ଅକ୍ଷି ମୁଠି
କୃଷକର ଏହି ନିଧି ଗଣ୍ଠି ଧନ
ଅକ୍ଷି ମୁଠି ନାମ ତା’ର
ଅନୁକୁଳ କରି ଘରୁ ଵାହାରଇ
ଟୋକେଇକୁ କରି ଭାର।
ବୈଶାଖ ମାସର ଶୁକ୍ଳ ତୃତୀୟରେ
ପଡଇ ଏହି ପରଵ
ଓଡିଶା ରାଇଜ କୃଷକ ମନରେ
ଵଢଇ ଅମାପ ଭାଵ।
ଏହି ପୂଣ୍ୟ ତିଥି ପାଳଇ କୃଷକ
ମନରେ ହରସ ଭରି
ଶୁକ୍ଳ ଧାନ ଆମ୍ଵ ଅକ୍ଷି ଟୋକେଇରେ
ନିଅଇ କ୍ଷେତକୁ ଵରି।
ଧୂପ ଦୀପ ଝୁଣା ନୈବେଦ୍ୟେ ପୂଜଇ
ଅକ୍ଷି ମୁଠି କୁ ସେ ଥୋଇ
ରମ୍ଭାଫଳ ନାରିକେଳ ଭୋଗ ଲାଗେ
କଞ୍ଚା ଖିରେ ଧୋଇ ଦେଇ।
ସୁଧ ସ୍ନାନ କରି ବସୁମତୀକୁ ସେ
ଖୁଦନ କରଇ ଭୂଇଁ
ଅକ୍ଷି ମୁଠି ଧାନ କରେ ସେ ସ୍ଥାପନ
ଭଲ ଫସଲର ପାଇଁ।।
ପ୍ରଶାନ୍ତ କୁମାର ନାଥ
ଜୁଣଗଡି (ରାଜନଗର) କେନ୍ଦ୍ରାପଡ଼ା।