କୁଳବଧୂ
କୁଳବଧୂ ଅଟେ କୁଳ ଅଳଙ୍କାର
ପରିବାର ଅଟେ ସ୍ବର୍ଗ
ସଭିମନ ନେଇ ସ୍ଵାର୍ଥକୁ ତ୍ୟାଗଇ
ନାହିଁ ତାର ଅଭିଯୋଗ।
ମୁଣ୍ଡରେ ଓଢ଼ଣା ପାଦରେ ପାଉଁଜି
ଶୋଭା ପାଉ ନାହିଁ ଆଜି
ସମୟର ସାଥେ ତାଳ ଦେଇ ସେତ
ଜ୍ଞାନରେ ରହୁଛି ମଜ୍ଜି।
ଶିକ୍ଷିତା ସଂସ୍କାରୀ ପୁଣି ସଦାଚାରୀ
ନିଜ ପରିଚୟ ନେଇ
ବଦଳୁଛି ବଧୂ ଯୁଗର ସାଥିରେ
ପରିବାର ହିତ ପାଇଁ।
ସଭ୍ୟତାର ସାଥେ ତାଳଦେଇ ସତେ
ଆଗଉଛି କୁଳବଧୂ
ଶିକ୍ଷା ଦୀକ୍ଷାରେ ସେ ସର୍ବ ପ୍ରିୟପାତ୍ରୀ
ଝାଡେ ଅର୍ଥର ଅଳନ୍ଧୁ।
ସର୍ବମନ ନେଇ ନିଜେ କଷ୍ଟ ସହି
ନୀଳକଣ୍ଠୀ ସେ ସାଜଇ
ତ୍ୟାଗ ଭୂଷଣ ସର୍ବକାର୍ଯ୍ୟ ନିପୁଣା
ଶ୍ରେଷ୍ଠ କୁଳବଧୂ ସେହି।
ଯୁଗ ବଦଳିଛି ପାଗ ବଦଳିଛି
ସଭ୍ୟତା ତ ବଦଳୁଛି
କୁଳବଧୂ ଆଜି ଶିକ୍ଷିତା ହୋଇ
ଦୁନିଆକୁ ତ ଚିହ୍ନୁଛି।
ଚାରିକାନ୍ଥ ଆଜି ନୁହେଁ ତ ଆଳୟ
ସେତ ସମାଜର ଶିରୀ
ଗୁଣର ସୌରଭ ବିତରିବା ପାଇଁ
ସିଏ ବି ତ ଅଧିକାରୀ।
ଡ.ପ୍ରିୟମ୍ବଦା ସାମଲ
ଭୁବନେଶ୍ଵର।