April 26, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

ମୋ ଅନୁଭୂତିରେ ମାନବିକତା — ବନଲତା ଜାଲି

ମୋ ଅନୁଭୂତିରେ ମାନବିକତା 

 

 

ସାମ୍ପ୍ରତିକ ସମାଜରେ ବ୍ଯସ୍ତ ବହୁଳ ଜୀବନ ଭିତରେ ବୁଡି ରହି ମଣିଷ ତାହାର ମୂଲ୍ୟବୋଧ ହରାଇ ଚାଲିଛି।ମାନବିକତା ଭଳି ଏକ ଦୁର୍ଲଭ ଶବ୍ଦ ତା’ର ସ୍ବାର୍ଥନ୍ବେଷୀ ମନ ମଧ୍ୟରୁ କେଉଁଆଡେ ଉଭେଇ ଯାଇଛି।ନିଜର ଆକାଂକ୍ଷା ଓ ଉଚ୍ଚ ଅଭିଳାଷକୁ ଚରିତାର୍ଥ କରିବା ଲକ୍ଷରେ ସେ ଅନ୍ଧ ହୋଇ ନିଜ ବ୍ଯତୀତ ଅନ୍ୟ କାହାର କଥାରେ ଧ୍ୟାନ ଦେଉନାହିଁ ।”ଆପେ ବଞ୍ଚିଲେ ବାପର ନାଁଆ”ନୀତିକୁ ଆପଣାଇ ନିଜ ଭବିଷ୍ୟତର ସୁନେଲି ସ୍ବପ୍ନରେ ବ୍ରତୀ ହୋଇ ଦୟା ,କରୁଣା, ସ୍ନେହ ,ସହାୟତା, ସହାନୁଭୂତି, ସାହାଯ୍ୟ ଭଳି ମହାନୀୟ ଗୁଣକୁ ତା”ର ମାନସ ପଟରୁ ଦୂରେଇ ଦେଇଛି । କୌଣସି ଅପ୍ରୀତିକର ପରିସ୍ଥିତିରେ କିମ୍ବା ସମ୍ବେଦନଶୀଳ କାର୍ଯ୍ୟରେ ଅଯଥା ହସ୍ତକ୍ଷେପ କରି ଘଟଣା ସହିତ ଛନ୍ଦି ହୋଇଯିବା କଥା ଭାବି ସେ ନ ଜାଣିବାର ବାହାନା କରି ବାଟ ଭାଙ୍ଗି ଚାଲି ଯାଉଛି ।ସେହି ମୁହୂର୍ତ୍ତରେ ସେ ତା”ମନ ଭିତରେ ଥିବା ବିବେକକୁ ମାରି ଦେଉଛି ।କିନ୍ତୁ ଦୁନିଆଁରେ ସବୁ ଲୋକଙ୍କ ମନ ଏକା ପ୍ରକାରର ନୁହେଁ ।ଅନେକ ଲୋକ ନିଜର ସାମର୍ଥ୍ୟ ଅନୁସାରେ ନିଜର କର୍ତ୍ତବ୍ୟ ସମ୍ପାଦନ କରି ଆସୁଛନ୍ତି ।ନିଜର ଯଥା ସାଧ୍ଯ ଶ୍ରମଦାନ ଅଥବା ଅର୍ଥଦାନ ଦେଇ ଅନ୍ୟମାନଙ୍କୁ ବଦାନ୍ଯତାର ହାତ ବଢାଇ ଦେଉଛନ୍ତି । ଅନ୍ଯାୟ ଅନୀତି ବିରୁଦ୍ଧରେ ଲଢି ଅନ୍ଯର ଚକ୍ଷୁଶୀଳ ହୋଇ ମଧ୍ୟ ଅନ୍ଯକୁ ସାହାଯ୍ୟ କରିବା ପାଇଁ ଆଗଭର ହୋଇ ବାହାରି ପଡନ୍ତି ।