*ଉତ୍କଳ ଗୌରବ*
————————–
ଉତ୍କଳ ଗୌରବ ହେ ମଧୁସୂଦନ
ଓଡ଼ିଆ ଜାତିର ମାନ
କୋଟି ଓଡ଼ିଆର ହେ ମଉଡମଣୀ
ଓଡ଼ିଆଙ୍କ ସ୍ୱାଭିମାନ ll
ହେ ଦିଗଦର୍ଶକ ଜାତି କର୍ଣ୍ଣ ଧାର
ଉତ୍କଳର ଶ୍ରେଷ୍ଠ ବିନ୍ଧାଣୀ
ଯୁଗେ ଯୁଗେ ତଵ ତ୍ୟାଗ ଭକ୍ତି
ରହୁ ଅମର ତୁମକୁ ସ୍ମରଣି ll
ରଖିବାକୁ ଏ ଜାତି ଗୌରବ
ବିପ୍ଲବେ ଦେଲ ଆହ୍ୱାନ
ହେ ଜାତି ପ୍ରାଣଧନ ଉତ୍କଳ ଛବି
ହେ ସୁଯୋଗ୍ୟ ସନ୍ତାନ ll
ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନେ
ଗଢିଲ ବହୁ ସମ୍ମିଳନୀ
ନିଜ ପ୍ରାଣ ଜାତି ଦିଗେ ଉତ୍ସର୍ଗେ
ଦେଖାଇଲ ତୁମ ମେଲାଣି ll
ହେ ବରପୁତ୍ର ପରମ ପୁରୁଷ
ଘେନ ଆମ ଏ ଶ୍ରଦ୍ଧାଞ୍ଜଳି
ପୁନଃ ଆଗମନ ହୁଅ ଧରା ବକ୍ଷେ
ଓଡ଼ିଆଙ୍କ ଆଜି ଏ ଅଳି ll
*ତ୍ରିନାଥ ପଟ୍ଟନାୟକ*
( *ଅଧ୍ୟାପକ ତଥା କବି*)
*ଗ୍ରାମ : ଶିକ୍ଷକ କଲୋନୀ, ଗାନ୍ଧୀ ନଗର*
*ପୋ:ଜିଲ୍ଲା- କୋରାପୁଟ*
*ମୋ:9438362172*