ଡାଏରୀ
^^^^^ ^^^^
ଯେବେ ଠାରୁ ମୋର ସାଥି ହୋଇଛୁ ତୁ
ଖୋଲି କହେ ସବୁ ମନର କଥା
ଖାଲି ଶୁଣୁଥାଉ ଉତ୍ତର ଦେଉନା
ଦୂର ହୋଇଯାଏ ମନର ବ୍ଯଥା।
ଆପଣାର ଲୋକ ଅଛନ୍ତି ଅନେକ
ଆଗ୍ରହେ ଶୁଣିବେ ଦୁଃଖର କଥା
ସୁଖର କଥାକୁ ବାଣ୍ଟିବା ବେଳକୁ
ଆସିଯାଏ ତାଂକ ମୁଣ୍ଡର ବ୍ଯଥା..
ସେତିକିରେ ତାଂକ ଦିନ ତ ସରେନା
ପ୍ରତି ମୂହୁର୍ତ୍ତରେ ଦୁଃଖ ଦିଅନ୍ତି
ଅତୀତ କଷ୍ଟକୁ ଦୋହରାଇ ଦେଇ
କେତେ ଦୁଃଖୀ ହେବି ପରଖୁ ଥାନ୍ତି।
ସେମାନଙ୍କ ଠାରୁ ଅତିଷ୍ଠ ହୋଇ ମୁଁ
ତତେ ବାଛିନେଲି ଜୀବନ ସାରା
ସୁଖ ଦୁଃଖ ମୋର ସାଇତି ରଖିଛୁ
ଧୋକା ଦେଇନାହୁଁ ଏ ଯାଏଁ ପରା…
ଯେବେ ଇଛା ହେବ ଦେଖିବି ତୋ ଦେହେ
ବିତି ଯାଇଥିବା ଦୁଃଖ ସୁଖକୁ
ସ୍ମୃତି ମୋର ସବୁ ଜୀବନ୍ତ ହୋଇବ
ଭୂଲିଯିବି ଆଜି ବର୍ତ୍ତମାନକୁ…
ତେଣୁ ହେ ଡାଏରୀ..ପ୍ରିୟ ବନ୍ଧୁ ମୋର
ସବୁଦିନ ପାଇଁ ସାଂଗରେ ଥିବୁ
ସୁଖ ଦୁଃଖ ମୋର ତୋ ଦେହେ ସାଇତି
ବଞ୍ଚିଥିବା ଯାଏ ବ୍ଯଥା ହରିବୁ।
ସୁଜାତା ପତି
ଭୁବନେଶ୍ବର