ସେତେବେଳେ ସେ ନିଜର ସୁରକ୍ଷା ଓ ପରିଣାମ ବିଷୟରେ ଚିନ୍ତା କରି ନ ଥାନ୍ତି ।ଅନେକ ଲୋକ ଅଛନ୍ତି ,କୌଣସି କଥାକୁ ବିଚାର ନ କରି ଲୋକ କୁହାଣିଆ କଥାକୁ ଅନ୍ଧ ଭାବରେ ବିଶ୍ଵାସ କରିଯାନ୍ତି ।ଅନ୍ଯ ମାନଙ୍କ ଗୁଜବକୁ ଠିକ୍ ବୋଲି ଭାବି ନେଇ ଅନ୍ଯ ଉପରେ ଆସୁଥିବା ଦୋଷ ଦୁଃର୍ଗୁଣକୁ ସତ ମିଛ ନ ବିଚାରି ସେମାନଙ୍କ ସହିତ ସହମତି ପ୍ରକାଶ କରି କଟୁ ମନ୍ତବ୍ଯ ଦେବାକୁ ପଛାନ୍ତି ନାହିଁ ।ତା’ଉପରେ ଲଦି ଦିଆଯାଇଥିବା ଆରୋପକୁ ସତ ବୋଲି ଧରି ନେଇ ତା’କୁ ଘୃଣ୍ଯ ଦୃଷ୍ଟିରେ ଦେଖିଥାନ୍ତି ।ବିନା ଦୋଷରେ ତା’କୁ ଗାଳି ଗୁଲଜ କରି ତା’ପ୍ରତି ହୀନ ମନ୍ଯତା ପୋଷାଣ କରିଥାନ୍ତି ।”କଙ୍କଡାକୁ ଗୋଳି ପାଣି”ସୁହାଇଲା ଭଳି ପରିସ୍ଥିତିରେ ସାମିଲ୍ ହୋଇ “ତିନି ତୁଣ୍ଡରେ ଛେଳି କୁକୁର”ନ୍ୟାୟରେ ନିର୍ଦ୍ଦୋଷ ଓ ନିରୀହ ଲୋକମାନଙ୍କୁ ଦୁନିଆଁ ଦାଣ୍ଡରେ ଘୃଣ୍ଯ ଅପରାଧୀ ସଜାଇ ଦିଅନ୍ତି ।ଏହି ଭଳି ଏକ ଦୃଷ୍ଟାନ୍ତ ମୋ ମାନସ ପଟରେ ସ୍ମୃତି ହୋଇ ମୋତେ ପ୍ରତି ମୁହୁର୍ତ୍ତରେ ବିଚଳିତ କରି ମୋର ମନ ଓ ବିବେକ ମଧ୍ୟରେ ସେହି କଥାର ସତ୍ୟାସତ୍ଯକୁ ପରଖିବା ପାଇଁ ଜିଜ୍ଞାସୁ ହୋଇ ଉଠୁଛି ।ସେହି ଘଟଣାର ବାସ୍ତବ ପରିସ୍ଥିତି ମୋ ମନକୁ ଆନ୍ଦୋଳିତ କରିଆସୁଛି ।ସେହି ମୁହୂର୍ତ୍ତର ପରିସ୍ଥିତି ଓ ଅବସ୍ଥା ସହିତ ମୋର ମନ ଓ ବିବେକ ମଧ୍ୟରେ ଅଙ୍କ କଷାକଷି ପୂର୍ବକ ଅନ୍ୟ ମାନଙ୍କ ସହ ସହମତି ପ୍ରକାଶ କରିବା ପାଇଁ ନାରାଜ ।କାହିଁକି କେଜାଣି ଲୋକଟି ଜଣେ ଚରିତ୍ରହୀନ ଅପରାଧୀ ବୋଲି ମାନିବାକୁ ମୋ ହୃଦୟ ପ୍ରସ୍ତୁତ ନୁହେଁ ।

