର ପାଠପଢା ସରିଲା,ତ”
ଚମକି ପଡି ରେଣୁ କବାଟ ଛାଡି ଭିତରକୁ ଗଲା।(କ୍ରମଶଃ)

ମମତା ଶତପଥୀ
କେନ୍ଦ୍ରାପଡା

Loading

Leave a Reply

Your email address will not be published. Required fields are marked *