March 29, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*Lets talk with Swarnalata Mallik who hails from Cuttack, Odisha for Suryodaya Sambhranta Saraswat Samman – 2022* 

*Lets talk with Swarnalata Mallik who hails from Cuttack, Odisha for Suryodaya Sambhranta Saraswat Samman – 2022* 

 

ପ୍ରିୟ

ସତୀର୍ଥ ସାହିତ୍ୟାତ୍ମନ 

 

ସାଦରେ ଅଭିନନ୍ଦନ ଏବଂ ଶୁଭେଚ୍ଛା ଗ୍ରହଣ କରିବା ହେବେ। ଚଳିତ ବର୍ଷ ଆମ ପରିବାରର ଉଚ୍ଚ ମର୍ଯ୍ୟାଦା ସମ୍ପର୍ଣ୍ଣ ଅନ୍ତର୍ଜାତୀୟ ସ୍ୱୀକୃତି ପ୍ରାପ୍ତ ସମ୍ମାନ ସୂର୍ଯ୍ୟୋଦୟ-ସମ୍ଭ୍ରାନ୍ତ-ସାରସ୍ୱତ-ସମ୍ମାନ- ୨୦୨୨ ପାଇଁ ପାର୍ଥିପତ୍ର ଦାଖଲ ନିମିତ୍ତ ଆପଣଙ୍କ ନାମ ଆମ ପରିଚାଳନା କମିଟି , ଆଭ୍ୟନ୍ତରୀଣ କମିଟି ତଥା ଅନ୍ତର୍ଜାତୀୟ କମିଟି ଦ୍ୱାରା  ମନୋନୀତ ହୋଇଛି। ସେଥିପାଇଁ ଆଉଥରେ ଅଭିନନ୍ଦନ। 

 

ତଳେ ପଚାରାଯାଇଥିବା ପ୍ରଶ୍ନ ଗୁଡିକ ର ଉତ୍ତର ନିଜ ମନ ବିବେକ ଏବଂ ଉତ୍ତମ ଚିତ୍ତ ରେ ରଖିବେ। 

 

ନାମ -ସ୍ଵର୍ଣ୍ଣଲତା ମଲ୍ଲିକ

ପିତା -ମହେନ୍ଦ୍ର ମଲ୍ଲିକ

ମାତା -ରଞ୍ଜୁକ୍ତା ମଲ୍ଲିକ

ଜନ୍ମଦିନ -12,06,1997

ଶିକ୍ଷାଗତ ଯୋଗ୍ୟତା -ସ୍ନାତକ

 

୧- ନିଜ ସମ୍ପର୍କରେ ତଥା ଚର୍ଚ୍ଚା ଚର୍ଚ୍ଚିତ ନିଜ ଜୀବନ ବିଷୟରେ କିଛି କୁହନ୍ତୁ।

ସମସ୍ତଙ୍କ ଜୀବନରେ କିଛି ନା କିଛି ଲକ୍ଷ ଥାଏ, ରହିବା ବି ଦରକାର ଯାହା କରିବା ପାଇଁ ମନରେ ପ୍ରେରଣା, ଉତ୍ସାହ ଯୋଗାଏ…

ମୋର ବି ଅଛି, ମୁଁ ଗୋଟିଏ ବୃଦ୍ଧା ଆଶ୍ରମ ଖୋଲିବାକୁ ଲକ୍ଷ ଅଛି ଏବଂ ଏବେ ଗୋଟିଏ ଫ୍ରି କୋଚିଙ୍ଗ ସେଣ୍ଟର ଖୋଲିଛି, ଯାହାଦ୍ୱାରା ଗରିବ ପିଲାମାନେ ଉନ୍ନତ ମାନର ଶିକ୍ଷା ପାଇ ପାରୁଛନ୍ତି ବିନା ମୂଲ୍ୟରେ…

 

୨- ସାହିତ୍ୟ ତଥା ଏହାର ଦୁନିଆ ଯାହାକୁ ସାରସ୍ୱତ ଦୁନିଆ କୁହାଯାଏ, ଆପଣଙ୍କ ବ୍ୟକ୍ତିଗତ ଜୀବନ ଉପରେ କେମିତି ପ୍ରଭାବ ପକାଇଛି ? କିଛି ବିଶେଷ ବ୍ୟକ୍ତିଗତ ଅନୁଭୂତି ବିଷୟରେ ଆମକୁ କହିବେ କି ?