 

ଦିନକର ଘଟଣା ।ପ୍ରତି ଦିନ ଭଳି ଅନ୍ୟ ଶିକ୍ଷୟିତ୍ରୀମାନଙ୍କ ସହିତ ମିଶି ମୁଁ ଆମର ଭଡା ଗାଡିରେ ସ୍କୁଲ୍ ଯାଉଥାଏ ।ଆମ ଭିତରେ ସବୁଦିନ ଭଳି ବିଭିନ୍ନ କଥାକୁ ନେଇ ଆଲୋଚନା,ସମାଲୋଚନା,ଖୁସି ଗପ ଓ ଥଟ୍ଟା ମଜା ଚାଲିଥାଏ ।ହଠାତ୍ ଆମ ଗାଡିଟି ଗୋଟିଏ ଛକ ରାସ୍ତାରେ ଅଟକି ଗଲା ।କାରଣ ଛକରେ କିଛି ଲୋକ ରୁଣ୍ଡ ହୋଇ ରାସ୍ତା ଅବରୋଧ କରି ପାଟି ତୁଣ୍ଡ କରୁଥିଲେ ।ଆଗରେ ବସ୍ ଟି ସମ୍ମୁଖରେ ଗୋଟିଏ ଲୋକଟି ଛିଡା ହୋଇ ତା’ର ଆଞ୍ଚଳିକ ଭାଷାରେ କ’ଣ କହି ତାହାକୁ ଗାଡିରେ ନେବା ପାଇଁ ଜିଦ୍ ଧରି ବସିଛି ।ଆଉ ତା’ଚାରିପଟେ ସ୍ଥାନୀୟ ଲୋକମାନେ ଠିଆ ହୋଇ ତା’କୁ ଅଶ୍ରାବ୍ଯ ଭାଷାରେ ଗାଳି ଗୁଲଜ କରୁଥାନ୍ତି ।ସେହି ଜନ ଗହଳି ଭାତରେ ଜଣେ ପୋଲିଓ ଆକ୍ରାନ୍ତ ଲୋକ ହ୍ବିଲ୍ ଚେୟାରରେ ବସି ରହି ଅନେକ ଅପଶବ୍ଦ ପ୍ରୟୋଗ କରି ଗାଳି ଦେଉଥାଏ ।ସେଠାକାର ପରିସ୍ଥିତିକୁ ଅନୁଧ୍ୟାନ କରି ଆମେ ଜାଣିଲୁ ଯେ,ସେ ଲୋକଟି ଜଣେ ଚରିତ୍ରହୀନ ଓ ମାନସିକ ବିକାର ଗ୍ରସ୍ତ ରୋଗୀ ।ସେଠାରେ ସେ ରହିଲେ ଅନ୍ୟ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବ ଭାବି ସ୍ଥାନୀୟ ଲୋକ ସେ ଅଞ୍ଚଳରୁ ତାହାକୁ ତଡି ଦେବା ପାଇଁ ଚାହୁଁଛନ୍ତି ।ସେଥିପାଇଁ ଲୋକଟି ବସ୍ କୁ ଅଟକାଇ ତାହାକୁ ସେଠାରୁ ନେବାପାଇଁ ବସ୍ ଆଗରେ ଠିଆ ହୋଇ ପାଟି କରୁଛି ।କିନ୍ତୁ ବସ୍ ଡ୍ରାଇଭର୍ ଓ କଣ୍ଡକ୍ଟର୍ ତାହାକୁ ଗାଡିରେ ଚଢିବା ପାଇଁ ନ ଦେବାରୁ ସେ ବସ୍ କୁ ଆଗକୁ ଯିବାପାଇଁ ଦେଉନାହିଁ ।ଯେତେବେଳେ ମୋର ସେ ଲୋକଟି ଉପରେ ଦୃଷ୍ଟି ପଡିଲା ସେତେବେଳେ ମୁଁ ଲୋକଟିକୁ ଦେଖି ବିଚଳିତ ହୋଇ ପଡିଲି ।କାରଣ ଲୋକଟିର ନିରୀହ ମୁହଁ ଓ ଶାରିରୀକ ଅବସ୍ଥା ଦେଖିଲେ ତା’ପ୍ରତି ଦୟା ଆସୁଥିଲା ।ଲୋକଟିର ଶରୀର ଅତି କ୍ଷୀଣକାୟ ଥିଲା ।ତା’ର ଡାହଣ ଗୋଡଟି ଜଙ୍ଘ ପାଖରୁ ସମ୍ପୂର୍ଣ୍ଣ ରୂପରେ କଟି ଯାଇଥିଲା ।ଡାହାଣ ହାତରେ ଆସ୍ଥା ବାଡିଟି ଧରି ଡେଇଁ ଡେଇଁ ଚାଲୁଥାଏ ।ବାମ ପଟ କାନ୍ଧରେ ଲୁଗାପଟାର ଗଣ୍ଠୁଲିଟିଏ ଧରି ବହୁ କଷ୍ଟରେ ଚାଲୁଥାଏ ।ଆମ ଦୃଷ୍ଟିରେ ସେ ଲୋକଟି ପଡିବା ମାତ୍ରେ ଆମ ଭିତରୁ ଜଣେ ଶିକ୍ଷୟିତ୍ରୀ କହି ଉଠିଲେ -ଏ ଲୋକଟି ଏଠାରେ ଆସି ପହଞ୍ଚିଗଲାଣି ?ଆମେ କହିଲୁ-ଆପଣେ କ’ଣ ଏ ଲୋକକୁ ଜାଣିଛନ୍ତି ?ସେ ଉତ୍ତର ଦେଲେ ହଁ ।ଏ ଲୋକଟି ଦୁଃର୍ଗମ ଅଞ୍ଚଳର ଗୋଟିଏ ଗାଁଆର ଲୋକ ।