◆◆ *କଳୁଷିତ* ◆◆
ରାତି ଅନ୍ଧକାର ଭେଦି
ଆଜି ଏ କେଉଁ ନୀରବତା!
ଯେଉଁଠି ପ୍ରଶ୍ନ ପରେ ପ୍ରଶ୍ନ
ଆଉ ଉତ୍ତର ମୋ ପ୍ରତିଧ୍ବନିତ ସ୍ୱର,
ସ୍ୱାର୍ଥପର ମିଥ୍ୟାବାଦୀର ରଣ ହୁଙ୍କାର
ମାଗେ ଆଜି ଉତ୍ତର..
କିଏ ଦେଲା ପ୍ରତାରଣା.!!
କିଏ ସହିଲା ଅଘୋଷିତ ଯନ୍ତ୍ରଣା..!!
ସେଦିନ ସୂର୍ଯ୍ୟର ଲେଉଟାଣି ବେଳ
ଜହ୍ନ ଦେହରେ ଲଗାଇ ଦାଗ
ମୁଁ ଆଜି ଏ କେଉଁ ଦଣ୍ଡର ହୁଏ ଶିକାର!!
କଳଙ୍କିତ ଆଜି ମୋ ପୌରୁଷର ଚରିତ୍ର..
ଏକ ପତ୍ନୀବ୍ରତା ହେବାର ମୋ ଲକ୍ଷ
ଲାଗେ ଆଜି ମତେ ପଙ୍କୁଆ ପଙ୍କ,
ମୁଁ କଳୁଷିତ କଳଙ୍କିତ ତୁମ ଭୋକର ଭିକ
ପ୍ରତାରିତ ଲୁଣ୍ଠିତ ମୁଁ ବି’ ଏକ ପୁରୁଷ,
ବୁଝେ କିଏ ଏ ପ୍ରତାରଣାର ଜ୍ୱାଳା
ନା ମୁଁ ବି ସହଜେ ବୁଝାଇ ପାରେ!!
ଯିଏ ଶୁଣେ ବାସ୍ ଏତିକି କହେ,
“ତୁ ପରା ପୁରୁଷ! କେବେ ନୁହେଁ କଳୁଷ”।।
*@ଅମିତ୍ କୁମାର୍ ସାହୁ*
_ଧକୋଠା,ଆନନ୍ଦପୁର, କେଓଁଝର,758015_
~7008872788~