-ମୋତେ ଦୁଃଖ, ସୁଖ, ବିଷାଦ, ଏମିତି ସବୁପ୍ରକାର କବିତା, ଗଳ୍ପ ଲେଖିବାକୁ ଭଲ ପାଏ ଆଉ ଲେଖେ, ଏମିତି ଲେଖୁଥିବି ବଡ଼ ଲେଖକ ହେବା ସ୍ବପ୍ନରେ ନୁହେଁ ମୋ ଲେଖାରେ ସମସ୍ତ ବାସ୍ତବ ଚିତ୍ରକୁ ବକ୍ଷାଣିବାକୁ….

ସାହିତ୍ୟ ଏମିତି ଗୋଟିଏ ମଧ୍ୟମ ଯାହା ଦ୍ୱାରା ମନର ସମସ୍ତ ଅକୁହା କଥା କୁ ଲେଖି ହୁଏ ତା ଦେହରେ, ଯାହା କାହାକୁ କହି ହୁଏ ନାହିଁ….

 

୩- ଆପଣ ମୁଖ୍ୟତଃ କବିତା/ଗଳ୍ପ/ପ୍ରବନ୍ଧ/ ରମ୍ୟରଚନା ନା ଅନ୍ୟକିଛି ଲେଖା ଲେଖି କରନ୍ତି?

କବିତା, ଗଳ୍ପ, ରମ୍ୟ ରଚନା ଏ ପ୍ରଯ୍ୟନ୍ତ ସବୁ ଲେଖିଛି,ଆଉ ସବୁ ଲେଖିବାକୁ ଆଗ୍ରହ ଅଛି ଯାହା ପରବର୍ତ୍ତୀ ସମୟରେ ଲେଖିବାକୁ ଚେଷ୍ଟା କରିବି….

 

୪-ଆପଣଙ୍କ ମତରେ ଭଲ କବିତାଟିଏ ବା ଗପଟିଏ ଆମେ କାହାକୁ କହିବା?

ଯାହା ଉଦ୍ଦେଶ୍ୟ ରେ ଲେଖା ଯାଇଥିବ ସେ ଉଦ୍ଦେଶ୍ୟ ପୂରଣ ହୋଇପାରୁଥିବ ଏବଂ ଯାହା ଲେଖାହେଉଥିବ ତାହା ସମସ୍ତ ହୃଦୟକୁ ଛୁଉଁ ଥିବ ତାହାକୁ ଭଲ କବିତା ଵା ଗଳ୍ପ କୁହାଯାଏ …

 

୫- ଆପଣ ଆପଣଙ୍କ ଲେଖା ମାଧ୍ୟମରେ ସମାଜକୁ କଣ କହିବାକୁ ଭଲପାଆନ୍ତି?

-ଆଜିର ସମାଜର ବାସ୍ତବ ଚିତ୍ରକୁ ଦେଖେଇବାକୁ ଚାହେଁ l ଆଉ କେମିତି ଦୁଃଖ ଦୁର୍ଦଶା ଦୂର ହେବ ତାର ସମାଧାନ କରିବାକୁ କହେ

୬-ସାହିତ୍ୟ ଲେଖି ହୋଇଯାଏ ଅଥବା ଲେଖିବାକୁ ପଡେ ; ଆପଣଙ୍କ ବ୍ୟକ୍ତିଗତ ଅନୁଭୂତି ଏ ନେଇ  ?

ସାହିତ୍ୟ ମୁଖ୍ୟତଃ ଦୁଇ ପ୍ରକାର ଲିଖିତ ଏବଂ କଥିତ..

ଯାହାକୁ ଲେଖିଥାଉ ତାହାକୁ ଲିଖିତ କୁହାଯାଏ ଆଉ ଯାହାକୁ ମନ ରଖି ଶୁଣି କୁହାଯାଏ ତାହାକୁ କଥିତ କୁହାଯାଏ l ପୂର୍ବ କାଳରୁ ଥିବା ଅନେକ କଥା, ଢଗ ଢମାଳି, ଗୀତ କଥିତ ହିସାବରେ ତୁଣ୍ଡରୁ ତୁଣ୍ଡକୁ ଗଡି ଆସୁଥିଲା ପରେ ଏହି ସବୁକୁ ସାଇତି ରଖିବାକୁ ଲେଖାର ଆବଶ୍ୟକ ପଡିଲା, ତେଣୁ ସାହିତ୍ୟ ଲେଖିହୋଇଯାଏ ନୁହେଁ ଲେଖିବାକୁ ପଡିଥାଏ…