ଏ ଲୋକଟି ପ୍ରତିଦିନ ଗାଁଆର ଝିଅ ବୋହୁମାନଙ୍କୁ ହଇରାଣ କରୁଥିଲା ।ସେଥିପାଇଁ ଗାଁଆ ଲୋକମାନେ ମିଶି ତାହାର ଗୋଡକୁ ହାଣି ଅଲଗା କରି ଦେଇଛନ୍ତି ।ଡାକ୍ତରଖାନାରେ ଅନେକ ଦିନ ଧରି ଚିକିତ୍ସିତ ହୋଇ ଭଲ ହୋଇ ଆସିଛି ।ଏ ମାନଙ୍କୁ ମରଣ ନାହିଁ ।ଦେଖୁନା ସେ କେମିତି ଜୀବନ ପାଇ ମରଣ ମୁହଁରୁ ଫେରି ଆସିଲା ।ଏବେ ବି ତା’ର ବୁଦ୍ଧି ପରିବର୍ତ୍ତନ ହୋଇନାହିଁ ।ଏହି କଥା କହୁଥିବା ବେଳେ ସେ ଏପରି ମୁଖଭଙ୍ଗୀ କରି କଥାକୁ ପ୍ରକାଶ କରୁଥାନ୍ତି ଯେ,ଯେପରି ସେ କୌଣସି ଘଟଣାର ପ୍ରତକ୍ଷଦର୍ଶୀ ଅଥବା ଲୋକଟି ସହ କୌଣସି କୌଣସି ଘଟଣାକୁ ସେ ଅଙ୍ଗେ ନିଭାଇଛନ୍ତି ।ତାଙ୍କ କଥାକୁ ବିଶ୍ୱାସ କରି ଅନ୍ୟମାନେ ତାଙ୍କ ସହ ମିଶି ଅନେକ କଟୁ ମନ୍ତବ୍ଯ ଦେବାକୁ ଭୁଳିଲେ ନାହିଁ ।କାହିଁକି କେଜାଣି ସମସ୍ତଙ୍କ କଥା ସହ ତାଳ ଦେଇ ସେହି କଥାକୁ ବିଶ୍ୱାସ କରିବା ପାଇଁ ମୋ ମନ ସମ୍ମତି ପ୍ରକାଶ କରିବାକୁ ଚାହୁଁ ନଥିଲା ।ଏକ ଅସହାୟ ନୀରିହ ମଣିଷ ଉପରେ ଏପରି ଦଳଗତ ଆକ୍ରମଣକୁ ମୋ ବିବେକ ସହଜ ଭାବରେ ଗ୍ରହଣ କରି ପାରୁ ନଥିଲା ।ଗୋଟିଏ ବିକଳାଙ୍ଗ ନିଃସ୍ବ ମଣିଷ ଉପରେ ଅକଥନୀୟ ଅତ୍ଯାଚାର ମୋ ଦୃଷ୍ଟିରେ ସଭ୍ଯ ସମାଜର ମାପକାଠି ନୁହେଁ ବୋଲି ମୁଁ ଅନୁଭବ କରୁଥିଲି ।ଅନ୍ଯମାନଙ୍କୁ କହିଲି,ଏ କଥାର କେତେ ସତ୍ଯତା ଅଛି ନ ଜାଣି ଏପରି ଅନ୍ଧ ଭାବରେ ଅନ୍ୟକୁ ଦୋଷ ଦେବା ଠିକ୍ ନୁହେଁ ।ତଥାପି ଯଦି ସେ କେତେବେଳେ ଅପରାଧ କରିଥିଲା,ଏବେ ସେ ତ ଚାଲିବା ପାଇଁ ଅସମର୍ଥ ।ଏଭଳି ଦୁର୍ଦ୍ଦିନରେ ଆମେ ତାହାକୁ ସମବେଦନା ନ ଜଣାଇ ଏପରି କଟୁ ମନ୍ତବ୍ଯ ଦେବା ଠିକ୍ ନୁହେଁ ।ବେଳେବେଳେ ଆଖି ଦେଖିଥିବା ଓ କାନ ଶୁଣିଥିବା କଥା ଭୁଲ୍ ପ୍ରମାଣିତ ହୋଇପାରେ ।ଏ କଥା ଶୁଣି ଲୋକଟି କୁ ଅପରାଧୀ କହୁଥିବା ଶିକ୍ଷୟିତ୍ରୀ ଜଣଙ୍କ କହି ଉଠିଲେ-ଏ ଭଳି ଲୋକଙ୍କୁ ବିଶ୍ବାସ ନାହିଁ ।ଏମାନେ କୌଣସି ପରିସ୍ଥିତିରେ ପରିବର୍ତ୍ତନ ହେବେ ନାହିଁ ।ତେଣୁ ଏଠାରେ ତା’ପ୍ରତି ହେଉଥିବା ବ୍ଯବହାର ଠିକ୍ ଅଛି ।ଅଯଥା ଯୁକ୍ତି ନକରି ମୁଁ ନୀରବ ରହିବା ପାଇଁ ବାଧ୍ୟ ହଲି ।ଧିରେ ଧିରେ ପରିସ୍ଥିତି ଶାନ୍ତ ପଡିବା ପରେ ଆମ ଗାଡିଟି ସ୍କୁଲ୍ ଅଭିମୁଖେ ଆଗେଇ ଚାଲିଲା ।ଅନ୍ଯମାନେ କହିଲେ,ଏକଥା ଶୁଣି ଆମକୁ ଡର ମାଡୁଛି ।ରାତିରେ ବାହାରିବାକୁ ଏଥର ଭୟ ଲାଗିବ ।