🌄”ସଜ ସକାଳ”🌅
ପକେଟ୍ ଖାତାରେ କେବଳ ଗୋଟିଏ ପରେ ଗୋଟିଏ ପ୍ରଶ୍ନ ଲେଖିଛି। କେଉଁ କେଉଁ ପ୍ରଶ୍ନର ଉତ୍ତର ପାଇଛି ହେଲେ.. ଗୋଟିଏ ପ୍ରଶ୍ନ ମୋତେ ଭାରି ଜଟିଳ ଲାଗୁଛି ଉତ୍ତର ଜମା ମିଳୁନି କ’ଣ କରିବି କିଏ ପୁଣି ବୁଝେଇବ ?ଆଉ ଏ ପ୍ରଶ୍ନ କାହାକୁ ବା ପଚାରିବି ??? ସମସ୍ତେ କହିବେ କାଳେ ତପନ ଟା ବାୟା କି ପାଗଳ ହେଇଗଲା ବୋଲି।ହେଲେ ମୋର ପ୍ରଶ୍ନ ମୋର କାହିଁକି ଜନ୍ମ ଓ କାହିଁକି ଆସିଛି ଏ ଧରା ପୃଷ୍ଠକୁ ??? ରାତି ପରେ ଦିନ ସମସ୍ତେ ଜାଣନ୍ତି ହେଲେ ମୋର ଅପେକ୍ଷା ସେଇ ସମୟ ଯେଉଁ ସମୟରେ କେବଳ ଦେହକୁ ଟିକେ ହାଲକା କରି ଅଷ୍ଟାଙ୍ଗ ଶରୀରର ଦୁଇ ଶହ ଛଅ ଖଣ୍ଡ ହାଡ଼ର ଯୋଡକୁ ଆସନ କରି ଓ ବାୟାମ କରି ଟିକେ ଅଳସୁଆ ପଣକୁ ଦୂରେଇବି ଓ ଶରୀରକୁ ଉପଯୁକ୍ତ କରିବି।ସମସ୍ତେ କ’ଣ ଜାଣନ୍ତି ଏ ସମୟର ମୂଲ୍ୟକୁ ? କିଏ ଶାଗୁଆନ ପଟା ପଲଙ୍କ ବା ଆକାଶିଆ ପଟା ଖଟିଆ ତ କିଏ ଜେଜେଙ୍କ ହାତ ବୁଣା ଦୋୖଡିର ଖଟରେ ପୂର୍ବରୁ ଭାନୁ ଉଦିତ ସମୟ ପର୍ଯ୍ୟନ୍ତ ଶୋଇ ରହି ତାଜମହଲର ସ୍ବପ୍ନରେ ଭିଜିଥାଏ ପୁଣି ସ୍ବପ୍ନରେ ପ୍ରେମିକାର ହାତ ଧରି ସତେ ଯେମିତି ସାହାଜାନ୍ ଙ୍କ ଦ୍ଵାରା କାରୁ ଶିଳ୍ପୀକୁ ଦେଖେଉ ଥାଏ।
ହା ହା ହା ….ସତେ କେହି କେହି ଲୋକଙ୍କୁ ଛାଡିଦେଲେ ବାକି ସବୁ ରଜନୀର ପରମାୟୁ ସରିବା ପରେ ପରେ ଦିବାକରର ପ୍ରାରମ୍ଭ ମୁହୂର୍ତ୍ତ ସଜ ସକାଳ ବେଳାକୁ ବୁଝି ପାରନ୍ତି ନାହିଁ। ଟିକେ ଗାଁ ପାହାଡିଆ ଇଲାକା ପାଖ ନିର୍ଝର ଆଡ଼କୁ ଆସି ଦେଖ ମନ,ପ୍ରାଣକୁ ସମର୍ପି ଟିକେ ସଜ ସକାଳ ବେଳାରେ ସୂର୍ଯ୍ୟ ନମସ୍କାର କର ଦେଖିବ ବହୁତ ହାଲୁକା ଲାଗିବ ଓ ମନ,ଦେହ ପାଇଁ ଏକ ପ୍ରକାର ତାକତ (ବଳ) ଯୋଗେଇ ଥାଏ ଏ ସମୟ ସତରେ । ଆରେ କେବଳ ପଢ଼ିବା,ଲେଖିବା,ଓ ଖେଳିବା ଆଉ ଖାଇ ଶୋଇ ଜୀବନ ଅତିବାହିତ କରିବା ନା କ’ଣ ?? ସେତିକିରେ ମୋ ସାଙ୍ଗ ଜୀତେନ୍ଦ୍ର ବୋଲି ମୋତେ ପଚାରିଲା ଆଛା ତୁ କ’ଣ ସକାଳୁ ବ୍ୟାୟାମ କରିବାକୁ ଆସୁଛୁ ? ମୁଁ ହା ହା ହା ହସି କହିଲି ଆସୁନି ତ ତୋତେ କଣ ପାଇଁ ଏ ସବୁ କହୁଛି।ଏ ସଜ ସଜ ସକାଳରେ କେବଳ ମୋର ଗୋଟିଏ ସାଥି ମୋର ବାଇ ସାଇକେଲ ଆଉ ଏ ସାଇକେଲରେ ସବୁ ଦିନ ପାଞ୍ଚ କିଲୋ ମିଟର ଯାଇ ଆସି ଏ ଝରଣା ପାଖରେ ଚଟାଣ ପଥରରେ ପରା ଦୁଇ ଘଣ୍ଟା ବିତାଏ ଭାରି ଭଲ ଲାଗୁଛି ଜିତେନ୍ଦ୍ର।ସତେ ଯେମିତି ଲାଗେ ମୁଁ ମୋର ଘର ଠାରୁ ଆସି ଏକ ଅଲଗା ଦୁନିଆରେ ପହଞ୍ଚି ଯାଇଛି ଆକାଶ ଯେମିତି ସ୍ବଚ୍ଛ ଧଳା ବେଢାଣ ଘୋଡ଼େଇ ହୋଇଛି ଆଉ ଧିରେ ଧିରେ ସୂର୍ଯ୍ୟଙ୍କ ଆଗମନ କିଏ ଯେମିତି ସ୍ନାନ ସାରି ପିନ୍ଧ ବସ୍ତ୍ର ଶୁଖାଇଲା ସ୍ବଚ୍ଛ ଅମ୍ବରେ ପୁଣି ଲୋହିତ ରଙ୍ଗର ବାଃ ବାଃ କି ଚମତ୍କାର ଦୃଶ୍ୟ ସତେ ସେଠାରେ ଲାଗେ କୁଟିର ଟିଏ ତୋଳିବି।ପୁଣି ନାନାଦି ଚଢ଼େଇ ମାନଙ୍କର କିଚିରି,ମିଚିର ଶବ୍ଦର ତାନ ଗୁଞୁଥାଏ କାନେ ମୟୁରର ରାବରେ ଫାଟିଯାଏ ପାହାଡ ଚଟାଣ ପଥର ଆଉ କୁହୁ କୁହୁ ଶବ୍ଦର ସଙ୍ଗୀତ ଗାଇଯାଏ ସେ କଳା କୋଇଲି।ଆଉ ଗୋଟିଏ ପକ୍ଷୀ ଶିକାରୀ ପ୍ରତିଦିନ ଆସି ବେଳେ ହାରାଶରେ ନିଶାନାଭୁଲୁଥାଏ ବାଟୁଳିର ଗୁଳି ବାଜିବା ପୂର୍ବରୁ ଏ ଡାଳରୁ ଉଡି ସେ ଡାଳେ ବିହଙ୍ଗେ। ବାଃ ବାଃ ବାଃ ପ୍ରାକୃତିର ଚମତ୍କାର ସହିତ ସଜ ସକାଳର ଉପହାର ସ୍ବରୂପ ଦୃଶ୍ୟ ଆମ ସମୁଖେ।ଆରେ ହେ ତପନ ମୁଁ ବି କାଲି ଠାରୁ ଆସିବି ତୋ ସହିତ କହି ମୋ ସାଙ୍ଗ ଜିତେନ୍ଦ୍ର ଆରମ୍ଭ କଲା ସଜ ସକାଳର ଦୋୖଡ ଓ ବାୟାମ ଆଉ ଉପ ଭୋଗ କଲୁ ଏ ସମୟକୁ।
ତପନ କୁମାର ସ୍ୱାଇଁ ✍️
ଗଞ୍ଜାମ, ବୁଗୁଡ଼ା