୭- ଜଣେ ଆଦର୍ଶ ସାହିତ୍ୟିକ ଭାବେ ସାରସ୍ୱତ ଧ୍ୟେୟ ଯାତ୍ରାରେ ସାରସ୍ବତୀୟ ସଫଳତା କହିଲେ କଣ ବୁଝନ୍ତି? ଆପଣ ଏପରି କିଛି ସଫଳତା ର ଅଧିକାରୀ/ଅଧିକାରିଣୀ ହୋଇଛନ୍ତି କି ? ସେ ବିଷୟରେ ଜଣାଇବା ହେବେ।

-ଆଦର୍ଶ ସାହିତ୍ୟ ତାକୁ କୁହା ଯିବ ଯୋଉ ଉଦେଶ୍ୟରେ ସେ ସାହିତ୍ୟ ଲେଖା ଯାଇଥିବ ତା ପୂରଣ ହୋଇ ପାରୁଥିବ l ସରସ୍ବତୀୟ ସାହିତ୍ୟର ଅଧିକାରିଣୀ ସେତେବେଳେ ମୁଁ ହେବି ଯେତେବେଳେ ପାଠକ ମନକୁ ମୁଁ ବାନ୍ଧିପାରିବି l 

୮- ଆପଣଙ୍କ ର ପ୍ରିୟ ତତ୍କାଳୀନ ସାହିତ୍ୟ ପତ୍ରିକାଗୁଡ଼ିକ କ’ଣ?

 ଏବଂ ଆପଣଙ୍କ ର ପ୍ରିୟ ପିଲାଦିନର ପୁସ୍ତକ ଗୁଡ଼ିକ କ’ଣ ?

ଆମ ସ୍ରଷ୍ଟା ମାନଙ୍କ ଲେଖା ଏତେ ସୁନ୍ଦର ଏବଂ ମାର୍ଜିତ ଯେ କୌଣସି ପାଠକ ପଢିଲେ ଅତିସହଜରେ ବୁଝି ପାରିବେ l ନବଜାଗରଣ ପର୍ଯ୍ୟାୟରେ ପ୍ରକାଶିତ ତତ୍କାଳୀନ ସାହିତ୍ୟ ପତ୍ରପତ୍ରିକା ମୋର ପ୍ରିୟ ସବୁ l ନନ୍ଦକିଶୋର ବଳ, ଗଙ୍ଗାଧର ମେହେର ଆଦିଙ୍କ ଲେଖା ମୋତେ ବହୁତ ଭଲଲାଗେ l

୯- ଶୁଣାଯାଏ ଆମ ଭାଷା ସାହିତ୍ୟରେ ଅହେତୁକ ଅଦୃଶ୍ୟ ଶକ୍ତି ଅନ୍ତର୍ନିହିତ ହୋଇ ରହିଛି ବୋଲି, ତେବେ ଆପଣଙ୍କର ଏପରି କିଛି ଅନୁଭବ ତଥା ଅନୁଭୂତି ରହିଛି କି ଉପରୋକ୍ତ ଉକ୍ତି କୁ ସତ୍ୟ ପ୍ରମାଣିତ କରିବା ପାଇଁ ?

ନିଶ୍ଚିତ ଭାବରେ ଅଛି l ଭାବର ବାହକ ହେଉଛି ଭାଷା l ପ୍ରତ୍ୟେକ ସୁସଂହତ ସମୃଦ୍ଧି ତଥା ଗୌରବମୟ ଜାତିର ଭାଷା ଅଛି ଓ ସାହିତ୍ୟ ଅଛି l ଓଡ଼ିଆ ଭାଷା ସୁପ୍ରାଚୀନ ଓ ଅଭିଜାତ୍ୟର ଭାଷା l ପ୍ରାଚୀନ କାଳରୁ ଏପ୍ରଯ୍ୟନ୍ତ ଆମ ଭାଷା ସାହିତ୍ୟ ଏକ ସତନ୍ତ୍ର ଭାବରେ ଗଡି ଆସିଛି ଯାହା ଅନ୍ୟ ଭାଷା ସାହିତ୍ୟ ଠାରୁ ନିଆରା l 

୧୦- ଆମ ପ୍ରାଚୀନ ପାରମ୍ପରିକ ସାହିତ୍ୟ ଓ ଅଧୁନା ସାହିତ୍ୟ ମଧ୍ୟରେ ଫରକ କଣ ? ଏହାଦ୍ବାରା ସମାଜ ଉପରେ କେଉଁସବୁ ସକାରାତ୍ମକ ତଥା ନକରାତ୍ମକ ପ୍ରଭାବ ପଡୁଛି ସେ ବିଷୟରେ କିଞ୍ଚିତ ଆଲୋଚନା ରଖିବା ହେବେ କି ?