ସବୁଠାରୁ ମୋତେ ବେଶୀ ବ୍ଯଥିତ କରିଥିଲା ସେ ଭିନ୍ନକ୍ଷମ ବ୍ଯକ୍ତିର ବ୍ଯବହାର ।ନିଜେ ଜଣେ ଭିନ୍ନକ୍ଷମ ହୋଇ ମଧ୍ୟ ସେ ଜଣେ ସାଥୀର ଦୁଃଖକୁ ହୃଦୟଙ୍ଗମ କରିବା ବଦଳରେ ଅନ୍ୟମାନଙ୍କ ସହ ମିଶି ସେ ଗାଳି ଗୁଲଜ କରୁଥିଲା ।ତା’ପରଦିନ ସ୍କୁଲ ଯିବା ବାଟରେ ଦେଖିଲି ଲୋକଟି ରାସ୍ତାକଡ ଜଙ୍ଗଲ ଭିତରେ ତା’ର ଛିଣ୍ଡା ଲୁଗାପଟା ଘୋଡେଇ ହୋଇ ଶୋଇ ରହିଛି ।ତାହା ପାହାଡର ପାଦ ଦେଶରେ ଅବସ୍ଥିତ ।ସେଠାରେ ବିଷଧର ସର୍ପ ଓ ସରିସୃପ ମାନଙ୍କର ବାସସ୍ଥଳୀ ।ସେହି ଜଙ୍ଗଲଟି ଭାଲୁମାନଙ୍କର ଗନ୍ତବ୍ୟସ୍ଥଳୀ ।ଅନ୍ଯ ହିଂସ୍ର ଜନ୍ତୁମାନେ ସେଠାରେ ଅବାଧରେ ରାତି ସମୟରେ ଚଳ ପ୍ରଚଳ ହୁଅନ୍ତି ।”ଅରକ୍ଷିତକୁ ଦଇବ ସାହା’ଭଳି ଲୋକଟି ସେଠାରେ ଅସହାୟ ଅବସ୍ଥାରେ ପଡି ରହିଥାଏ।ପ୍ରଭୂଙ୍କ ଦୟାରୁ କୌଣସି ଜୀବଜନ୍ତୁ ଲୋକଟିର କୌଣସି କ୍ଷତି କରୁନଥାନ୍ତି ।ବୋଧହୁଏ ଜୀବଜନ୍ତୁମାନେ ମଣିଷ ଭଳି କ୍ରୁର ଓ ଅବିବେକୀ ନୁହଁନ୍ତି ।ସେମାନେ ବୋଧେ ନିରାଶ୍ରୟ ଲୋକଟି ପ୍ରତି ସମ୍ବେଦନଶୀଳ ଥିଲେ ।ସବୁଠାରୁ ବେଶୀ ବେଦନାଦାୟକ ଏବଂ ଦୁଃଖଦ କଥା ହେଉଛି ,ସେହି ସମୟଟି ପୌଷ ମାସର ସବୁଠାରୂ ଜାଡ ଶୀତ ସମୟ ଥିଲା ।କୁହୁଡିର ଘନ ଅନ୍ଧକାର ବଳୟ ଭେଦକରି ସୂର୍ଯ୍ୟ କିରଣ ପୃଥିବୀ ପୃଷ୍ଠଉପରେ ପହଞ୍ଚି ପାରୁନଥିଲା ।ରାତିରେ କାକର ବର୍ଷାରେ ଭୂଇଁ ତିନ୍ତି ଯାଉଥିଲା ।ଶୀତର ଏ ଦାରୁଣ ମୁହୂର୍ତ୍ତରେ ବସହୀନ,ବସ୍ତ୍ରହୀନ,କ୍ଷୁଧାତୁର ଲୋକଟି ଅସହାୟ ଅବସ୍ଥାରେ ପୁଙ୍ଗୁଳା ଦେହରେ ସେହିଠାରେ ଶୋଇ ରହିଥାଏ ।ସେ କେତେବେଳେ କୁଆଡେ ଯାଏ କେଜାଣି ? ମୁଁ ସବୁବେଳେ ହୋଇଥିବା ଅବସ୍ଥାରେ ତା’କୁ ଦେଖୁଥାଏ ।ମୋ ମନରେ ସନ୍ଦେହ ହେଉଥାଏ ।ଲୋକଟି ଠିକ୍ ଅଛିତ ?ଦିନେ ଜଣେ ଦିଦିଙ୍କୁ ତା’ର କିଛି ଅସୁବିଧା ହୋଇଛି କି ନାହିଁ ବୋଲି ପଚାରିଲି ।ସେ କହିଲେ,ନା ତାହାର କିଛି ଅସୁବିଧା ହୋଇନାହିଁ ।ଏଭଳି ଲୋକଙ୍କୁ ଭଗବାନ ସହାୟ ହୁଅନ୍ତି ।ନହେଲେ ଆମେ ଆମ ଶରୀରର ଉପଯୁକ୍ତ ଯତ୍ନ ନେବା ପରେ ମଧ୍ୟ ଆମକୁ ରୋଗ ହେଉଛି ।ଆମେ ଘରେ ଆଶ୍ରୟ ନେବା ଅବସ୍ଥାରେ ଆମକୁ ବନ୍ଯଜନ୍ତୁ ଏବଂ ସରିସୃପ ଆକ୍ରମଣ କରୁଛନ୍ତି କିନ୍ତୁ ସେମାନଙ୍କର ତ କିଛି ହେଉନାହିଁ ।ଏକଥା ଶୁଣି ମୁଁ ଆଶ୍ବସ୍ତ ହେଲି ।ସତକୁ ସତ କିଛି ଦିନ ପରେ ପାଖ ବଜାରରେ ଗୋଟିଏ ଜଳଖିଆ ଦୋକାନରେ ଜଳଖିଆ ଖାଉଥିବାର ଦେଖିଲି ।ତାହାକୁ ଦେଖିବା ପରେ ମୋ ସଂଶୟ ଦୂର ହେଲା ।

