🌹ନଈ ପରି ହୁଅନ୍ତେ କି ?🌹
ନଈ କୁଳେ ବସି ନଈକୁ ପଚାରେ
ଏତେ ଖୁସି ତୁ କେମିତି,
ସଦା ସର୍ବଦା ଭାରି ଉଲ୍ଲାସ ମନେ
ବହି ଯାଉ ତୁ ଏମିତି।
ପାପି,ତପି ସର୍ବ ସାଧାରଣ ଙ୍କର
ପାଦକୁ ପଖାଳି ଥାଉ,
ଟିକେ ଗର୍ବ, ଅହଂକାର କରୁ ନାହୁଁ
ସୁଖେ ସବୁ ସହି ଯାଉ।
ମନୁଷ୍ୟ ଜାତୀ କେତେ ଚତୁରତାରେ
ରଙ୍ଗ ବଦଳାଇ ଥାନ୍ତି,
ହୃଦୟକୁ ପରା ପଥର କରିଣ
ଅତି ନିର୍ଦୟ ହୁଅନ୍ତି।
ତୋପରି କେ ଆଉ ନଥିବେ ଲୋ ନଈ
ଏହି ଆମରି ଜଗତେ,
ଶାନ୍ତ ହୃଦେ ଗୀତି ଧିର ସୁଅ ପୁଣି
ଲାଜେଇ ଯାଉତୁ ସତେ।
ଆମରି ସମାଜେ ଛାଡ଼ିଲେ ନୀଜର
ଲାଜ,ଶରମକୁ ପରା,
ବଡ଼,ସାନ,ଗୁରୁ ନମାନିଲେ କେହି
ହେଲେଣି ସବୁ ବାତେରା।
ବୋହୁ ଟିଏ ହୋଇ ଶାଶୁ ବୋଲାଇ ସେ
ଶାଶୁ ମୁଖ ଚୁପ୍ କରେ,
ରୋଷେଇ ଶାଳରେ ଲୁଚି ଖାଇଦିଏ
କାହାକୁ ବି ନପଚାରେ।
ମିଠା କଥା ଶୁଣି ସ୍ବାମୀ ବଶ୍ୟ ହୋଇ
ସ୍ତ୍ରୀକୁ କଲା ଘର ରାଣୀ,
ଦୁହିଁଙ୍କ ଖୁସି ନସରେ!ବାପା,ମାଆ
ଭୋକରେ ପିଅନ୍ତି ପାଣି।
ଉପରି ମନରେ ଶୁହାଗ ଡାକରା
ସାହି ପଡିଶା ଆଗରେ,
କୁହନ୍ତି ବାପ,ମାଆ ମୋର ଦେବତା
ଅଛନ୍ତି ହୃଦ ମନ୍ଦିରେ।
ନଈ ଗୁଣ ପରି ସବୁ ହୁଅନ୍ତେ କି
ସମାଜର ନର,ନାରୀ ?
କୋଉ ବାପା,ମାଆ ଦୁଃଖ ନକରିଣ
ରୁହନ୍ତେ ଖୁସିରେ ଭାରି।
ତପନ କୁମାର ସ୍ୱାଇଁ ✍️
ଗଞ୍ଜାମ, ବୁଗୁଡ଼ା