ମୁଖ୍ୟତଃ କହିବାକୁ ଗଲେ ପ୍ରାଚୀନ ସାହିତ୍ୟ ଏବଂ ଅଧୁନା ସାହିତ୍ୟରେ ଫରକ ଅଛି l ପ୍ରାଚୀନ ସାହିତ୍ୟ କେବଳ ଲୌକିକ, ଦେବା ଦେଵୀ ଉପରେ ଲେଖା ହୋଇଛି ଏବଂ ବର୍ତମାନର ସାହିତ୍ୟ ଜୀବନର ପ୍ରତେକ ସ୍ଥିତି ପରିସ୍ଥିତି ଉପରେ ଲେଖାଯାଇ ସମସ୍ତଙ୍କୁ ବାନ୍ଧିରଖୁଛି l

 

୧୧ – ପାଠକୀୟ ଆଦୃତି, ପୁରସ୍କାର ନା ଆତ୍ମସନ୍ତୋଷ  ଆପଣଙ୍କ ସାରସ୍ଵତ ସାଧନା ଓ ସୃଜନଶୀଳତା  ଏମାନଙ୍କ ମଧ୍ୟରୁ କଣ ଆକାଂକ୍ଷା କରୁଥାଏ ?

-ଆତ୍ମସନ୍ତୋଷ ଏବଂ ପାଠକୀୟ ଆଦୃତ ଆଶାକରେ କାରଣ ଜଣେ ସୁସାହିତ୍ୟକ ସେତେବେଳେ ହେବ ଯେତେବେଳେ ଯାହା ଲେଖୁଥିବ ତା ନିଜ ମନରୁ ନିଜ ଭାବନରୁ ବାହାରୁ ଥିବ ଆଉ ପାଠକ ମାନଙ୍କ ହୃଦୟକୁ ଛୁଁ ଥିବ l ଏହା ହିଁ ଦରକାର ମୋର l

୧୨-ଓଡ଼ିଆ ଭାଷା, ସାହିତ୍ୟର ବର୍ତ୍ତମାନ ଓ ଭବିଷ୍ୟତ ; ଆପଣ କେମିତି ଦେଖନ୍ତି ?

-ସବୁ ଜଣା ଶୁଣାରେ ଚାଲିଛି l ମାନପତ୍ର ପାଇଁ ଲେଖକ ଆଜି ତାର ସବୁ ମାନବିକତା ହରାଇ ବସୁଛି, ଏମିତି ହେଲେ ଜଣେ ସୁଲେଖକ ଆଗକୁ କେବେ ବି ଆସିବ ନାହିଁ କି ଏ ମାନପତ୍ର, ପୁରସ୍କାର ଲୋଭି ଲେଖକ ଆଗକୁ ଛାଡି ଦେବେନି…

୧୩-ଯେଉଁମାନେ ନୂଆ ଆସୁଛନ୍ତି କବିତା କ୍ଷେତ୍ରକୁ ସେମାନଙ୍କୁ ଆପଣ କ’ଣ କହିବେ?

-କେବେ କିଛି ପାଇବା ଆଶାରେ ଆସନ୍ତୁ ନାହିଁ l ସେମାନଙ୍କୁ ହୃଦୟରୁ ସ୍ୱାଗତ ଜଣାଇ ଏତିକି କହିବି ଯେ ଆମ ସାହିତ୍ୟକୁ ନିଜର ଲେଖା ଓ ଜ୍ଞାନ ଦ୍ୱାରା ମଜଭୁତ କରନ୍ତୁ l 

୧୪- ଓଡ଼ିଆ ସାହିତ୍ୟର ଭୂତ ଭବିଷ୍ୟତ ସମ୍ବନ୍ଧରେ କିଛି ନୃତନ ଯୋଜନା କଣ ହେବା ଉଚିତ ?