 

ଆଉ ଦିନକର କଥା ।ମୁଁ ରହୁଥିବା ବଜାରରେ ଲୋକଟି ଗୋଟିଏ ଦୋକାନ ବାରଣ୍ଡାରେ ବସିଥିବାର ଦେଖିଲି ।ପୂର୍ବରୁ ଶୁଣିଥିବା କଥାକୁ ନେଇ ମୋତେ ଅଳ୍ପ ଅଳ୍ପ ଡର ମାଡୁଥାଏ ।ଲୋକଟି ମୋ ଘର ପାଖ ଦୋକାନ ଆଗରେ ସବୁବେଳେ ବସିରହେ ।ସ୍ବାଭାବିକ ଭାବରେ ଚଲାବୁଲା କରେ ।ପାଖ ଦୋକାନୀମାନେ ତା’କୁ ଖାଇବା ପାଇଁ ଦିଅନ୍ତି ।ଲୋକଟି କୌଣସି ଖରାପ ଆଚରଣ ପ୍ରଦର୍ଶନ କରୁନଥାଏ ।ଫଳରେ ତା’ପ୍ରତି ଥିବା ମୋର ଧାରଣା ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଥାଏ ଓ ଡର ଚାଲି ଯାଇଥାଏ ।

 

ଆଉ ଦିନକର କଥା ।ମୁଁ ସ୍କୁଲ୍ ରୁ ଘରକୁ ନଯାଇ ପାଖ ଦୋକାନରୁ କିଛି ପରିବା କିଣିଲି ।ବ୍ଯାଗ ନ ନେଇଥିବାରୁ ଦୋକାନୀ ମୋତେ ପଲିଥିନ୍ ରେ ପରିବା ଦେଇଥାଏ ।ତା’ପରେ ମୁଁ ତେଜରାତି ଦୋକାନରୁ ପୁଣି ପଲିଥିନ୍ ରେ ସଉଦା ଧରି ଫେରିବା ସମୟରେ ପରିବା ପଲିଥିନ୍ ଟି ହଠାତ୍ ଛିଡି ଯାଇ ରାସ୍ତାରେ ପରିବାତକ ବିଛାଡି ହୋଇ ପଡିଲା ।ସେତେବେଳେ ଅନ୍ୟ ସଉଦା ପଲିଥିନ୍ ଧରି ରାସ୍ତାରୁ ପରିବା ଗୋଟାଇବା ମୋ ପକ୍ଷରେ ସମ୍ଭବ ନଥିଲା ।ତା’ପରେ ମଧ୍ୟ ରାସ୍ତାର ମଇଳା ଯାଗାରୁ ମୁଁ ପରିବା ଉଠାଇବା ପାଇଁ ଚାହୁଁ ନଥିଲି ।ସେତେବେଳେ ଦୋକାନୀମାନେ ମୋତେ ଦେଖୁଥିଲେ ଓ ଲୋକମାନେ ସେହିଠାରେ ଯାତାୟତ କରୁଥିଲେ ମଧ୍ୟ ନ ଦେଖିଲା ପରି ବାଟ ଭାଙ୍ଗି ଚାଲି ଯାଉଥିଲେ ।ମୋର ଏଇ ଦୁର୍ଦ୍ଦଶାରେ ମୋତେ କେହି ସାହାଯ୍ୟ କରିନଥିଲେ ।କିନ୍ତୁ ଦୋକାନ ବାରଣ୍ଡାରେ ବସିଥିବା ସେହି ଅକର୍ମଣ୍ୟ,ଅସର୍ମଥ ଲୋକଟି ତତ୍ କ୍ଷଣାତ୍ ହାତ ପାପୁଲିରେ ଭରା ଦେଇ ମୋ ନିକଟକୁ ଗୁରୁଣ୍ଡି ଗୁରୁଣ୍ଡି ଚାଲି ଆସିଲା ।ତା’ର ଆଞ୍ଚଳିକ ଭାଷାରେ କଣ କହି ପକାଉଥାଏ ।ପାଖ ଷ୍ଟେସନାରୀ ଦୋକାନରେ ବସିଥିବା ଝିଅଟିକୁ ହାତ ବଢାଇ ଅନୁରୋଧ କରି ପଲିଥିନ୍ ଟିଏ ମାଗୁଥାଏ ।କିନ୍ତୁ ଝିଅଟି ତା’କୁ ଦେବାକୁ ମନା କରିବାରୁ ସେ ଅନ୍ଯ ଗୋଟିଏ ଦୋକାନକୁ ଯିବା ବାଟରେ ପାଖରେ ଯାଉଥିବା ଲୋକମାନଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରୁଥାଏ ।କେହି ତା’କଥାକୁ ନଶୁଣି ଚାଲି ଯାଉଥାନ୍ତି ।ତା’ପରେ ସେ ଜଣେ ମହିଳା ଦୋକାନୀଙ୍କ ଠାରୁ ପଲିଥିନ୍ ଟି ମାଗି ଆଣି ଗୁରୁଣ୍ଡି ଗୁରୁଣ୍ଡି ସମସ୍ତ ପରିବା ଗୋଟାଇ ଆଣି ମୋ ହାତକୁ ବଢାଇ ଦେଇଥିଲା ।ମୋର ପାଦ ଆଗକୁ ନଯାଇ ସେହିଠାରେ ଅଟକି ଯାଇଥିଲା ।ମୁଁ ହତବାକ୍ ହୋଇ ଲୋକଟିର କାର୍ଯ୍ୟକଳାପକୁ ଚାହିଁରହିଥାଏ ।ଲୋକଟିର ଦୟାର୍ଦ୍ର ହୃଦୟ ମୋତେ ସେଠାରେ ରହିବା ପାଇଁ ବାଧ୍ୟ କରିଥିଲା ।ତାହାର ବିଶାଳ ହୃଦୟ ଓ ଉଦାରତା ନିକଟରେ ମୋର ଆତ୍ମା କୃତଜ୍ଞତାରେ ଆପେଆପେ ତା’ନିକଟରେ ନଇଁ ଯାଉଥିଲା ।ରାସ୍ତାରେ ପଡିଥିବା ପରିବାକୁ ମୁଁ ଘରକୁ ନେବାକୁ ଚାହୁଁ ନଥିଲି ।