*ସୁମନ*
ଡ.ପ୍ରିୟମ୍ବଦା ସାମଲ
ତରୁରେ ଲତାରେ ଶୋଭା ସୌନ୍ଦର୍ଯ୍ଯରେ
ସୁରଭିର ସୁକମ୍ପନ
ରଙ୍ଗବେରଙ୍ଗର ଲୋଟଣି ପାରା ସେ
ଅପୂର୍ବ ଶୋଭା ସୁମନ।
ପ୍ରକୃତିର ଦାନ ଅଟେ ଅନୁପମ
ଶୋଭାରେ ଶୋଭିତ ଧରା
ସୁମନ ଶୋଭିତ ପ୍ରୀତିମୟ ସୃଷ୍ଟି
ସତେ କି ରଙ୍ଗ ପସରା।
ଦିବାକର ଠାରୁ ସପ୍ତରଙ୍ଗ ନେଇ
ରଙ୍ଗୀନ ହୁଏ କୁସୁମ
ଚାନ୍ଦଠାରୁ ଧବଳତା ବର୍ଣ୍ଣ ନେଇ
ସୁଗନ୍ଧିତ ତନୁମନ।
କବି କଳ୍ପନାରେ ପ୍ରେମିକା ଗଭାରେ
ସକଳ ସୌନ୍ଦର୍ଯ୍ୟ ଭରା
ରୂପ ରଙ୍ଗ ଭରା ନୈବେଦ୍ୟ ପସରା
ପ୍ରଭୁଙ୍କ କରୁଣା ଧାରା।
ଶୋଭା ପାଉଥାଏ ବନେ ଉପବନେ
କରେ ଚଉଦିଗ ତୋରା
ତାର ରୂପରଙ୍ଗ ନାହିଁ ତା ଉପମା
ସତେକି ସରଗ ତାରା।
ଭୁବନେଶ୍ଵର।