-ଓଡ଼ିଆ ସାହିତ୍ୟର ଭବିଷ୍ୟତ ଆମ ଲେଖକ ମାନେ ହିଁ ନିର୍ଦ୍ଧାରିତ କରିବେ ବୋଲି ମୁଁ ଭାବୁଛି ତାଙ୍କ ଲେଖା ଦ୍ୱାରା l ଆଉ ବିଶେଷ କିଛି ଆବଶ୍ୟକ ଅଛି ସେଇଟା ମୁଁ ମନେ କରୁନି l 

 

୧୫- କେବେଠାରୁ ଆପଣଙ୍କୁ କବି ହେବାର ପରିଚୟ ମିଳିଲା ବୋଲି ଆପଣ ଅନୁଭବ କରୁଛନ୍ତି?

-ଯେହେତୁ ମୋ ପରିବାରରେ ସମସ୍ତେ କିଛି ନା କିଛି ଲେଖନ୍ତି ମୁଁ ବି ଲେଖା ଲେଖି କରେ l କଲେଜ ଜୀବନରେ ମୋ ଲେଖା ଗୁଡ଼ିକ କଲେଜ ବାର୍ଷିକ ପତ୍ରିକାରେ ପ୍ରକାଶ ପାଇଛି l ଅନଲାଇନ ଜଗତରେ ଯୋଡି ହୋଇ ମୋ ଲେଖା ସବୁ ଦେଲି l ଏମିତି ମୋ ସାରସ୍ୱତ୍ୟ ସାହିତ୍ୟ ଜୀବନ ଦିନପରେ ଦିନ ଗଡି ଚାଲୁଛି l 

 

୧୬-ଆଜିକାଲି ସାହିତ୍ୟରେ ଅନଲାଇନର ପ୍ରବେଶକୁ ଆପଣ କେତେଦୂର ଗ୍ରହଣ କରିପାରୁଛନ୍ତି ?

-ଅନଲାଇନ ଜଗତ ଏମିତି ଗୋଟିଏ ମଧ୍ୟମ ସାଜିଛି ଯାହା କୋଣ ଅନୁକୋଣରେ ଥିବା ପ୍ରତ୍ୟେକ ପ୍ରତିଭାକୁ ଲୋକ ଲୋଚନକୁ ଆଣିପାରୁଛି l ମୋ ମତରେ ଅନଲାଇନ ଜଗତ ଆମ ସାହିତ୍ୟିକ ମାନଙ୍କୁ ଗୋଟିଏ ସୂତ୍ରରେ ବାନ୍ଧିରଖୁଛି l 

୧୭- ଆମ ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନ  ସମଗ୍ର ବିଶ୍ଵ ସାହିତ୍ୟ ଜଗତର ଆଜି ଏକ ସୁନାମଧନ୍ୟ ସାହିତ୍ୟ ଅନୁଷ୍ଠାନ ରୂପେ ପରିଗଣିତ ।  ଆପଣଙ୍କ ମତାମତ କଣ। କିଛି ସୁଚିନ୍ତିତ ବାର୍ତ୍ତା ଦିଅନ୍ତୁ।

-ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନ ଏମିତି ଗୋଟିଏ ସାହିତ୍ୟ ପରିବାର ସମସ୍ତ ସାହିତ୍ୟ ପ୍ରେମୀ ଅନୁଗାମୀକୁ ନିଜର କରି ସେମାନଙ୍କ ପ୍ରତିଭାକୁ ଉନ୍ମୋଚନ କରିବାରେ ସହାୟକ ହେଉଛି l ତେଣୁ ମୁଁ ହୃଦୟରୁ ସୂର୍ଯ୍ୟୋଦୟ ପରିବାରକୁ ଧନ୍ୟବାଦ ଜ୍ଞାପନ କରୁଛି l 

୧୮- ଆପଣଙ୍କ ଦ୍ଵାରା କିଛି ସଂକଳନ ପ୍ରକାଶିତ ହୋଇଛି କି  ଏହା ସମ୍ପର୍କରେ  କିଛି କୁହନ୍ତୁ?

