ନନା ଗୋସେଇଁ ବ୍ୟଙ୍ଗ
ଯୁଗ ବଦଳିଛି (ଭାଗ -5)
ହେଇ ଯୁଗ ବଦଳିଛି ସବୁ ବଦଳିଛି
ବଦଳିନି ଗଛ ଛାଇ,
ପୁରୁଣା ଯୁଗରେ ଯାହା ସବୁ ଥିଲା
ନୂଆ ଯୁଗେ ତାହା ନାହିଁ
କହୁଅଛି ନନା ଗୋସେଇଁ,
ନୂତନ ଯୁଗରେ ଭୁଲିତ ଗଲେଣି
ଐତିହ ସଂସ୍କୃତି ଛାଇ
ନାନୀ ଐତିହ ସଂସ୍କୃତି ଛାଇ | 1
ପୁରୁଣା ଯୁଗରେ ବାଦୀପାଲା ମଞ୍ଚ
ଦାସକାଠିଆତ ବାଇ,
ରାତି ରାତି ବସି ନଖିଆ ନନାର
ଭାବରେ ଲୋତକ ବୁହଇ
କହୁଅଛି ନନା ଗୋସେଇଁ,
ନୂତନ ଯୁଗରେ ମର୍ଡନ ଡ୍ୟାନ୍ସ
ନନା ଗୋଡ଼ ଟେକି ଦିଅଇ
ନାନୀ ନନା ଗୋଡ଼ ଟେକି ଦିଅଇ |2
ସୁରୁଜ ଡୁବିଲେ ସୁକୁଟି ଆଈର
ଗୋଡ଼ତ ଚଞ୍ଚଳ ହୁଅଇ,
ବାକି କାମ ସାରି ନକରି ତ ଡେରି
ଅଖା ଧରି ଦଉଡ଼ଇ
କହୁଅଛି ନନା ଗୋସେଇଁ,
ପୁଣି ଆସିବି ବ୍ୟଙ୍ଗ ଵି ଗାଇବି
ପୁରୁଣା ଛୁଙ୍କ କୁ ନେଇ
ନାନୀ ପୁରୁଣା ଛୁଙ୍କ କୁ ନେଇ |3
କ୍ରମଶଃ……
ଯାଜପୁର, ବରୀ
ଶ୍ରୀକାନ୍ତ ବେହେରା