ଦରଖାସ୍ତ
ଲୀଳାମୟ ପ୍ରଭୁ ଜଗତ ଠାକୁର
ଜୟ ହେ ଜଗବନ୍ଦନ,
ଅଧାହାତ ଗୋଡ଼ ଦେଖୁଛି ଜଗତ
ବୋଲାଅ ଚତୁର୍ଭୁଜ ନାମ।
ଭାବରେ ବନ୍ଧା ହେ ଭାବ ବିନୋଦିଆ
ଭାବରେ ଅଛ ତ ରହି,
ଅଭାବୀ ମନର ମରମ ବେଦନା
ତୁମେ ଯେ ବୁଝିବ କାହିଁ।
ଜଗତକୁ ଭଲ ଭାବେ ଦେଖିବାକୁ
ଅପଲକ ନେତ୍ର କଲ,
ସବୁ ଦେଖି ପୁଣି ଅପେକ୍ଷା କରୁଛ
ଦରଖାସ୍ତ ଆସୁ ଭଲ।
ଦରଖାସ୍ତ ଗଲେ ବିଚାର କରିବା
ଏକଥା ଶିଖିଛ ତୁମେ,
କେ ଜନର ଦୁଃଖ ଦେଖିଲେ ନେତ୍ରରେ
ସହି ପାରୁନାହୁଁ ଆମେ।
କରି ପାରୁନାହୁଁ ବୋଲି କିଛି ପ୍ରଭୁ
ନୀରବ ରହି ନପାରୁ,
ଇତଃସ୍ତତ ହୋଇ ସମାଧାନ ଖୋଜୁ
ତୁମକୁ ପ୍ରଣାମ କରୁ।
ନମସ୍କାର ଘେନାକର ମହାପ୍ରଭୁ
ଜଗତର ଦୁଃଖ ହର,
ଦୁଃଖକଥା ନେଇ ଆବେଦନ କରେ
କଥା ମୋ ଗ୍ରହଣ କର।
ଅନିତା ବେହେରା
କଟକ
579 total views, 2 views today