ତୁମେ ମୋ ଆଖିର ସତ ସପନ
ହେ ଚକାନୟନ ଦୀନ ଦୁଃଖ ନାଶନ
ତୁମେ ମୋ ଆଖିର ସତ ସପନ ।
ଅଖିଳ ନିଦାନ ରଙ୍କନିଧି ହେ ବିଶ୍ୱମୋହନ
ଗୋପପୁର ମଣି ହେ ଯଶୋଦାର ଧନ ।
ତୁହି ପରା ସତ୍ୟ,ଶିବ,ସୁନ୍ଦର ଜନାର୍ଦ୍ଦନ
କାଇଞ୍ଚମାଳିଆ ହେ ନନ୍ଦ ନନ୍ଦ ନନ୍ଦନ ।
ବ୍ୟାପ୍ତ ଚରାଚାର ହେ ବ୍ରଜ ମୋହନ
ଆଖି ବୁଜିଦେଲେ ତୋ ମୁଖ ଚନ୍ଦ୍ରବଦନ ।
ଓଁକାର ଶବ୍ଦ ଶୁଭିଯାଏ ତୋ ବଂଶୀ ସ୍ଵନ
ସତରେ କାଳିଆ ବଡ଼ ତୋ ମାୟା ବନ୍ଧନ ।
ଚକା ଚକା ଆଖି ତୋର କଳା ବଦନ
ମନ ପୁରିଯାଏ ଦେଖି ତୋ ପତିତପାବନ ।
ଦେବକୀ ନନ୍ଦନ ହେ ମଧୁସୂଦନ
ତୁମେ ମୋ ଆଖିର ସତ ସପନ ।
ସଂଯୁକ୍ତା ସାହୁ
ରାହାମା
ଜଗତସିଂହପୁର ।