Nov
2020
15
ପ୍ରଥମ ଚିଠି – ବାଇରୀ ଦେବୀ
ପ୍ରଥମ ଚିଠି ସଞ୍ଜ ନଇଁ ଆସୁଥାଏ। ଦୂର ସରଗଲଗା ନଡ଼ିଆଗଛର ମଥା ଉପରେ ଦିଗବୁଡା କଳାବଉଦ ଦେହରେ ଜରିଧଡ଼ି ବୁଣିଦେଇ ସୂର୍ଯ୍ୟ ବୁଡି ଯାଉଥାନ୍ତି। ସବୁଦିନ ପରି ମାଆ ଚଉରା ପାଖରେ ସଂଜବତୀ ଜାଳିଦେଇ ଆସି ପିଣ୍ଡାରେ ବସିଲା। ମୋ ମନରେ ବସନ୍ତର ଶିହରଣ ଖେଳେଇଯାଉଥାଏ। ମୋ ମନ ଘର ଧରୁନଥାଏ। ମୁଁ ସୁଯୋଗ ଉଣ୍ଡି ଆମ ଛାତ