ଶୀର୍ଷକ – ଛବି ବହି
ଛବି ବହି ମୋର ଆଜି ବି ମନେ ଅଛି
ଯାହା ଥିଲା ପିଲାଦିନର ଅମୂଲମୂଲ
ରଙ୍ଗ ନାଁ ପରା ସିଏ ଆମକୁ ଚିହ୍ନାଇଛି
ଯାହା ଥିଲା ଜୀବନର ପ୍ରୀତି ଫୁଲ
ଛବି ଦେଖି ଦେଖି କହି ଯାଉଥିଲୁ
ଜଣାପଡେ ଯେମିତି ଛୁଆ ଅପଢା ପଣ୍ଡିତ
ଚକ ଅଖଠାରୁ ଆମ୍ବ ପଣସ କଖାରୁ
ବାଘ ଭାଲୁ ପୁଣି କୁମ୍ଭୀର ମାଙ୍କଡ ସଙ୍ଗାତ
ଯୁକ୍ତାକ୍ଷର କ’ଣ ଅକ୍ଷର ନ ଶିଖି
ଦରୋଟି ଭାଷାରେ ଡଗଡଗ କହି
ଶିଖାଉଥିଲା ମାଆ ନିଜେ ରାନ୍ଧି ରାନ୍ଧି
ଶିଶୁ ଭାଷା ମନ ନେଉଥିଲା ମୋହି
ମାତୃଭାଷା ପ୍ରତି ବଢୁଥିଲା ମମତା
ବଢୁଥିଲା ପ୍ରୀତି ପ୍ରଥା ପରମ୍ପରାକୁ
ପାଶ୍ଚାତ୍ୟ ସଂସ୍କୃତି ଆପଣାଇ ବାପାମାଆ
ଛବି ବହି ଖାଉଛି ଏବେ କୋଣଠେସାକୁ
ଛବିଳ ମଧୂବର୍ଣ୍ଣବୋଧରେ ଯା’ ଅଛି
ବଡ଼ ଉପକାରୀ ମାତୃଭାଷା ପାଇଁ
ବାପାମାଆ ଖାଲି ଗୀତକୁ ଘୋଷାନ୍ତି
ଯେଉଁଥିରେ ପିଲା ସ୍ମୃତିଶକ୍ତି ବଢେନି
ଛବି ବହି ଆଉ ବର୍ଣ୍ଣବୋଧ ନ ପଢି
ଶିଶୁର ସାଧାରଣ ଭୁଲ୍ ରହିଯାଏ
ତେଣୁ ଛବି ବହିକୁ ମୂଳ ବହି କରି
ପାଠ ଆରମ୍ଭ ଟା ଶିଶୁ ପାଇଁ ଠିକ୍ ରହେ
ଛବି ଦେଖି ଦେଖି ଫୁଲ ଫଳ ନାମ
ପରିବା, ପଶୁପକ୍ଷୀ ପୁଣି ବିଭିନ୍ନ ଜିଲ୍ଲା
କେଉଁଠୁ ବଳ ମିଳେ କେଉଁଠୁ ଜ୍ଞାନଟା
ହସି ହସି ତାକୁ ପଢି ସବୁ ଜାଣେ
ମୋ ଛଵି ଵହିର ଚକ କଳ ନଖ
ଓଉ ଜଟ ଆଉ କେତେ କଣ
ଶିଶୁ ଜନ୍ମ ପାଇ ଛବି ବହିକୁ କାଖ
ଭୁଲିଵ ନାହିଁ ମୋ ହୃଦୟ ମନ
ପୁଣି ଆବଶ୍ୟକ ସେହି ଛବି ବହି
ଯିଏ ଦିଏ ଅକ୍ଷରଠୁ ପରମ୍ପରା ଶିକ୍ଷା
ପର୍ବପର୍ବାଣୀକୁ ଧ୍ୟାନ ଦେଇଥାଇ
ମାତୃଭାଷା ମାଆ ପ୍ରୀତି ହୁଅଇ ରକ୍ଷା
କଳ୍ପନା ରାୟ, ଲଇଡା, ସମ୍ବଲପୁର