-ଏ ପର୍ଯ୍ୟନ୍ତ ସେ ସୁଯୋଗ ପାଇନି l ଯେହେତୁ ମୁଁ କିଛି କରିନି ନିଜ ଗୋଡ଼ରେ ଛିଡ଼ା ହୋଇନି ତେଣୁ ଅର୍ଥ ଅଭାବରୁ କିଛି କରିନି ଆଗକୁ ନିଜର ଗୋଟିଏ ପୁସ୍ତକ ପ୍ରକାଶ କରିବାକୁ ଇଚ୍ଛା ଆଗ୍ରହ ଅଛି l ଏମିତି ସାହିତ୍ୟ ପ୍ରତିଷ୍ଠାନ ଗୁଡିକରେ ମୋ ଲେଖା ପ୍ରକାଶ ପାଇଛି l 

 

୧୯- ଆପଣଙ୍କ ର କୌଣସି ଲେଖା ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ର website (slfpoets.com) ରେ ପ୍ରକାଶିତ ହୋଇଛି କି। ଯଦି ହଁ ତେବେ ଆପଣ ଏହି website ବିଷୟରେ କିଛି କଥା ରଖିବେ କି?

-ନା କେବେ ପ୍ରକାଶ ପାଇନି ମୁଁ ସମ୍ପୂର୍ଣ ନୂଆଁ ସୂର୍ଯ୍ୟୋଦୟ ପରିବାର ପାଇଁ l

 

 

୨୦- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ଏକ ଆନ୍ତର୍ଜାତିକ ଭାଷା ସାହିତ୍ୟ ପ୍ରତିଷ୍ଠାନ ବୋଲି ଆପଣ କିପରି ପ୍ରମାଣିତ କରିବେ?

-ସୂର୍ଯ୍ୟୋଦୟ ପରିବାର ଏମିତି ଗୋଟିଏ ପରିବାର ଯେଉଁଥିରେ ପ୍ରତ୍ୟେକ ଭାଷାକୁ ସ୍ଥାନ ଦିଆ ଯାଏ ତଥା ଏହା ବିଶ୍ୱର ଅନେକ ଦେଶ ସହିତ ଜଡ଼ିତ ରହି ଆମ ମାତୃଭାଷାର ମର୍ଯ୍ୟାଦା କୁ ଆଉ ପାଦେ ଆଗକୁ ନେବାର ପ୍ରୟାସ ଜାରୀରଖିଛି । ସବୁଠୁ ବଡ଼ କଥା ହେଉଛି ଏହି ପରିବାର ର ଅନେକ ବିଶ୍ୱସ୍ତରୀୟ ରେଜିଷ୍ଟ୍ରେସନ ନମ୍ବର କୁ ହାସଲ କରିଛି ତା ସହିତ ଏହାର ସ୍ୱତନ୍ତ୍ର QR CODE ଅଛି ଯାହାକୁ ସ୍କାନ କଲେ ଏହି ପରିବାର ବିଷୟରେ ସବିଶେଷ ବିବରଣୀ ମିଳିଯିବ।

୨୧-ସାହିତ୍ୟ କହିଲେ କଣ ବୁଝନ୍ତି ଏକ କବିତା ମାଧ୍ୟମରେ ପ୍ରକାଶ କରନ୍ତୁ

 

ମନର ଭାବକୁ ପ୍ରକାଶ କରଇ

ମୁଁ ସାହିତ୍ୟ ମାଧ୍ୟମରେ 

ବନ୍ଧୁଠାରୁ ବି ସେ ଅତି ଯେ ନିବିଡ଼ 

ଲାଗେ ସମାଜ ହିତରେ… ✍️ ।

 

ଆପଣ ଆପଣଙ୍କ ବହୁମୂଲ୍ୟ ଚର୍ଚ୍ଚା ଚର୍ଚ୍ଚିତ ଜୀଵନାୟନରୁ ସମୟ ବାହାର କରି ଆମକୁ ସାକ୍ଷାତକାର ଦେଇଥିବାରୁ ଆମେ ସୂର୍ଯ୍ୟୋଦୟ ପରିବାର ବୃନ୍ଦ ଆପଣଙ୍କ ପାଖରେ ଆମର କୃତଜ୍ଞତା ଜ୍ଞାପନ କରୁଛୁ। 

 

ଇତି

ଆପଣଙ୍କ ପ୍ରତିଭାମୁଗ୍ଧ

ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ

ଅଡା, ବାଲେଶ୍ଵର ଓଡିଶା

+91 6371 596 159, +91 79781 49416,+91 99217 15179, +91 94381 84795, 9340045335, 8018727712

Loading

Leave a Reply

Your email address will not be published. Required fields are marked *