ଚାଷୀ ପୁଅ ମୁହିଁ (ଶିଶୁ କବିତା)
ଓଡ଼ିଆ ଜାତିର ପୁଅରେ ମାଟିର ମଣିଷ ମୁହିଁ ରେ
ଓଡ଼ିଆ ଜାତିର ମାନରେ ଓଡ଼ିଆ ମାଟିର ଗର୍ଵରେ
ଚାଷୀ ପୁଅ ମୁହିଁ ଭାଇରେ ଚାଷୀ ପୁଅ ମୁହିଁ ଭାଇରେ ।
ଏ ମାଟିରେ ଜନମ ମୋର ଏ ମାଟି ପିତାମାତା ମୋର
ତାହାରି ସେବା ଧର୍ମ ମୋର ସଭିଙ୍କୁ ଯୋଗାଇବି ଆହାର ।
କୋଦାଳ ଧରେ ମୁଁ ହାତରେ ଦାଆ ଥାଏ କେବେ ହାତରେ
ମୁଢ଼ି ମୁଠା ଥାଏ ମୁଣିରେ ଭୋରୁସକାଳୁ ମୁଁ ବାହାରେ
ଦିନ ବିତେ ମୋର କ୍ଷେତରେ ଚାଷୀ ପୁଅ ମୁହିଁ ଭାଇ ରେ……(୨)
ଖରା ବରଷାକୁ ଡର ନାହିଁ ଶୀତ କାକରକୁ ମୋର ଡର ନାହିଁ
ଫସଲ କିପରି ହେବ ବୋଲି ଦିନରାତି ଖୋଟୁ ଥାଏ ମୁହିଁ
ଅତି ଯତନରେ ପାଳେ ମୁହିଁ ଚାଷୀ ପୁଅ ମୁହିଁ ଭାଇ ରେ ।
ପ୍ରକୃତି ଦାଉ ସାଧେ କେବେରେ ମଣିଷ କେବେ ଦାଉ ସାଧେରେ
ପରିଶ୍ରମ ହିଁ ବଳି ପଡେରେ ଋଣ ଥାଏ ମୋ ମୁଣ୍ଡ ଉପରେ
ତଥାପି ଦମ୍ଭର ସହ ଲଢ଼େରେ ଚାଷୀ ପୁଅ ମୁହିଁ ଭାଇରେ…..(୨ )
ଗୌରୀ ବେହେରା, ପାରଳାଖେମୁଣ୍ଡି