ତା କଥା ମନେ ପଡେ
ଦିନସାରା ଖଟି ଖଟି
ସଂଜରେ ଘରକୁ ଫେରିଲେ,
ତା କଥା ମନେ ପଡେ…।।
ବାଟରେ ଯାଉ ଯାଉ
ପାଦରେ କଣ୍ଟାଟିଏ ଫୋଡିଗଲେ,
ତା କଥା ମନେ ପଡେ…।।
ହଷ୍ଟେଲରେ ଶୋଇଲାବେଳେ
ରାତିରେ ନିଦ ନ ଆସିଲେ,
ତା କଥା ମନେ ପଡେ…।।
ବେମାର ସମୟରେ
ଖାଇବା ନ ରୁଚିଲେ,
ତା କଥା ମନେ ପଡେ…।।
କୌଣସି କାମରେ ଭୁଲ କରି
ମାଲିକ ଠାରୁ ଗାଳି ଖାଇଲେ,
ତା କଥା ମନେ ପଡେ…।।
ଅସୁନ୍ଦର ମୁହଁକୁ ଦେଖି
କେହି ମୋତେ ଥଟ୍ଟା କଲେ,
ତା କଥା ମନେ ପଡେ…।।
ପିଲା ଦୁଷ୍ଟାମି କଲାବେଳେ
ତାକୁ ବୁଝାଇ ନପାରିଲେ,
ତା କଥା ମନେ ପଡେ…।।
ସବୁ ଖାଇସାରିବା ପରେ
ଖଟା ଲଗାଇ ଭାତ ଖାଇଲାବେଳେ,
ତା କଥା ମନେ ପଡେ…।।
ଛୁଆ ଦେହ ଖରାପ ହେଲେ
ତା ପାଇଁ ଠାକୁରଙ୍କ ପାଖରେ
ପ୍ରାର୍ଥନା କଲାବେଳେ,
ତା କଥା ମନେ ପଡେ…।।
ଛୁଆ ଭୁଲ କଲେ
ଅନ୍ୟ ପାଖରୁ କଥା ଶୁଣିଲାବେଳେ,
ତା କଥା ମନେ ପଡେ…।।
ହଁ…ମୋର ତା କଥା ମନେ ପଡେ…
ହଁ…ମୋର ମୋ ମାଆ କଥା ମନେ ପଡେ…
ସବୁ ବିପଦ ସମୟରେ ମୋ ମାଆ କଥା ମନେ ପଡେ…।।
✍️ସ୍ନେହାଶିଷ ତ୍ରିପାଠୀ
ବାସୁଦେବପୁର, ଭଦ୍ରକ