କିନ୍ତୁ ସେ ଲୋକଟିର ସ୍ବେଚ୍ଛାକୃତ ସାହାଯ୍ୟ ଓ ଆନ୍ତରିକତା ପୂର୍ଣ୍ଣ ପରିଶ୍ରମକୁ ଅନାଗ୍ରହ ଦେଖାଇବା ମୋ ବିବେକ ମୋତେ ବାଧା ଦେଇଥିଲା ।ରାସ୍ତାରେ ପଡିଥିବା ମଇଳା ପରିବା ଗୁଡିକ ଲୋକଟିର ମଇଳା ହାତର ସ୍ପର୍ଶରେ ପରିଷ୍କାର ହୋଇ ଯାଇଥିଲା ।ତା’ଶ୍ରଦ୍ଧା ଓ ଆନ୍ତରିକତାରେ ସେଗୁଡିକ ପବିତ୍ର ହୋଇ ଯାଇଥିଲା।ମୋ ଆଖି ଲୁହରେ ଛଳଛଳ ହୋଇ ଉଠିଲା ।ମନେ ମନେ ଭାବିଲି ଏତେ ସ୍ନେହ ଓ ଆନ୍ତରିକତାରେ ପରିବା ଗୋଟାଇଥିବା ହାତ କେବେ ମଇଳା ହୋଇ ନ ପାରେ ।ଏ ଦୁନିଆଁର ଏତେ ଲୋକଙ୍କ ଭିତରୁ ଏ ଲୋକଟି ସ୍ବତନ୍ତ୍ର।ଯାହାର ହୃଦୟରେ ମଣିଷ ପଣିଆ ବସା ବାନ୍ଧି ରହିଛି ।ଏଠାରେ ଉପସ୍ଥିତ ଥିବା ସମସ୍ତ ସକ୍ଷମ ବ୍ଯକ୍ତିମାନେ କାହାର ଦୁଃଖ ଦୁର୍ଦ୍ଦଶା ସମୟରେ ସାହାଯ୍ୟ ନକରି ବାଟ ଆଡେଇ ଚାଲି ଯାଉଥିବା ସମୟରେ ଯାହାକୁ ସମାଜ ନିର୍ଦ୍ଦୟ,ଚରିତ୍ରହୀନ,ଅସାମାଜିକ ବ୍ଯକ୍ତି କହି ଘୃଣାର ପାତ୍ର ସଜାଇ ଦେଇଛି,ସେହିହିଁ ଅନ୍ୟର ଉପସ୍ଥିତି ଦୁଃଖ ଦୁର୍ଦ୍ଦଶାକୁ ହୃଦୟଙ୍ଗମ କରି ସାହାଯ୍ୟ ଓ ସହଯୋଗର ହାତ ବଢାଇ ଦେଉଛି ।ଗୁଣ୍ଡୁଚି ମୂଷା ଭଳି ପାଣିରେ ବୁଡି,ବାଲିରେ ଗଡି ମାନବିକତାର ରାମସେତୁ ବାନ୍ଧିବା ପାଇଁ ତା’ର ଅଜାଣତରେ ତା’ର ବିବେକ ସ୍ବତଃସ୍ଫୃତ ଭାବରେ ଆଗେଇ ଆସୁଥିବା ବେଳେ ସାମର୍ଥ୍ୟ ଓ ଦକ୍ଷତା ଥାଇ ଅହଂକାରରେ ବଶବର୍ତ୍ତୀ ବ୍ଯକ୍ତି ସ୍ବାର୍ଥପରତାର ସୀମା ଡେଇଁ ନଜର ଅନ୍ଦାଜ କରି ଚାଲି ଯାଉଛନ୍ତି ।ଯେତେବେଳେ ଲୋକମାନେ ନିଜର ପ୍ରଚାର ପ୍ରସାର ପାଇଁ ସମାଜରେ ସ୍ବେଚ୍ଛାସେବୀର ପଦ ମଣ୍ଡନ କରିବା ପାଇଁ ଲୋକ ଦେଖାଣିଆ କାର୍ଯ୍ୟ କରି ଚାଲିଛନ୍ତି ଓ ଲୋକଙ୍କ ଆଢୁଆଳରେ ଅର୍ଥ ରାଶି ବିନିଯୋଗ କରି ସେବା ବାହାନାରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରି ଲୋକଙ୍କୁ ଶୋଷଣ କରିଚାଲିଛନ୍ତି ।ନିଜକୁ ଭଦ୍ର ଓ ମହାନ ଦେଖାଇବା ପାଇଁ ବିଜ୍ଞାପନ ଫଛରେ ବିପୁଳ ଅର୍ଥ ବିନିଯୋଗ କରିବାକୁ ପଛ ଘୁଞ୍ଚା ଦେଉ ନାହାନ୍ତି ।ଲାଞ୍ଛିତ,ନିଷ୍ପେସିତ ଲୋକଙ୍କ ରକ୍ତକୁ ଶୋଷଣ କରି,ଅସାମାଜିକ ଓ ବେଆଇନ୍ କାର୍ଯ୍ୟ କରି ଆଖି ଦୃଷ୍ଟିଆ ଅନୁଦାନ ଅନୁଷ୍ଠାନକୁ ପ୍ରଦାନ କରି ଗଣ ମାଧ୍ୟମରେ ଲୋକପ୍ରିୟତା ହାସଲ କରୁଛନ୍ତି ।ତାଙ୍କର କୁତ୍ସିତ ଚେହେରା ତଳେ ଭଦ୍ରଲୋକର ମୁଖା ପିନ୍ଧି ଲୋକଙ୍କୁ ସତର୍କତାର ସହିତ ଠକି ଚାଲିଛନ୍ତି ।କିନ୍ତୁ ଏହି ଭଳି ସରଳ,ନୀରିହ,ଦୟାଶୀଳ,ହୃଦୟବାନ ଲୋକଙ୍କୁ ଶୋଷଣ କରି ବିକଳାଙ୍ଗ କରି ନିଜକୁ ପ୍ରତିଷ୍ଠିତ ହେବା ପାଇଁ ସେମାନଙ୍କୁ କଳଙ୍କିତର ଆଖ୍ଯା ଦେବା ପାଇଁ ପଛ ଘୁଞ୍ଚା ଦିଅନ୍ତି ନାହିଁ।କିନ୍ତୁ ସେମାନଙ୍କର ଚିନ୍ତା ଓ କୁତ୍ସିତ ଭାବନା ପରଦା ଆଢୁଆଳରେ ରହି ଯାଇଥାଏ ।

 

ହଁ ,ଲୋକଟିର ହାତରୁ ପରିବା ନେଇ ମୁଁ ମୋ ଅଜାଣତରେ ପାଞ୍ଚ ଟଙ୍କିଆ ମୁଦ୍ରାଟିଏ ବଢାଇ ଦେଲି ଏବଂ ଅନ୍ୟ ମନସ୍କ ହୋଇ ଭରାକ୍ରାନ୍ତ ମନରେ ଘରକୁ ଫେରି ଆସିଲି ।ସେଠାରୁ ମୋର ଆସିବାକୁ ଇଚ୍ଛା ନଥିଲା କିନ୍ତୁ ସେଠାରେ ଉପସ୍ଥିତ ଲୋକେ ଆମକୁ ଚାହିଁ ରହିଥିଲେ ।ମୁଁ ସେଠାରୁ ନିଜର ସମ୍ମାନ ଚାଲି ଯିବା ଭୟରେ ଚାଲି ଆସିଥିଲି ।ଲୋକଟି ମୋ ହାତରୁ ପାଞ୍ଚଟଙ୍କିଆ ମୁଦ୍ରାଟି ନେଇ ଦୋକାନ ବାରଣ୍ଡାକୁ ହାତରେ ଭରା ଦେଇ ଚାଲିଯାଇଥିଲା ।ହେଲେ ମୁଁ ଘରକୁ ଫେରି ଭାବିଲି ଲୋକଟିକୁ କାହିଁକି ମୁଁ ଅଧିକ ପଇସା ଦେଲାନାହିଁ ।ପାଞ୍ଚ ଟଙ୍କାରେ ତ ଜଳଖିଆ ବି ହୋଇ ପାରିବ ନାହିଁ ।ତା’ର ବିଶାଳ ହୃଦୟ ଓ ମହାନ ପରିଶ୍ରମର ମୂଲ୍ୟ କ’ଣ ପାଞ୍ଚ ଟଙ୍କା ଥିଲା ?ତା’ହେଲେ ଅନ୍ୟ ଲୋକ ଓ ମୋ ମଧ୍ୟରେ ତ କିଛି ପ୍ରଭେଦ ରହିଲା ନାହିଁ ।ତା’ପରେ ସେ ଲୋକଟି ପାଖକୁ ଲେଉଟି କିଛି ଖାଦ୍ୟ କିମ୍ବା ପଇସା ଦେବାକୁ ଚାହୁଁଥିଲି ।କିନ୍ତୁ ସେଠାକୁ ଯାଇ ଅହେତୁକ ଦୟା ଦେଖାଇବା,ଲୋକଙ୍କ ଆଖିରେ ଚକ୍ଷୁଶୀଳ ହେବ ଭାବି ମୋ ଅହଂମିକା ମନ ସେଠାକୁ ଯିବାପାଇଁ ପସନ୍ଦ କଲାନାହିଁ ।ଏହା ଦ୍ବାରା ମୋର ସମ୍ମାନ କ୍ଷୁର୍ଣ୍ଣ ହେବାର ଭୟଥିଲା ।ଭାବିଲି ମୁଁ କାଲି ସ୍କୁଲ୍ କୁ ଯିବା ବେଳେ କିଛି ଖାଦ୍ୟ ଓ ପୁରୁଣା ପୋଷାକ ଦେଇଦେବି ।କିନ୍ତୁ ମୁଁ ଆଉ ସେଠାରେ ଦେଖିବାକୁ ପାଇଲି ନାହିଁ।ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ରାସ୍ତାକଡ,ଜଙ୍ଗଲ,ବଜାର ସବୁଆଡେ ତନ୍ନ ତନ୍ନ କରି ଚାରିଆଡେ ଖୋଜି ବୁଲୁଛି ।ହେଲେ ସେ ଲୋକଟିକୁ ଆଉ କେବେ ଦେଖିନାହିଁ ।କିନ୍ତୁ ସେ ଲୋକଟିର ନିଃସ୍ବାର୍ଥ ମାନବିକତାର ମୂଲ୍ୟବୋଧ ପ୍ରତି ମୁହୁର୍ତ୍ତରେ ମୋ ହୃଦୟକୁ ବିଚଳିତ କରି ପକାଉଛି ।ମଣିଷ ପଣିଆ କ’ଣ ସେ ମୋତେ ଚିହ୍ନାଇ ଦେଇ ଯାଇଛି ।ଏହି ମାନଙ୍କର ମହତ୍ବ,ସରଳତା,ନିଃସ୍ବାର୍ଥପରତା,ଦୟା,କରୁଣା ପରି ମହନୀୟ ଗୁଣ ‘ବଣ ମଲ୍ଲୀ’ପରି ବଣରେ ଫୁଟି ବଣରେ ଝଡି ଯାଉଛି ସିନା ଜନ ପଦରେ ପହଞ୍ଚି ପାରୁନାହିଁ ।

 

ବନଲତା ଜାଲି 

କୃଷ୍ଣ ପ୍ରସାଦ,ପୁରୀ ।

Loading

Leave a Reply

Your email address will not be published. Required fields are marked *